/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719200922.jpg)
Gunmen opened fire on a synagogue and Orthodox Church
ଋଷରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ। ଚର୍ଚ୍ଚ ଉପରେ ଆତଙ୍କବାଦୀ ଆକ୍ରମଣ। ଆଖିବୁଜା ଗୁଳିମାଡ଼ ସାଙ୍ଗକୁ ବୋମା ବିସ୍ଫୋରଣ କଲେ ଅତଙ୍କୀ। ଏଥିରେ ପୁଲିସକର୍ମୀଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଚର୍ଚ୍ଚର ପାଦ୍ରୀ ମଧ୍ୟ ସାମିଲ ଅଛନ୍ତି। ଋଷର ଦକ୍ଷିଣ ଗଣରାଜ୍ୟ ଦାଗେସ୍ତାନରେ ଆଜି ସକାଳ ସମୟରେ ଏହି ଘଟଣା ଘଟିଥିବା ରାଜ୍ୟପାଳ ସେରଗେଇ ମେଲିକୋଭ୍ ଭିଡିଓ ଜାରି କରି ସୂଚନା ଦେଇଛନ୍ତି ।
ଦାଗେସ୍ତାନର ଗଭର୍ଣ୍ଣରଙ୍କ ସୂଚନା ମୁତାବକ, ରୁଷର ଦୁଇଟି ସହରରେ ଏହି ଆତଙ୍କୀ ହମ୍ଲା ହୋଇଛି। ବନ୍ଧୁକଧାରୀମାନେ ଦୁଇଟି ଆର୍ଥୋଡକ୍ସ ଚର୍ଚ୍ଚ, ଗୋଟିଏ ପୂଜାସ୍ଥଳ, ଓ ଗୋଟିଏ ପୁଲିସ ଚେକ୍ ପୋଷ୍ଟ ଉପରକୁ ଗୁଳିମାଡ କରିଛନ୍ତି। ଏଥିରେ ପୋଲିସକର୍ମୀ, ପାଦ୍ରୀଙ୍କ ସମେତ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଋଷର ନ୍ୟାସନାଲ ଆଣ୍ଟି ଟେରରିଷ୍ଟ କମିଟି ଏହି ଆକ୍ରମଣକୁ ଆତଙ୍କୀ ଆକ୍ରମଣ ବୋଲି ଦର୍ଶାଇଛି । ପୋଲିସର ପାଲଟା ଜବାବରେ ୫ଜଣ ଆତଙ୍କବାଦୀ ନିପାତ ହୋଇଥିବା ରାଜ୍ୟପାଳ କହିଛନ୍ତି।
ଅଧିକ ପଢ଼ନ୍ତୁ: ତତଲା ହାୱାକୁ ସମ୍ଭାଳି ପାରୁନି ମଣିଷ: ଆଖିବୁଜିଲେ ୧୩୦୦ ହଜ୍ ଯାତ୍ରୀ
ଦାଗେସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ, କାସପିନ୍ ସାଗରରେ ଅବସ୍ଥିତ ଡାର୍ବେଣ୍ଟ ସହରର ଏକ ପ୍ରାର୍ଥନାସ୍ଥଳୀ, ଚର୍ଚ୍ଚରେ ଆତଙ୍କବାଦୀ ଗୁଳି ଚଳାଇଥିଲେ । ଗୁଳିକାଣ୍ଡ ପରେ ଏଠାରେ ଅଗ୍ନିକାଣ୍ଡ ଘଟିଥିଲା । ରାଜ୍ୟ ଗଣମାଧ୍ୟମ ଅନୁଯାୟୀ ଉଭୟ ଚର୍ଚ୍ଚ ଏବଂ ସଚିବାଳୟରେ ନିଆଁ ଲାଗିଯାଇଥିଲା । ଏକାସାଙ୍ଗରେ ଦାଗେସ୍ତାନ ରାଜଧାନୀ ମାଖାଚକାଲାରେ ଏକ ଚର୍ଚ୍ଚ ଏବଂ ଟ୍ରାଫିକ୍ ପୋଲିସ୍ ପୋଷ୍ଟ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଖବର ପ୍ରକାଶ ପାଇଥିଲା । ସେପଟେ ଏହି ଘଟଣା ପରେ ଆଜି, ଆସନ୍ତାକାଲି ଏବଂ ବୁଧବାର ଦିନ ଦାଗେସ୍ତାନରେ ଶୋକ ଦିବସ ଘୋଷଣା କରାଯାଇଛି।
🚨🇷🇺RUSSIA: GUNMEN ATTACK ORTHODOX TEMPLE AND SYNAGOGUE
Gunmen opened fire on a synagogue and Orthodox Church in Derbent in the Republic of Dagestan, leading to a fire breaking out at the synagogue.
Additionally, a police checkpoint in Makhachkala was targeted by gunfire,… pic.twitter.com/1WpMPy7wRk
— Mario Nawfal (@MarioNawfal) June 23, 2024
ନ୍ୟାସନାଲ ଆଣ୍ଟି ଟେରରିଷ୍ଟ କମିଟି କହିଛି ଯେ, ଏହି ଆକ୍ରମଣରେ ଜଣେ ଚର୍ଚ୍ଚର ପାଦ୍ରୀ ଏବଂ ପୋଲିସ କର୍ମଚାରୀ ନିହତ ହୋଇଛନ୍ତି । ପାଞ୍ଚ ଜଣ ବନ୍ଧୁକଧାରୀ ମଧ୍ୟ ନିପାତ ହୋଇଛନ୍ତି । ଏହି ଆକ୍ରମଣରେ କେତେ ଆତଙ୍କବାଦୀ ସମ୍ପୃକ୍ତ ଥିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଏହି ଆକ୍ରମଣ ନେଇ କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାର ସମସ୍ତ ପରିସ୍ଥିତି ଏବଂ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି ବୋଲି ତଦନ୍ତ ନିର୍ଦ୍ଦେଶାଳୟ କହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)