Advertisment

ଥାନାରେ ବିବାହ କଲେ ପ୍ରେମୀଯୁଗଳ; ଅତିଥି ସାଜିଲେ ଥାନା କର୍ମଚାରୀ

ଥାନାରେ ବାହାଘର ହୋଇଛି। ଅତିଥି ସାଜିଛନ୍ତି ଥାନା କର୍ମଚାରୀ। ବର କନିଆକୁ ମଙ୍ଗଳ ସୁତ୍ର ପିନ୍ଧାଇବା ସହ ସାତ ଜନ୍ମର ସାଥୀ ହେବା ନେଇ ପ୍ରତିଶ୍ରୁତି ଦେଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
couple gets married in police station

couple gets married in police station

ଥାନାରେ ହାତକଡ଼ି ପଡ଼ିବା କଥା ଶୁଣିଥିବେ। ହେଲେ ବର ମାଳା ପିନ୍ଧାଇବା, ମଙ୍ଗଳସୁତ୍ର ପିନ୍ଧାଇବା ଟିକେ ଅଜବ ଲାଗିପାରେ। ହେଲେ ଏମିତି ଏକ ଘଟଣା ସାମାନାକୁ ଆସିଛି ଯେଉଁଠି ଥାନାରେ ବାହାଘର ହୋଇଛି। ଆଉ ଅତିଥି ସାଜିଛନ୍ତି ଥାନା କର୍ମଚାରୀ। ବର କନିଆକୁ ମଙ୍ଗଳ ସୁତ୍ର ପିନ୍ଧାଇବା ସହ ସାତ ଜନ୍ମର ସାଥୀ ହେବା ନେଇ ପ୍ରତିଶ୍ରୁତି ଦେଇଛି।

Advertisment

ଏଭଳି କିଛି ଘଟଣା ଘଟିଛି କୋରାପୁଟ ପାଡ଼ୁଆ ଥାନା ପରିସରରେ। ବାଡେଲ ଗାଁର ରବୀନ୍ଦ୍ର ଚାଲାଣ ଓ ମଞ୍ଜୁଳା ହନ୍ତାଳ ପରସ୍ପରକୁ ପ୍ରେମ କରୁଥିଲେ। ବିବାହ କରିବାକୁ ଦୁହେଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ତେବେ ଗତ ୩ ତାରିଖରେ ଦୁହେଁ ଫେରାର ହୋଇଯାଇଥିଲେ । ତିନି ଦିନ ପରେ ରବୀନ୍ଦ୍ର ମଞ୍ଜୁଳାଙ୍କୁ ଗାଁ ମୁଣ୍ଡରେ ଛାଡି କେଉଁଆଡେ ଚାଲି ଯାଇଥିଲେ । ରବିନ୍ଦ୍ରଙ୍କ ଦେଖା ନ ମିଳିବାରୁ ମଞ୍ଜୁଳା ଓ ପରିବାର ଲୋକେ ୨୨ତାରିଖରେ ପାଡୁଆ ଥାନାର ଦ୍ୱାରାସ୍ଥ ହୋଇଥିଲେ।

ଦେଖନ୍ତୁ ଭିଡିଓ | ବିବାହରେ ବାନ୍ଧିହେଲେ ପ୍ରେମପକ୍ଷୀ

ଅଭିଯୋଗ ପାଇବା ପରେ ପୁଲିସ ରବୀନ୍ଦ୍ରଙ୍କୁ ଧରିବାରେ ସଫଳ ହୋଇଥିଲେ । ଉଭୟ ପରିବାରଙ୍କୁ ଥାନାରେ ଡାକି ବୁଝାସୁଝା କରିଥିଲେ । ପରେ ଦୁହେଁ ବିବାହ କରିବାକୁ ସହମତ ହୋଇଥିଲେ । ଚୁକ୍ତିନାମା ଅନୁସାରେ ପାଡୁଆ ଥାନା ପରିସର ମଧ୍ୟରେ ଦୁହେଁ ଦୁହିଁଙ୍କୁ ଫୁଲମାଲ ପିନ୍ଧାଇଥିଲେ। କେକ୍ କାଟି ସେଲିବ୍ରେସନ କରିଥିଲେ । ଥାନା କର୍ମଚାରୀ ଓ ଉଭୟ ପରିବାର ଲୋକ ବର-କନ୍ୟାଙ୍କୁ ଆଶୀର୍ବାଦ ମଧ୍ୟ କରିଥିଲେ । ଏହି ବିବାହରେ ଉଭୟଙ୍କ ପରିବାର ସହ ଥାନା କର୍ମଚାରୀ ସାମିଲ ହୋଇଥିଲେ। ଥାନାରେ ଏଭଳି ବିବାହ ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। 

Advertisment
Marriage In Jail
Advertisment
Advertisment