Advertisment

ବାଲେଶ୍ୱରରେ କର୍ଫ୍ୟୁ କୋହଳ; ଆଜିଠୁ ଖୋଲିବ ଶିକ୍ଷାନୁଷ୍ଠାନ, ମିଳିବ ଇଣ୍ଟରନେଟ୍ ସୁବିଧା

ବାଲେଶ୍ବର ପୌରାଞ୍ଚଳରେ ଆଜିଠୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ। ସମସ୍ତ ସ୍କୁଲ କଲେଜ ଓ ଅଙ୍ଗନବାଡି କେନ୍ଦ୍ର ଖୋଲିବ। ଲ୍ୟାଣ୍ଡ ଲାଇନ୍ ଓ ବ୍ରଡବ୍ୟାଣ୍ଡରେ ସେବା ମିଳୁଥିବା ବେଳେ ଆଜିଠାରୁ ମୋବାଇଲରେ ଇଣ୍ଟରନେଟର ସୁବିଧା ମିଳିବ।

author-image
Sonali Ojha
ଅଦ୍ୟତନ ହୋଇଛି
Balasore Curfew Relaxation From Today

Balasore Curfew Relaxation

ବାଲେଶ୍ବର ପୌରାଞ୍ଚଳରେ ଆଜିଠୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ। ସମସ୍ତ ସ୍କୁଲ କଲେଜ ଓ ଅଙ୍ଗନବାଡି କେନ୍ଦ୍ର ଖୋଲିବ। ଲ୍ୟାଣ୍ଡ ଲାଇନ୍ ଓ ବ୍ରଡବ୍ୟାଣ୍ଡରେ ସେବା ମିଳୁଥିବା ବେଳେ ଆଜିଠାରୁ ମୋବାଇଲରେ ଇଣ୍ଟରନେଟର ସୁବିଧା ମିଳିବ। ଗୋଷ୍ଠୀ ସଂଘର୍ଷକୁ ନେଇ ବାଲେଶ୍ବର ସହରରେ ଲାଗିଥିବା କର୍ଫ୍ୟୁ କୋହଳ ହୋଇଛି। ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିବ। ସେହିପରି ଟାଉନ ଥାନା ଅଞ୍ଚଳରେ ସକାଳ ୫ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କୋହଳ ରହିବ କର୍ଫ୍ୟୁ।

Advertisment

ସହରରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯିବା ସହ ଶାନ୍ତି ପ୍ରତିଷ୍ଠା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ଡ୍ରୋନ୍ ଯୋଗେ ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ଏଥିସହ ସାମାଜିକ ଗଣମାଧ୍ୟମରେ ଆସୁଥିବା ଗୁଜବ ଓ ମିଥ୍ୟା ଖବର ଉପରେ ନଜର ରଖାଯାଇ ସାଇବର ପାଟ୍ରୋଲିଂ ଆରମ୍ଭ ହୋଇଛି।

ଅଧିକ ପଢ଼ନ୍ତୁ: ନିଅଣ୍ଟିଆ ବର୍ଷା: ଆଷାଢରେ ମାଟି ଫାଟି କରିଛି ଆଁ, ଶୁଖିଲା ପଡିଛି ଜଳଭଣ୍ଡାର

Advertisment

ରାଜ୍ୟର ଅଭିଜ୍ଞ ଅଧିକାରୀ ଓ ଜିଲ୍ଲା ସାଇବର ସେଲର ଅଧିକାରୀଙ୍କୁ ଏହି ପାଟ୍ରୋଲିଂରେ ସାମିଲ କରାଯାଇଛି। କୌଣସି ପ୍ରକାର ଗୁଜବ ତଥା ମିଥ୍ୟା ଖବରକୁ ବିଶ୍ୱାସ ନ କରିବାକୁ ଏସ୍‌ପି ନିବେଦନ କରିଛନ୍ତି। ଏହି ଘଟଣାରେ ମୋଟ ୨୯ ଟି ମାମଲା ରୁଜୁ ହୋଇଥିବା ବେଳେ ଗିରଫ ସଂଖ୍ୟା ୮୯ରେ ପହଞ୍ଚଛି। ଜଣେ ଗୁଜବକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୂଚନା ଅନୁସାରେ ଗତ ରବିବାର ସଂଧ୍ୟାରେ ସୁନହଟଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ସେହିଦିନ ରାତିରେ ଏହା ଉଗ୍ରରୂପ ନେଇଥିଲା । ଏପରିକି ପୋଲିସ ଉପରକୁ ବି ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା । ଏହା ପରଠାରୁ ଅନିର୍ଦ୍ଦିଷ୍ଟ କାଳ କର୍ଫ୍ୟୁ କବଳରେ ରହିଛି ସାରା ବାଲେଶ୍ୱର ସହର । ଏବେ ବାଲେଶ୍ୱରରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କହିଛନ୍ତି ଜିଳ୍ଲାପାଳ ।

Group Clash Curfew
Advertisment
Advertisment