ଲିଙ୍ଗ ପରିବର୍ତ୍ତନ ହେତୁ ମୁଜାହିଦଙ୍କୁ ତାଙ୍କ ସହ ରହିବାକୁ ହେବ। କାରଣ ପରିବାର ଲୋକ ଅଥବା ସମାଜ ଆଉ ତାଙ୍କୁ ଗ୍ରହଣ କରିବେ ନାହିଁ। ଏଥିସହ ସେ କୋର୍ଟ ମ୍ୟାରେଜ ପାଇଁ ଓକିଲଙ୍କ ସହ କଥା ହୋଇଥିବା ମଧ୍ୟ କହିଥିଲେ।
ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଜୁବଲ୍ ସବ-ଡିଭିଜିନାଲ୍ ମାଜିଷ୍ଟ୍ରେଟ୍ ରାଜୀବ ସାଂଖ୍ୟାନ। ତାଙ୍କ କହିବା ମୁତାବକ ବସରେ ୭ଜଣ ଯାତ୍ରୀ ଥିଲେ। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଚିକିତ୍ସାଧିନ ଅବସ୍ଥାରେ ଜୀବନ ହରାଇଛନ୍ତି।
ଯୋଗ ଦିବସ ଅବସରରେ ସାରା ବିଶ୍ବ ଯୋଗମୟ ହୋଇଛି । ସିକିମରେ ସମୁଦ୍ର ପତ୍ତନରୁ ୧୫ହଜାର ଫୁଟ୍ ଉଚ୍ଚତାରେ ବରଫ ପାହାଡ଼ ଉପରେ ଯୋଗ ମୁଦ୍ରାରେ ନଜର ଆସିଛନ୍ତି ଆଇଟିବିପି ଯବାନ। ଇଷ୍ଟର୍ଣ୍ଣ ଲଦଖରେ ଭାରତୀୟ ସେନା ପକ୍ଷରୁ ଯୋଗ ଦିବସ ପାଳିତ ହୋଇଛି।
ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ଯୋଗ ଜରୁରୀ। କେବଳ ଆଜି ନୁହେଁ, ଦୈନନ୍ଦିନ ଯୋଗ କରିବା ଆବଶ୍ୟକ। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କରାଯାଇଥିବା ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଯୋଗର ମହତ୍ତ୍ୱ ଏବଂ ଏହାର ସ୍ୱାସ୍ଥ୍ୟ ଉପକାରିତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ନିଜ ପାଇଁ ଏବଂ ସମାଜ ପାଇଁ । ଯୋଗ ପ୍ରତି ସାରା ବିଶ୍ବ ଆକର୍ଷିତ...
କିଛି ଦିନର ଲୁଚକାଳି ଖେଳ ପରେ ଓଡ଼ିଶାରେ ଆଗକୁ ବଢୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଉଛି।
ସାଙ୍ଗଲଡାନରୁ ରିଆସି ପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳର ସଫଳ ପରୀକ୍ଷଣ ପରେ ଲୋକଙ୍କ ମଧ୍ୟରେ, ବିଶେଷକରି ଯୁବକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ରବିବାର ପ୍ରଥମ ଥର ପାଇଁ ଏକ ଇଲେକ୍ଟ୍ରିକ୍ ଇଞ୍ଜିନ୍ ରିଆସି ଷ୍ଟେସନରେ ପରୀକ୍ଷାମୂଳକ ଭାବରେ ଗଡିଥିଲା। ଏହାକୁ ଦେଖିବା ପାଇଁ ରିଆସି ଷ୍ଟେସନରେ ଯୁବକଙ୍କ ଭିଡ...
ରିପୋର୍ଟ ଅନୁସାରେ, ଇଜିପ୍ଟର ସର୍ବାଧିକ ୬୫୮ ଜଣ ତୀର୍ଥ ଯାତ୍ରୀ ପ୍ରାଣ ହରାଇଲେଣି। ସେମାନଙ୍କ ମଧ୍ୟରୁ ୬୩୦ଜଣ ତୀର୍ଥଯାତ୍ରୀଙ୍କର ରେକର୍ଡ ରେଜିଷ୍ଟର ହୋଇନି।
ଭୂମିହୀନ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଏକ ଏନଜିଓ ସେଣ୍ଟର ଫର ହୋଲିଷ୍ଟିକ୍ ଡେଭଲପମେଣ୍ଟ ଦାବି କରିଛି ଯେ ଜୁନ୍ ୧୧ରୁ ୧୯ ତାରିଖ ମଧ୍ୟରେ ଦିଲ୍ଲୀରେ ଅତ୍ୟଧିକ ଗରମ ହେତୁ ୧୯୨ଜଣ ବାସହୀନଙ୍କ ମୃତ୍ୟୁ ଘଟିଛି। ଗତ ଦୁଇ ଦିନ ମଧ୍ୟରେ ୨୨ଜଣ ରୋଗୀଙ୍କୁ ରାମ ମନୋହର ଲୋହିଆ...
ଗତ ମାର୍ଚ୍ଚ ୩୧ତାରିଖରେ ଆଇଆଇଟି ବମ୍ୱେରେ ଆର୍ଟ ଫେଷ୍ଟିଭାଲ୍ ଆୟୋଜିତ ହୋଇଥିଲା। ଏଥିରେ ରାମାୟଣ ଉପରେ ଆଧାରିକ ଏକ ନାଟକ ‘ରାହୋବନ’ ପରିବେଷଣ କରିଥିଲେ କିଛି ଛାତ୍ର
ଏହା ଦେଖି ଯାତ୍ରୀ ଭୟଭୀତ ହୋଇପଡିଥିଲେ। ତେବେ ହାଇଦ୍ରାବାଦ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଭୋର୍ ପ୍ରାୟ ୩ଟାରେ ବିମାନଟି ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲା।
ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଯଦି ରାଜ୍ୟରେ ଯେଉଁଠି ବେଆଇନ ଭାବେ ମଦ ତିଆରି ହେଉଛି, ତେବେ ତୁରନ୍ତ ପୋଲିସ ନିକଟରେ ଅଭିଯୋଗ କରନ୍ତୁ । ଲୋକଙ୍କ ସୂଚନା ଆଧାରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଦୁର୍ଘଟଣା ସଂପର୍କରେ ଖବର ପାଇଁ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟକୁ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟଜାତିରେ ବିବାହ କରିଥିବାରୁ ତାଙ୍କୁ ସମାଜରୁ ବାସନ୍ଦ କରାଯାଇଥିଲା। ଗତକାଲି ଦେହ ଖରାପ ହେବାରୁ, ଉପେନ୍ଦ୍ରଙ୍କୁ ତାଙ୍କ ସ୍ତ୍ରୀ ହସପିଟାଲରେ ଭର୍ତ୍ତି କରିଥିଲେ । ବିଳମ୍ବିତ ରାତିରେ ଆଖି ବୁଜିଦେଲେ ଉପେନ୍ଦ୍ର ।
EPFO ଗ୍ରାହକଙ୍କୁ ପ୍ରଥମଥର ମାର୍ଚ୍ଚ ୨୦୨୦ରେ ଅଗ୍ରୀମ ଟଙ୍କା ଉଠାଣ ସୁବିଧା ମିଳିଥିଲା। ସେହିପରି ଜୁନ୍ ୨୦୨୧ରେ ଶ୍ରମ ମନ୍ତ୍ରଣାଳୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଚାଲୁ ରଖିଥିଲେ।
ଦୁଇଦିନ ହେବ ନାରାୟଣପୁର ଜିଲ୍ଲାରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଆଜି ସକାଳୁ ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସହ ମାଓବାଦୀ ମୁହାଁମହିଁ ହୋଇଥିଲେ। ଚାରିଟି ଜିଲ୍ଲା ନାରାୟଣପୁର, କାଙ୍କେର, ଦାନ୍ତେୱାଡା ଓ କୋଣ୍ଡଗାଁଓ ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନ୍ ବେଳେ ଗୁଳି ବିନିମୟ ହୋଇଥିଲା।
ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହାଥିଲା ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ ଓ ପ୍ରଥମ ଶିଖର ସମ୍ମିଳନୀ । ବୁଧବାର ସେ ଇଟାଲୀ ଗସ୍ତରେ ବାହାରିଥିବା ବେଳେ ଗତକାଲି ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ସାସାରାମ-ରାଞ୍ଚି ଇଣ୍ଟରସିଟି ଏକ୍ସପ୍ରେସରେ ଅନେକ ଯାତ୍ରୀ ଥିଲେ। ରାତି ପ୍ରାୟ ୮ଟାରେ ଇଣ୍ଟରସିଟି ଏକ୍ସପ୍ରେସ କୁମଣ୍ଡିହା ଷ୍ଟେସନରେ ପହଞ୍ଚିବାର ଥିଲା। ମାତ୍ର ଏହାର କିଛି ସମୟ ପୂର୍ବରୁ ଟ୍ରେନରେ ନିଆଁ ଲାଗିଥିବା କିଛି ଲୋକ ଚିତ୍କାର କରିଉଠିଲେ।
ଆସନ୍ତା ଜୁଲାଇ୧ରୁ ସାରା ଦେଶରେ ଲାଗୁ ହେବ ନୂଆ ଭାରତୀୟ ନ୍ୟାୟ ସଂହିତା। ଏଥି ସହିତ ଉଠିଯିବ ୧୮୬୦ ମସିହାରୁ ଚାଲିଆସୁଥିବା ବ୍ରିଟିଶ ନିୟମ । ଏ ନେଇ ସମସ୍ତ ରାଜ୍ୟର ପୋଲିସ ଡିଜିଙ୍କ ସହ ଆଲୋଚନା କରିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ।
ଘଟଣାସ୍ଥଳରେ ପୋଲିସର ବରିଷ୍ଠ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସାରିଛନ୍ତି। ବୋମାଗୁଡ଼ିକୁ ନିଆଁ ଲଗାଇ ନଷ୍ଟ କଲା ବେଳେ ଫୁଟିଥିବା ସୂଚନା ମିଳିଛି। ତେବେ ଏହା ବୋମା ନୁହେଁ, ବାଣ ଥିଲା କହିଲେ ଏଡିସିପି ଅନୀଲ ମିଶ୍ର।