Advertisment

ରୋଗୀ ନେଇ ଯାଉଥିଲା ଆମ୍ବୁଲାନ୍ସ; ଧକ୍କାଦେଲା ସିମେଣ୍ଟ ବୋଝେଇ ଲରି, ଚାଲିଗଲା ୬ଜୀବନ

କିଛିମାସ ତଳେ ଅପନ୍ନା ଓ ଶ୍ୟାମପଦଙ୍କର ବିବାହ ହୋଇଥିଲା। ତେବେ ଅପନ୍ନା ଓ ଡ୍ରାଇଭରଙ୍କର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ଏଯାଏ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନି।

author-image
Sonali Ojha
ଅଦ୍ୟତନ ହୋଇଛି
Accident

Accident

କୋଲକାତାର ପଞ୍ଚମୀରେ ମର୍ମନ୍ତୁଦ ଦୁର୍ଘଟଣା। ଆମ୍ବୁଲାନ୍ସକୁ ପିଟିଲା ସିମେଣ୍ଟ ବୋଝେଇ ଲରି। ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୪ଜଣ ରହିଥିବା ପୋଲିସ ସୂଚନା ଦେଇଛି।

Advertisment

ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ ରୋଗୀ ନେଇ ଏକ ଆମ୍ବୁଲାନ୍ସ ଖିରୁପାଇରୁ ମେଦିନୀପୁର ଯାଉଥିଲା।ଏଥିରେ ରୋଗୀ ଅପନ୍ନା ବାଗ୍‌ ତାଙ୍କ ପରିବାର ସଦସ୍ୟ ଓ ଡ୍ରାଇଭରଙ୍କୁ ମିଶାଇ ମୋଟ୍ ୮ଜଣ ଥିଲେ। ଆମ୍ବୁଲାନ୍ସଟି ପଞ୍ଚମୀ ରାଜ୍ୟ ରାଜପଥ ଦେଇ ଯିବାବେଳେ କେଶପୁର ନିକଟରେ ଏକ ସିମେଣ୍ଟ ବୋଝେଇ ଲରି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଯାଇଥିଲା।

ଖବରପାଇ ପୋଲିସ ପହଞ୍ଚିବା ସହ ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ମୃତକଙ୍କ ମଧ୍ୟରେ ୩ଜଣ ମହିଳା ଓ ୩ଜଣ ପୁରୁଷ ରହିଛନ୍ତି। ଆମ୍ବୁଲାନ୍ସଟିରେ ଗୋଟିଏ ପରିବାରର ୭ଜଣ ସଦସ୍ୟ ରହିଥିଲେ। ସେମାନଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ହୋଇଯାଇଛି। ଦୁଇ ଗୁରୁତରଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି।

Advertisment

ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇଛି। ମୃତକମାନେ ହେଲେ ଅପନ୍ନାଙ୍କ ମା‘ ଅନିମା ମଲ୍ଲିକ, ସ୍ୱାମୀ ଶ୍ୟାମପଦ ବାଗ, ଦାଦା ଶ୍ୟାମଳ ଭୂୟାଁ ଓ ଖୁଡୀ ଚନ୍ଦନା ଭୂୟାଁ। କିଛିମାସ ତଳେ ଅପନ୍ନା ଓ ଶ୍ୟାମପଦଙ୍କର ବିବାହ ହୋଇଥିଲା। ତେବେ ଅପନ୍ନା ଓ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି। ଏଯାଏ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନି। ଡ୍ରାଇଭର ମଦ୍ୟପାନ କରିଥିଲେ ଅଥବା ଅନ୍ୟ କୌଣସି କାରଣ ପାଇଁ ଦୁର୍ଘଟଣା ଘଟିଲା ସେନେଇ ପୋଲିସ ତଦନ୍ତ ଚଳାଇଛି।

Ambulance Accident
Advertisment
Advertisment