୨ଟି ଏରୋ ବ୍ରିଜ୍ର ଉଦଘାଟନ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ୫ କୋଟି ୪୨ ଲକ୍ଷ ବ୍ୟୟରେ ନିର୍ମାଣ ହୋଇଛି ଏହି ଓଭରବ୍ରିଜ୍ ।
ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏବେ ପୁରୀ ପୌରସଂସ୍ଥା ପକ୍ଷରୁ ୟୁଜର ଫି’ ଆଦାୟ କରାଯିବ । ଆସନ୍ତା ୧୦ ତାରିଖରୁ ପୁରୀ ପୌରପାଳିକା ଅଳିଆ ଗାଡିକୁ ଅଳିଆ ଦେଉଥିବା ବ୍ୟକ୍ତି ଓ ଅନୁଷ୍ଠାନଠାରୁ ୟୁଜର୍ସ ଫି’ ଆଦାୟ ହେବ ।
ବେଶ ଖୁସ୍ ମିଜାସ୍ ଦେଖାଯାଉଥିବା ଜଗା ଆଜି ମାର୍କେଟରୁ ଚପଲ ବି କିଣିଛି । ଡାକ୍ତରଙ୍କ ଦ୍ୱାରା ଲଗା ଯାଇଥିବା ହେଲମେଟ୍ ମୁଣ୍ଡରେ ପିନ୍ଧି, ବାପାଙ୍କ ସହ ବୁଲିଛି ।
ଚେଙ୍ଗଙ୍କ ଘର ଆଜବେଷ୍ଟସ ଭାଙ୍ଗି ପୋଲିସ ପଶିଥିଲା । ଏହାସହ ଘରର ଚଟାଣ ଖୋଳି ଛାନ୍ଭିନ୍ କରିଥିଲା । ରାଜଧାନୀରେ ଆତଙ୍କରାଜ ସୃଷ୍ଟି କରିଥିବା କୋଇ ଭାଇ ନେହିଁ (କେବିଏନ୍) ଗ୍ରୁପ୍ର ଜଣେ ସଦସ୍ୟ ହେଉଛନ୍ତି ଚେଙ୍ଗ ।
କଟକ ସିଏମ୍ସି ଅଫିସ ଆଗରେ ଦଳ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ ନାରାବାଜି କରିଛି । ପରେ ତିନି ଜଣଙ୍କ କୁଶପୁତ୍ତଳିକା ଦାହ କରିଥିଲେ ବିଜେପି କର୍ମୀ ।
‘ମମିତାଙ୍କ ପରିବାରକୁ ମୁଁ ଦୁଇ ଦୁଇ ଥର ଭେଟିବାକୁ ଯାଇଛି । ତାଙ୍କ ପରିବାରର ଦୁଃଖ ଜାଣିଛି ଓ ମନ କଥା ବୁଝିଛି । ସେମାନଙ୍କ ବେଦନା କଣ ମୁଁ ଜାଣିଛି । ମୋ ସାମ୍ନାରେ ସେମାନେ କାନ୍ଦି କାନ୍ଦି ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ ।’
ମମିତା ହତ୍ୟା ଘଟଣା ପ୍ରତିବାଦରେ ବିରୋଧୀ ବିଜେପି ଓ କଂଗ୍ରେସ କର୍ମୀଙ୍କ ପକ୍ଷରୁ ଏହି ଅଣ୍ଡାମାଡ଼ କରାଯାଇଛି । ଏହି ସମୟରେ କଳାହାଣ୍ଡିରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରୁ ଫେରୁଥିଲେ ମନ୍ତ୍ରୀ ଟୁକୁନି ସାହୁ ।
ୟୁପି ସମେତ ୫ ରାଜ୍ୟ ବିଧାନସଭା ନିର୍ବାଚନରେ କେମିତି ହେବ ବାଜିମାତ୍ ? ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ମୋଦି ଦେଲେ ଗୁରୁମନ୍ତ୍ର । କରୋନା ଲଢ଼େଇ ସହ ଅର୍ଥନୀତିକୁ ଟ୍ରାକ୍କୁ ଫେରାଇ ଆଣିଥିବାରୁ ମୋଦିଙ୍କୁ ପ୍ରଶଂସା ।
ଦିବ୍ୟଶଙ୍କରଙ୍କ ହୋମ୍ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଶାସକ-ବିରୋଧୀI କାଲି ନବୀନଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ଛକାପଞ୍ଝା ରାଜନୀତି ।
ଇ-ଯାନ ଆଡକୁ ଢଳୁଛନ୍ତି କି ମହଙ୍ଗା ତେଲରେ ଆକ୍ତାମାକ୍ତା ଜନତା ? ଗତ ବର୍ଷ ତୁଳନାରେ ରାଜ୍ୟରେ ବିକ୍ରି ହେଲାଣି ୪ ଗୁଣା ଅଧିକ ଇ-ଯାନI ନୂଆ ଗାଡ଼ି କିଣାରେ ସବସିଡି ପ୍ରଦାନ ନେଇ ଅର୍ଥ ଓ ପରିବହନ ବିଭାଗ ଆଲୋଚନା ।
ଗୁଣ୍ଡାଙ୍କୁ ସାବାଡ୍ କରିବାକୁ କଡ଼ା ଆଇନ୍ ଆଣିବେ ରାଜ୍ୟ ସରକାର। ସଂଶୋଧନ ପାଇଁ କ୍ରାଇମବ୍ରାଞ୍ଚକୁ ଚିଠା ପ୍ରସ୍ତାବ ପଠାଇଛି ଗୃହ ବିଭାଗ । ପୋଲିସ ନୂଆ ଆଇନକୁ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରିବା ସହ ଦୋଷୀଙ୍କୁ ଦଣ୍ଡ ବିଧାନ କରିବା ଏକ ବଡ ଚ୍ୟାଲେଞ୍ଜ ହେବ I
ହାଟରେ ମେଲିଛି ମଦ ପସରା I ବିକ୍ରି ହେଉଛି ଆଦିବାସୀଙ୍କ ହାତ ତିଆରି ଭଳିକି ଭଳି ପାରମ୍ପରିକ ମଦ I ମାଲକାନଗିରି ପଣଷପୁଟ ସାପ୍ତାହିକ ହାଟରେ ଚାଲୁଛି ଓପନ୍ ବାର୍
ଆଫଗାନିସ୍ତାନଠାରୁ ୮ ଓ୍ୱିକେଟରେ ବିଜୟ ହୋଇଛି କିୱି ଦଳ । ଏହି ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ନ୍ୟୁଜିଲାଣ୍ଡ । ଏପଟେ ନ୍ୟୁଜିଲାଣ୍ଡର ବିଜୟ ପରେ ଶେଷ ହୋଇଛି ଭାରତର ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆଶା ।
ତେଲର ମହଙ୍ଗା ମାଡ଼ରେ ପେଟ୍ରୋଲ-ଡିଜେଲ୍କୁ ମୁହଁ ମୋଡ଼ିଲେଣି ଲୋକେ । ଏବେ ଇଲେକ୍ଟ୍ରିକ୍ ଯାନ ମୁହାଁ ଜନତା । କେବଳ ସେଇଥି ପାଇଁ ଚଳିତ ବର୍ଷ ରାଜ୍ୟରେ ବ୍ୟାଟେରୀ ଚାଳିତ ଇଲେକ୍ଟ୍ରିକ୍ ଯାନ ପଞ୍ଜୀକରଣ ଗତବର୍ଷ ତୁଳନାରେ ୪ ଗୁଣା ଟପିଗଲାଣି ।
ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଥିବା ପଣଷପୁଟ ହାଟରେ ସପ୍ତାହକୁ ଥରେ ମଦ ପସରା ଧରି ଏକାଠି ହୁଅନ୍ତି ଆଦିବାସୀ ।
ଦଳରୁ ନିଲମ୍ବନ ହେବା ପରେ ବି ଦଳୀୟ ପତାକା ସହ ଏବଂ ଦଳର କର୍ମୀଙ୍କ ସହ ରାଲି କରିଛନ୍ତି ବିଧାୟକ । ଖାଲି ସେତିକି ନୁହେଁ, ବିଧାୟକଙ୍କ ଏହି ବାଇକ ରାଲି ଓ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଦଳର ଶହ ଶହ କର୍ମୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ ରହିଥିବା ବେଳେ ଏହି ମାମଲାକୁ ଯେନତେନ ହାଲୁକା କରିବାକୁ ଚେଷ୍ଟା କରାଯାଇଛି । ତେଣୁ ତାଙ୍କ ପରିବାର ପରେ ସରକାରଙ୍କ ପକ୍ଷରୁ ଚାପ ପ୍ରୟୋଗ କରି ପରିବାର ଲୋକଙ୍କ ମତ ବଦଳାଇବାକୁ ଚେଷ୍ଟା କରାଯାଉଛି ବୋଲି ଜୁଏଲ ଅଭିଯୋଗ କରିଛନ୍ତି ।
ବ୍ରହ୍ମଗିରିର ସାତପଡ଼ା ଅଞ୍ଚଳରେ ଥିବା ନାଥପୁର ନିକଟରେ ଏଭଳି ବୋମାମାଡ଼ ହୋଇଛି । ଗୋଷ୍ଠି କନ୍ଦଳ ଯୋଗୁଁ ଏଭଳି ଘଟଣା ଘଟିଛି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ଦ୍ୱାରା ୨୦ରୁ ଉର୍ଦ୍ଧ୍ୱ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି ।
ଗୁଣ୍ଡା, ଅସାମାଜିକ ବ୍ୟକ୍ତି ଏବଂ ସଂଗଠିତ ଅପରାଧୀଙ୍କ ବିରୋଧରେ ଏହି ବିଲ୍ ଆସିବ । ସେମାନଙ୍କୁ ଆଇନ ଜାଲରେ ଛନ୍ଦି ଦଣ୍ଡିତ କରିବାକୁ ଏଥିରେ ବ୍ୟବସ୍ଥା ରହିଛି ।
ମୁମ୍ବାଇର ୨ ଯୁବକଙ୍କ ୨ଟି ଆକାଉଣ୍ଟ ନମ୍ବର ଦେଇ ମାଗିଥିଲେ ୪୦ ହଜାର ଟଙ୍କା । ସେହି ଅନୁସାରେ ଅଭିଯୁକ୍ତ ଜଣକ ୨୦୨୧ ଏପ୍ରିିଲ୍ ୧୮ରେ ୨ଟି କିସ୍ତିରେ ଅନଲାଇନ୍ ପେମେଣ୍ଟ କରିଥିଲା ।