• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସଂସଦରେ ରଖିଥିବା ତଥ୍ୟ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ପୁରୀର ବିଜେଡି ସାଂସଦ ପିନାକୀ ମିଶ୍ର । ନିଷିଦ୍ଧାଞ୍ଚଳରେ କୌଣସି ଖନନ କାର୍ଯ୍ୟ ହେଉନାହିଁ, କେବଳ ୪ଟି ଟଏଲେଟ୍ ତିଆରି ହେଉଛି ବୋଲି ପିନାକୀ ଯାହା କହିଥିଲେ, ତା ଉପରେ ବିତର୍କ ହେବାରୁ ସେ ଆଜି ଏହା ଉପରେ ସଫେଇ ଦେଇଛନ୍ତି । ସଂସଦରେ ସମୟ ଅଭାବରୁ ସେ କେବଳ ୪ଟି ଟଏଲେଟ୍ ହେଉଥିବା କହିଥିଲେ । କିନ୍ତୁ ଯାହା ବି କହିଛନ୍ତି ତଥ୍ୟ ଆଧାରରେ ଓ ଏନ୍ଓସି ଆଧାରରେ କହିଛନ୍ତି । କିଛି ବି ମିଛ କହିନାହାନ୍ତି । ଯଦି ସତସାହସ ଅଛି ବାଚସ୍ପତିଙ୍କୁ ଜଣାନ୍ତୁ ବୋଲି ପିନାକୀ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ମିଛୁଆ ବୋଲି ସମାଲୋଚନା କରୁଥିବା ଲୋକଙ୍କୁ ଆକ୍ଷେପ କରିଛନ୍ତି ପିନାକୀ । କିଛି ଲୋକଙ୍କର କଙ୍କଡ଼ା ପ୍ରବୃତ୍ତି ରହିଛି । ଯାହାକି ସାରା ବିଶ୍ୱ ଜାଣେ ବୋଲି ପିନାକୀ କହିଛନ୍ତି । ସେପଟେ ଅପରାଜିତା କହିଛନ୍ତି ଥରେ ସଂସଦରେ କହିବା ପରେ ବାହାରେ ଆଲୋଚନା କରିବାର ଆବଶ୍ୟକତା ନାହିଁ ।  

ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ, ଓଟିଭି ଏହାର ଚାର୍ଟରକୁ ଆଧାର କରି ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ଖବର ପରିବେଷଣ କରିଥାଏ । ପ୍ରତି ଖବରରେ ସବୁ ପକ୍ଷଙ୍କର ପ୍ରତିକ୍ରିୟା ଦର୍ଶକଙ୍କ ସାମ୍ନାକୁ ଆଣିବା ଆମର ଉତ୍ତର ଦାୟିତ୍ୱ ଏବଂ ଦର୍ଶକଙ୍କର ମଧ୍ୟ ଖବରର ସବୁ ଦିଗ ଜାଣିବାର ଅଧିକାର ରହିଛି । ରାଜ୍ୟର ଏକ ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲ ଭାବରେ ଓଟିଭି ଏହି ଦାୟିତ୍ୱକୁ ପ୍ରତିବଦ୍ଧତାର ସହିତ ବର୍ଷ ବର୍ଷ ଧରି ର୍ନିବାହ କରିଆସିଛି । ସେହି ଅନୁଯାୟୀ, ଲୋକସଭାରେ, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବକ୍ତବ୍ୟ ଓ ପରେ ଏହାକୁ ନେଇ ସାଂସଦ ପିନାକୀ ମିଶ୍ରଙ୍କର ପ୍ରତି-ଜବାବ, ତଥା ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ପକ୍ଷଙ୍କ ପ୍ରତିକ୍ରିୟା ଆମେ ଦର୍ଶକଙ୍କ ଆଗକୁ ଆଣିଥିଲୁ । ଓଟିଭି କେବେ ପିନାକୀଙ୍କୁ ମିଛୁଆ କହିନାହିଁ, କିମ୍ବା ଆକ୍ଷେପମୂଳକ ସମ୍ବାଦ ପରିବେଷଣ କରିନାହିଁ ।