ରାଜଧାନୀରେ ବାଘ ବୁଲୁନି, ବୁଲୁଛି ବଣଭୂଆ। ଭୁବନେଶ୍ବର ଏୟାରପୋର୍ଟ ଡମ୍ପିଂୟାର୍ଡ ନିକଟରେ ବାଘ ବୁଲୁଥିବା ଚର୍ଚ୍ଚା ନେଇ ପ୍ରତିକ୍ରିୟା ରଖିଛି ବନବିଭାଗ । ଏହା କଲରାପତରିଆ ବାଘ ନୁହେଁ, ବରଂ ଏକ ବଣଭୂଆ ବୋଲି ସ୍ପଷ୍ଟ କରିଛି ବନ ବିଭାଗ ।
କେନ୍ଦ୍ର ଅର୍ଥ ମନ୍ତ୍ରାଳୟ କନସଲଟେଟିଭ୍ କମିଟିରେ ସ୍ଥାନ ପାଇଲେ ସାଂସଦ ବୈଜୟନ୍ତ ପଣ୍ଡା । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସଦସ୍ୟ ଭାବେ ସାମିଲ ହୋଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ...
ଇରାନ ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଚିନ୍ତା ପ୍ରକଟ କଲା ଭାରତ। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଉଭୟ ପକ୍ଷକୁ ଯୁଦ୍ଧରୁ ବିରତ ରହି କୂଟନୈତିକ ସ୍ତରରେ ଆଲୋଚନା କରିବାକୁ ପ୍ରସ୍ତାବ ଦିଆଯାଇଛି।
ଯାଜପୁର ଜିଲ୍ଲା ବିଝାଂରପୁର ବ୍ଲକରେ ବଡ଼ ଧରଣର ଭତ୍ତା କେଳେଙ୍କାରୀ । ହଜାରେ କି ଲକ୍ଷେ ନୁହେଁ। ୯୦ ଲକ୍ଷ ଟଙ୍କାର ଭତ୍ତା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।
ଯାଜପୁର ବରୀରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ପୀଡ଼ିତା ନାବାଳିକାଙ୍କ ଘର ନିକଟର ଜଣେ ପଡ଼ୋଶୀ ତାଙ୍କ ପ୍ରତି ଏଭଳି ପାଶବିକ ଅତ୍ୟାଚାର କରିଥିବା ନେଇ ବରୀ ଥାନାରେ ଅଭିଯୋଗ ହୋଇଛି।
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ପୁଣି ଅଦିନରେ ରଥଯାତ୍ରା ଆୟୋଜନ। ଏଥର ଦେଶ ନୁହେଁ, ବିଦେଶରେ। ଆମେରିକାର ହ୍ୟୁଷ୍ଟନରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା।
ଭୁବନେଶ୍ବର ବିମାନବନ୍ଦରରେ କଲରାପତରିଆ ବାଘ ଆତଙ୍କ। ବିମାନବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘ ବୁଲୁଥିବା ଅଭିଯୋଗ ହୋଇଛି।
ଆପାର୍ଟମେଣ୍ଟରେ ଚୋରି ରୋକିବାକୁ କମିଶନରେଟ୍ ପୋଲିସର ପଦକ୍ଷେପ । ଏଣିକି ସବୁ ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା। ସହରର ସବୁ ଆପାର୍ଟମେଣ୍ଟରେ IP ବ୍ୟବସ୍ଥା ଥିବା କ୍ୟାମେରା ଲଗାଇବାକୁ ପରାମର୍ଶ ଦେଇଛି କମିଶନରେଟ୍ ପୋଲିସ ।
ସାଉଦି ଆରବରେ ନିର୍ମାଣ କରାଯାଉଛି ଦୁନିଆର ସବୁଠୁ ବଡ ନଭଶ୍ଚୁମ୍ଭୀ କୋଠା ‘ମୁକାବ ଟାୱାର’। ଏହା ଏତେ ବଡ ଯେ ୨୦ଟି ସାମ୍ରାଜ୍ୟର ଷ୍ଟେଟ୍ ବିଲଡିଂ ଏହା ଭିତରେ ରଖିବାର କ୍ଷମତା ରଖେ। ଏହାର ଉଚ୍ଚତା ରହିଛି ୧୩୦୦ ଫୁଟ ଓ ଚଉଡା ୧୨୦୦ ଫୁଟ ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ମାନସ କୁମାର ମଲ୍ଲିକ । ସେ ଜଣେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଆଉ ତାଙ୍କର ସାହାସିକତା ପାଇଁ ଆଜି ବଞ୍ଚି ଯାଇଛି ଜଣେ ମହିଳାଙ୍କ ଜୀବନ । ମଣିଷରୂପୀ ଭଗବାନ ସାଜି ମହିଳାଙ୍କୁ ସାହାଯ୍ୟ କରିଛନ୍ତି।
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ଭାରତ। ଦେଶରେ ଓପନ ସୋର୍ସ ଏଆଇ ଇନୋଭେସନ୍, R&D ଏବଂ ଦକ୍ଷତା ବିକାଶକୁ ଆଗେଇ ନେବା ପାଇଁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ନେଇଛି ବଡ଼ ପଦକ୍ଷେପ।
ଫିଲ୍ମରେ ନୁହେଁ ବରଂ ରିୟଲରେ ବେଆଇନ ଭାବରେ ରହୁଥିବା ଭାରତୀୟଙ୍କ ବିରୋଧରେ ଆମେରିକା ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେମାନଙ୍କୁ ଏକ ସ୍ୱତନ୍ତ୍ର ଫ୍ଲାଇଟ୍ ଯୋଗେ ଭାରତକୁ ପଠାଇ ଦିଆଯାଇଛି।
ପୁଣି ଟ୍ରେନ୍କୁ ଟାର୍ଗେଟ୍। କିଛି ଦିନର ବ୍ୟବଧାନ ପରେ ଟ୍ରେନ୍କୁ ଲାଇନଚ୍ୟୁତ ଉଦ୍ୟମ। ଲକ୍ଷ୍ନୌ ନିକଟ ମାଲିହାବାଦ ରେଳ ଷ୍ଟେସନ ନିକଟରେ ବଡ଼ ଅଘଟଣରୁ ବର୍ତ୍ତିଲା ବରେଲି-ବାରାଣାସୀ ଏକ୍ସପ୍ରେସ।
ବଢୁଛି ବିଶ୍ୱ ତାପନ। ଯାହାକୁ ନେଇ ଚିନ୍ତାରେ ବୈଜ୍ଞାନିକ। ଜିଓଫିଜିକାଲ୍ ରିସର୍ଚ୍ଚ ଲେଟର୍ସରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ବାୟୁମଣ୍ଡଳରେ ହୀରାଗୁଣ୍ଡ ଇଞ୍ଜେକ୍ଟ କରିବା ଦ୍ୱାରା ପୃଥିବୀ ଥଣ୍ଡା ହୋଇଯିବ।
ପୁଣି ଅଶାନ୍ତ ବାଂଲାଦେଶ। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ତେଜିଛି ବିବାଦ। ରାଷ୍ଟ୍ରପତିଙ୍କ ବହିଷ୍କାର ଦାବି କରିବା ସହ ଢାକାରେ ବିକ୍ଷୋଭ କରିଛନ୍ତି ହଜାର ହଜାର ବିକ୍ଷୋଭକାରୀ।
ବାତ୍ୟା ଗତିପଥରେ ସାମାନ୍ୟ ରିକର୍ଭ। ଲ୍ୟାଣ୍ଡଫଲ୍ ପରେ ସାମାନ୍ୟ ରିକର୍ଭ କରିପାରେ ବାତ୍ୟା। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି।
ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା 'ଦାନା'। ସମୁଦ୍ର ଭିତରେ ଭୀଷଣ ବାତ୍ୟାର ରୂପ ନେଇସାରିଛି । ଆଜି ରାତିରୁ ୨୫ ତାରିଖ ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। 'ଦାନା' ଆସିବା ପୂର୍ବରୁ ଧାମରା ଆକାଶ ମେଘାଚ୍ଛନ୍ନ। ଧାମରାରେ କିଭଳି ରହିଛି ସ୍ଥିତି...
ବାତ୍ୟା ଦାନା ପ୍ରଭାବରେ ଅଶାନ୍ତ ହେଲାଣି ସମୁଦ୍ର। ପଶ୍ଚିମବଙ୍ଗ ଗଙ୍ଗା ସାଗର ବିଚରେ ସମୁଦ୍ରରେ ଉଚ୍ଚ ଜୁଆର ଆସିବାରେ ଲାଗିଛି। ଧୀରେ ଧୀରେ ପବନର ବେଗ ମଧ୍ୟ ତୀବ୍ର ହେଲାଣି।
ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ଅହେତୁକ ବୃଦ୍ଧି ଅଭିଯୋଗ ଆସିବା ପରେ, ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଛି ଟୋଲ୍ ଫ୍ରି ନମ୍ବର। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଟୋଲ ଫ୍ରି ନମ୍ବର ହେଉଛି ୦୬୭୪-୨୩୯୬୨୨୭ ।