Advertisment

ଅଷ୍ଟ୍ରେଲିଆକୁ ୨୪ ରନ୍‌ରେ ପରାସ୍ତ କଲା ଟିମ୍‌ ଇଣ୍ତିଆ; ସେମିରେ ଇଂଲଣ୍ଡ ସହ ସୁପର ଫାଇଟ୍

ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ କୁଲଦୀପ ଯାଦବ ୨ଟି ଓ୍ଵିକେଟ୍ ନେଇଥିଲେ। ୪୧ ବଲରେ ରୋହିତ ଶର୍ମା ବିସ୍ଫୋରକ ୯୨ ରନ୍ କରି ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୨୭ ରନ୍ କରିଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
T20 World Cup 2024: IND v ENG

IND v ENG

୨୦୨୪ ଟି-ଟ୍ବେଣ୍ଟି ବିଶ୍ବକପ୍ ସେମି ଫାଇନାଲରେ ଟିମ ଇଣ୍ଡିଆ। ବିଶ୍ବକପ ଫାଇନାଲର ପରାଜୟର ପ୍ରତିଶୋଧ ସ୍ବରୂପ ସୁପର-୮ର ଶେଷ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୪ ରନରେ ହରାଇଲା ଭାରତ। ସେମି-ଫାଇନାଲରେ ଭାରତର ମୁକାବିଲା ଇଂଲଣ୍ଡ ସହ ହେବେ। ଆସନ୍ତା ୨୭ ତାରିଖରେ ଏହି ମ୍ୟାଚ ଖେଳାଯିବ।

Advertisment

ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ପ୍ରଥମେ ବ୍ୟାଟିଂ କରିଥିବା ଭାରତ ରୋହିତ ଶର୍ମାଙ୍କ ଧୂଆଁଧାର ୯୨ ରନ ବଳରେ ୫ ଓ୍ଵିକେଟ୍ ହରାଇ ୨୦୫ ରନ କରିଥିଲା। ସୂର୍ଯ୍ୟକୁମାର ୩୧ ରନର ବିସ୍ଫୋରକ ଇନିଂସ କରିଥିଲେ। ୨୦୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆ ୭ ଓ୍ଵିକେଟ୍ ହରାଇ ୧୮୧ ରନ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରାଭେସ୍ ହେଡ୍ ୭୬ ରନ କରିଥିବା ବେଳେ ମିଚେଲ ମାର୍ଶ ୩୭ ରନ କରିଥିଲେ।

ଅଧିକ ପଢ଼ନ୍ତୁ: ବିଶ୍ୱକପ୍‌ରେ ବଡ଼ ବିପର୍ଯ୍ୟୟ ! ବାଦ ପଡ଼ିଲା ଅଷ୍ଟ୍ରେଲିଆ, ସେମିରେ ଅଫଗାନିସ୍ତାନ

Advertisment

ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ କୁଲଦୀପ ଯାଦବ ୨ଟି ଓ୍ଵିକେଟ୍ ନେଇଥିଲେ। ୪୧ ବଲରେ ରୋହିତ ଶର୍ମା ବିସ୍ଫୋରକ ୯୨ ରନ୍ କରି ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୨୭ ରନ୍ କରିଥିଲେ। ୨୦୬ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଅଷ୍ଟ୍ରେଲିଆକୁ ୬ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ଓ୍ଵାର୍ଣ୍ଣର ଅର୍ଶଦୀପଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ଟ୍ରାଭିସ୍ ହେଡ୍ ଓ ମିଚେଲ୍ ମାର୍ଶ ଭାରତୀୟ ବୋଲରଙ୍କୁ ପାଲଟା ଆକ୍ରମଣ କରିଥିଲେ।

ମାର୍ଶଙ୍କୁ ଆଉଟ୍ କରି କୁଲଦୀପ ଭାରତକୁ ବଡ଼ ସଫଳତା ଦେଇଥିଲେ। ଏହା ପରେ ଗ୍ଲେନ ମ୍ୟାକ୍ସଓ୍ଵେଲ ୨୦ ରନ କରି ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆ ୨୦ ଓଭରରେ ୭ ୱିକେଟ ହରାଇ ୧୮୧ କରିପାରିଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୩୭ ରନ ଦେଇ ୩ ଟି ୱିକେଟ ନେିଥିବା ବେଳେ କୁଲଦୀପ ଯାଦବ ୪ ଓଭରରେ ୨୪ ରନ ଦେଇ ୨ ଟି ୱିକେଟ ନେଇଥିଲେ। ସେପଟେ ସୁପର-୮ ଗ୍ରୁପ-୧ ଅନ୍ୟ ଏକ ମ୍ୟାଚରେ ଆଜି ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ଚାଲିଛି। ଏହି ମ୍ୟାଚରେ ଯଦି ଆଫଗାନିସ୍ତାନ ବିଜୟୀ ହୁଏ ତେବେ ସେମିଫାଇନାଲରେ ପହଞ୍ଚିବ।

Aus Vs Ind Team India T20 World Cup ICC T20 World Cup
Advertisment
Advertisment