ବିଧାୟକଙ୍କ ଭିତରୁ କାହା ନାଁରେ ମୋହର ବାଜିବାର ସମ୍ଭାବନା ରହିଛି। ଏହାରି ଭିତରେ ବିଧାୟକ ସୁରେଶ ପୂଜାରୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ସେହିପରି ରାଜ୍ୟସଭାପତି ମନମୋହନ ସାମଲଙ୍କ ନାଁ ବି ଚର୍ଚ୍ଚାରେ ରହିଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନାନୁସାରେ, ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ କାର୍କେଡ୍ଟି ଇମ୍ଫାଲରୁ ଜିରିବମ୍ ଜିଲ୍ଲା ଅଭିମୁଖେ ଯାଉଥିଲା। ସକାଳ ପ୍ରାୟ ୧୦ଟା ୩୦ରେ ୩୭ନଂ ଜାତୀୟ ରାଜପଥରେ ଅଚାନକ ଗୁଳିମାଡ଼ ହୋଇଥିଲା।
ଦିଲ୍ଲୀରୁ ଫେରି ଅଚ୍ୟୁତ ସାମନ୍ତଙ୍କ ରାଜନୀତିରୁ ସନ୍ୟାସ ନେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କନ୍ଧମାଳ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ । ବିରାଡ଼ି ବୈଷ୍ଣବ ଉପାଖ୍ୟାନ ଦେଇଛନ୍ତି । କହିଛନ୍ତି, ୬ ମାସିଆ ଅବସର ନେବାର କିଛି ପ୍ରାସଙ୍ଗିକତା ନାହିଁ ।
ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ। ସେଠାରେ ନବନିର୍ବାଚିତ ବିଜେପି ବିଧାୟକଙ୍କ ସହ ଆଲୋଚନା କରିବେ ବିଜେପିର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। କିଏ ହେବେ ବିଧାୟକ ଦଳ ନେତା ତଥା ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ସେନେଇ ନାଁ ଚୂଡ଼ାନ୍ତ ହେବ।
ଗଲା ୩ ମାସ ଭିତରେ ହରଡ଼ ଡାଲି କିଲୋ ପିଛା ୪୦ ଟଙ୍କା ବଢ଼ି ୧୭୦ ଟପିଛି। ଆଉ ଅଟା, ମଇଦା ଓ ସୁଜି ଆଦି ୧୦-୧୫ ଦିନରେ ୪ରୁ ୫ ଟଙ୍କା ଲେଖାଏଁ ମହଙ୍ଗା ହୋଇଛି।
ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ପୁରୁଣା ଓ ନୂଆ ଚେହେରା। ମୋଦି 2.Oରେ ଥିବା ଏକାଧିକ ମନ୍ତ୍ରୀ ଏଥର ରିପିଟ୍ ହୋଇଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ରାଜନାଥ ସିଂ, ଅମିତ ଶାହ, ନୀତିନ ଗଡକରୀ, ନିର୍ମଳା ସୀତାରମଣ, ଏସ୍. ଜୟଶଙ୍କର ପ୍ରମୁଖ।
ସଂଧ୍ୟା ପ୍ରାୟ ସାଢେ ୬ଟା ସମୟରେ ପୋନି ଏରିଆର ତେରାଥ ଗ୍ରାମ ନିକଟରେ ଆତଙ୍କବାଦୀମାନେ ବସ ଉପରକୁ ଅତର୍କିତ ଗୁଳିମାଡ କରିଥିଲେ । ଫଳରେ ବସଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା ।
ମୋଦିଙ୍କ ନୂଆ ଟିମରେ ସାମିଲ ହୋଇଛନ୍ତି ଓଡ଼ିଶାରୁ ୩ ଜଣ। କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ। ମୋଦି ସରକାରରେ ତୃତୀୟ ଥର ପାଇଁ ଧର୍ମେନ୍ଦ୍ରଙ୍କୁ ସୁଯୋଗ ମିଳିଛି।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ କ୍ୟାବିନେଟ୍ ଶପଥ ନେଇଥିଲା। ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ତାଙ୍କ ସହ ଶପଥ ନେଇଥିଲେ ଏନଏଡି ସରକାରରେ ୭୨ ଜଣ ମନ୍ତ୍ରୀ ।
ବହୁ ପ୍ରତୀକ୍ଷିତ ମ୍ୟାଚରେ ବର୍ଷା ଯୋଗୁ ଟସ୍ ବିଳମ୍ବ ହୋଇଥିଲା। ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ପାକିସ୍ତାନ।
ଓଡ଼ିଶା ବିଧାନସଭା ଦେଖିବ ୮୨ ନୂଆ ବିଧାୟକଙ୍କ ମୁହଁ । ନୂଆ ନେତା ଲେଖିବେ ଓଡ଼ିଶାର ଭାଗ୍ୟ ! ସାଧାରଣ ଜନତାଙ୍କ ସମସ୍ୟାକୁ ଉଠାଇବେ ! ସମାଧାନ କରିବାକୁ ପକ୍ଷ ରଖିବେ । ମୋଟ୍ ୧୪୭ ଆସନରୁ ୮୨ ଜଣ ନୂଆ ବିଧାୟକଙ୍କ ପାଦ ପ୍ରଥମ ଥର ପାଇଁ...
ଗଛ କାଟିଦେବା ସହଜ, ହେଲେ ଗଛଟିଏକୁ ବଡ କରିବା ସେତେ ସହଜ ନୁହେଁ। ଘଣ୍ଟାକରେ ବିଶାଳ ଦୃମକୁ କାଟି ଗଡେଇ ଦିଆଯାଇ ପାରେ, ହେଲେ ସେତେବଡ ଗଛ ହେବାକୁ ବର୍ଷ ବର୍ଷ ଲାଗେ। ଏ କଥା ବୁଝିଥିବା ଗଛ ମଣିଷ ହରି ପାଙ୍ଗିଙ୍କୁ ଚାଲନ୍ତୁ ଭେଟିବା
୨୪ ନିର୍ବାଚନ ଛାରଖାର କରିଛି ପାରିବାରିକ ରାଜନୀତି । ଜନମତରେ ଟଳିପଡ଼ିଛି ବର୍ଷ ବର୍ଷର ଗଡ଼ । ଠିକଣା ଭୁଲିଯାଇଛନ୍ତି ହେଭିୱେଟ୍ । ୨୪ ଫଳାଫଳ କ୍ୟାରିୟରରେ ଲଗାଇ ଦେଇଛି ପରାଜୟର ଦାଗ ।
୨୪ ଫଳାଫଳ ଭାଙ୍ଗିଛି କ୍ଷମତା । ନବୀନ ସରକାରର ଗଣ୍ତା ଗଣ୍ତା ମନ୍ତ୍ରୀ ଓ ବରିଷ୍ଠ ନେତା ଧାରାସାୟୀ ହୋଇଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ୧୦ ଜଣ ମନ୍ତ୍ରୀଙ୍କୁ ହାର୍ର ସମ୍ମୁଖୀନ ହେବାଆକୁ ପଡ଼ିଛି । ଜାଣନ୍ତୁ..
ସୌର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୯ ରବିବାର। ଚନ୍ଦ୍ର- ମିଥୁନ ଦିବା ୦୨-୦୮ ଗତେ କର୍କଟ। ତିଥି- ୩ୟା ଦିବା ୦୩.୪୪ ଗତେ ୪ର୍ଥୀ। ଘାତଚନ୍ଦ୍ର- କନ୍ୟା ରାଶିର ଦିବା ୦୨.୦୮ପର୍ଯ୍ୟନ୍ତ। ଘାତବାର- ମେଷ ରାଶିର । ପୁଷ୍କର ଦୋଷ- ୨ ପାଦ-କୃଷି ଓ ବଂଶହାନି-ଭୂମି...
ବାଧ୍ୟ କରାଯାଇ ସତ୍ୟବାଦୀରୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀକୁ ପଠାଇ ଦିଆଯାଇଥିଲା ।ସେ ଚାରି ଚାରିଥର ସତ୍ୟବାଦୀ ନଛାଡ଼ିବା ପାଇଁ କହିଥିଲେ ମଧ୍ୟ ତାଙ୍କୁ ବାଧ୍ୟ କରାଯାଇ ବ୍ରହ୍ମଗିରିକୁ ପଠାଯାଇଥିଲା।
ଗୁରୁତର ଅବସ୍ଥାରେ ସେମାନଙ୍କୁ ରାଉରକେଲା ଆରଜିଏଚ୍ ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ଶ୍ରୀମନ୍ଦିର ପରିସରରେ ଲାଗିଥିବା ଆଲୋକୀକରଣ ବ୍ୟବସ୍ଥାକୁ ହଠାତ୍ ବନ୍ଦ କରିଦିଆଯିବା ଘଟଣାର ତଦନ୍ତ ବି ଚାଲିଛି। କାହିଁକି ନଜଣାଇ ଇଭେଣ୍ଟ ସଂସ୍ଥା ହଠାତ ଲାଇଟ କାଢିନେଲା ସେନେଇ ତଦନ୍ତ ଚାଲଥିବା କହିଛନ୍ତି ପୁରୀ ଜିଲ୍ଲାପାଳ।
ଚୋର ଚୋରି କରିବା ପାଇଁ ଯାଇଥିଲା। ହେଲେ ମାଲିକ ତାକୁ ଧରି ପୋଲିସ ଜିମା ଦେବା ପରିବର୍ତ୍ତେ ଟ୍ରେଡ୍ମିଲ୍ରେ ଦୌଡାଇଛନ୍ତି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି। ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି।