Advertisment

ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନ ବଞ୍ଚାଇଲେ ମହାପ୍ରଭୁ ଜଗନ୍ନାଥ!

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ପରେ ଚର୍ଚ୍ଚା ଜୋର୍ ଧରିଛି। ମୃତ୍ୟୁକୁ ଅତି ନିକଟରୁ ଦେଖିବା ପରେ ମଧ୍ୟ ସେ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି। ତେବେ ଟ୍ରମ୍ପଙ୍କୁ ମହାପ୍ରଭୁ ଜଗନ୍ନାଥ ବଞ୍ଚାଇ ଦେଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

author-image
Sonali Ojha
ଅଦ୍ୟତନ ହୋଇଛି
Donald Trump Assassination Attempt Lord Jagannath save his life New claim of VP of Kolkata ISKCON.

Trump

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ପରେ ଚର୍ଚ୍ଚା ଜୋର୍ ଧରିଛି। ମୃତ୍ୟୁକୁ ଅତି ନିକଟରୁ ଦେଖିବା ପରେ ମଧ୍ୟ ସେ ସୌଭାଗ୍ୟବଶତଃ ବଞ୍ଚିଯାଇଛନ୍ତି। ତେବେ ଟ୍ରମ୍ପଙ୍କୁ ମହାପ୍ରଭୁ ଜଗନ୍ନାଥ ବଞ୍ଚାଇ ଦେଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଛନ୍ତି ବୋଲି ଇସ୍କନ କୋଲକାତାର ଉପସଭାପତି ତଥା‌ ପ୍ରବକ୍ତା ରାଧାରମଣ ଦାସ ସୋସିଆଲ୍ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି।

Advertisment

ପଢନ୍ତୁ ଏହି ଖବର: ଶାନ୍ତ ସ୍ୱଭାବର ଏହି ୨୦ବର୍ଷୀୟ ଯୁବକ ଟ୍ରମ୍ପଙ୍କୁ କଲେ ଗୁଳି...କିନ୍ତୁ କାହିଁକି ?

ଗତକାଲି ପୂର୍ବତନ ରାଷ୍ଟ୍ରପତି ତଥା ଚଳିତ ରାଷ୍ଟ୍ରପତି ନିର୍ବାଚନର ରିପବ୍ଳିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳିମାଡ଼ ହୋଇଥିଲା। ଆକ୍ରମଣକାରୀ ଟ୍ରମ୍ପଙ୍କ ମୁଣ୍ଡକୁ ଟାର୍ଗେଟ୍ କରି ଗୁଳିମାଡ଼ କରିଥିଲେ। ହେଲେ ଗୁଳିଟି ତାଙ୍କ କାନର ଉପର ଭାଗରେ ବାଜିଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରାଲିରେ ଉପସ୍ଥିତ ଥିବା ଜଣେ ଟ୍ରମ୍ପ ସମର୍ଥକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଆମେରିକାର ଜଣେ ବ୍ୟକ୍ତି ମ୍ୟାଟ୍ ୱାଲେସ୍ ତାଙ୍କ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରିଥିଲେ। ଈଶ୍ୱରୀୟ ଶକ୍ତି ଟ୍ରମ୍ପଙ୍କୁ ବଞ୍ଚାଇଦେଲା ବୋଲି ସେ ଉଲ୍ଲେଖ କରିଛନ୍ତି।

Advertisment

ତେବେ ଏଥିରେ କମେଣ୍ଟ ଦେଇ ଇସ୍କନ କୋଲକାତାର ଉପସଭାପତି ତଥା‌ ପ୍ରବକ୍ତା ରାଧାରମଣ ଦାସ କହିଛନ୍ତି ଯେ ଏହା ନିଶ୍ଚିତ ଭାବେ ଈଶ୍ୱରୀୟ ଶକ୍ତିର ହସ୍ତକ୍ଷେପ। ରାଧାରମଣ ଲେଖିଛନ୍ତି ଯେ ଜୁଲାଇ ୧୯୭୬ରେ ଇସ୍କନ ଭକ୍ତମାନଙ୍କ ଦ୍ବାରା ପ୍ରଥମ କରି ନ୍ୟୁୟର୍କ ସହରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ କରାଯାଇଥିଲା। ହେଲେ ଇସ୍କନ ଶ୍ରଦ୍ଧାଳୁଙ୍କୁ ଜାଗା ମିଳିନଥିଲା। ଏହାପରେ ଟ୍ରମ୍ପ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ରେଳ ପ୍ରାଙ୍ଗଣକୁ ମାଗଣାରେ ଦେବାକୁ ଅନୁମତି ପତ୍ରରେ ଦସ୍ତଖତ କରିଥିଲେ। ଏହାପରେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ଆରମ୍ଭ ହୋଇଥିଲା। ଆଜି ଯେତେବେଳେ ବିଶ୍ୱ ପୁଣିଥରେ ଜଗନ୍ନାଥଙ୍କର ରଥଯାତ୍ରା ପାଳନ କରୁଛି, ସେତେବେଳେ ଟ୍ରମ୍ପଙ୍କୁ ଆକ୍ରମଣ ହୋଇଛି ଓ ମହାପ୍ରଭୁ ଜଗନ୍ନାଥ ତାଙ୍କୁ ରକ୍ଷା କରିଛନ୍ତି ।

ପଢନ୍ତୁ ଏହି ଖବର: ଋଷରେ ଶୁଭିଲା ଜୟ ଜଗନ୍ନାଥ ଧ୍ବନୀ; ମସ୍କୋରେ ମୋଦି ବଖାଣିଲେ ଘୋଷଯାତ୍ରାର ଗାଥା...

ରାଧାରମଣ ଏହିପରି ମହାପ୍ରଭୁଙ୍କ ଲୀଳାକୁ ବର୍ଣ୍ଣନା କରିଥିବାବେଳେ ସାମାଜିକ ଗଣମାଧ୍ୟମରେ ଜନଗନାଥଙ୍କୁ ନେଇ ଟ୍ରେଣ୍ଡ୍ ଆରମ୍ଭ ହୋଇଛି। ବହୁ ବିଦେଶୀ ନାଗରିକ, ଆମେରିକୀୟ ଜୟ ଜଗନ୍ନାଥ ଲେଖି ମହାପ୍ରଭୁଙ୍କ କୃପାକୁ ପ୍ରଶଂସା କରିଛନ୍ତି। ଏହାବାଦ୍ କିଛି ଲୋକ ଦୈବିକ ଶକ୍ତିର ହସ୍ତକ୍ଷେପକୁ ଯୀଶୁ ଖ୍ରୀଷ୍ଟଙ୍କ ଆଶୀର୍ବାଦ ବୋଲି ମଧ୍ୟ କମେଣ୍ଟରେ ଲେଖିଥିବା ଦେଖିବାକୁ ମିଳିଛି।

ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି। ଏହି ଆକ୍ରମଣରେ ତାଙ୍କର ଜଣେ ସମର୍ଥକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଆହତ ମଧ୍ୟ ହୋଇଛନ୍ତି। ଆକ୍ରମଣର ପରେ ଟ୍ରମ୍ପଙ୍କ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ଆକ୍ରମଣକାରୀକୁ ଘଟଣାସ୍ଥଳରେ ଗୁଳି କରି ହତ୍ୟା କରିଥିଲେ। ଏଫବିଆଇ ଏହି ଆକ୍ରମଣକାରୀଙ୍କୁ ସ୍ଥାନୀୟ ବଟଲର କାଉଣ୍ଟି ଅଞ୍ଚଳର ୨୦ବର୍ଷୀୟ ଥୋମାସ୍ ମାଥ୍ୟୁ କୁକ୍ ବୋଲି ଚିହ୍ନଟ କରିଛି। ତଦନ୍ତ ପରେ ଏହା ଜଣାପଡିଛି ଯେ ଆକ୍ରମଣକାରୀ ଟ୍ରମ୍ପଙ୍କ ପାର୍ଟି 'ରିପବ୍ଲିକାନ୍'ର ଜଣେ ସଦସ୍ୟ। ତେବେ ଆକ୍ରମଣ ପୂର୍ବରୁ ସେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଜାରି କରି କହିଥିଲେ ଯେ ସେ ଟ୍ରମ୍ପ ଏବଂ ତାଙ୍କ ପାର୍ଟି 'ରିପବ୍ଲିକାନ୍ସ'କୁ ଘୃଣା କରନ୍ତି।

Donald Trump Ratha Jatra
Advertisment
Advertisment