• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଖନନ ନେଇ ବିବାଦ ପ୍ରସଙ୍ଗ । ପ୍ରକଳ୍ପ ନେଇ ସାଂସଦ ପିନାକୀ ମିଶ୍ରଙ୍କ ସଫେଇ ପରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ୱର ସାଂସଦ ଅପରାଜିତରା ଷଡ଼ଙ୍ଗୀ । ସେ କହିଛନ୍ତି, ‘ଥରେ ଲୋକସଭାରେ କହିଦେଲା ପରେ ବାହାରେ ଆଲୋଚନା ହେବା କଥା ନୁହେଁ । କିନ୍ତୁ ଯେତେବେଳେ ମୁଁ ସାଂସଦ ପିନାକୀ ମିଶ୍ରଙ୍କ ବାଇଟ୍‌ ଶୁଣିଲି, ଆଶ୍ଚର୍ଯ୍ୟ ହୋଇଗଲି ।’ ଐତିହ୍ୟ ସ୍ଥଳର ନିଷିଦ୍ଧାଞ୍ଚଳରେ ନିର୍ମାଣ ହେଲେ ASI ଅନୁମତି ଲୋଡ଼ା । ୧୦୦ ମିଟର ପରିଧି ଭିତରେ କିଛି ନିର୍ମାଣ ହେଲେ ଡିଜି ASIଙ୍କ ସ୍ପେସାଲ ଅନୁମତି ନିହାତି ଜରୁରୀ । ଏଥିପାଇଁ ଅନୁମତି ଦେବାକୁ NMA ପ୍ରାଧିକୃତ ନୁହଁନ୍ତି ।

ପୁରୀ ସାଂସଦ ଯେଉଁ ଯେଉଁ କାଗଜପତ୍ର ଦେଖାଉଛନ୍ତି ସେଥିରେ ଏଏସ୍‌ଆଇଙ୍କ ଅନୁମତି ନାହିଁ । ତାହା ASIଙ୍କ NOC ଲେଟର ନୁହେଁ । ସାଂସଦ ପିନାକୀ ମିଶ୍ର ଯାହା ଦେଖାଉଛନ୍ତି ତାହା NMAର ଚିଠି କିନ୍ତୁ NMAର NOC ନୁହେଁ । ମନ୍ଦିରର ଶହେ ମିଟର ପରିଧି ଭିତରେ ଛୋଟିଆ କାର୍ଯ୍ୟଟିଏ ହେଲେ ମଧ୍ୟ ଡିଜି ଏଏସ୍‌ଆଇଙ୍କ ସ୍ପେସିଆଲ ଅନୁମତି ଦରକାର । କାରଣ ୧୦୦ ମିଟର ଭିତରେ କୌଣସି ପ୍ରକାର ନିର୍ମାଣ କାର୍ଯ୍ୟକୁ ଅନୁମତି ନାହିଁ ।

ଏବେ ପୁରା ପ୍ରସଙ୍ଗ ଓଡ଼ିଶାବାସୀ ଜାଣିସାରିଲେଣି । ଓଡ଼ିଶାବାସୀ ଅଭିଜ୍ଞ ଲୋକ । ଏବେ ତାଙ୍କ ଉପରେ ସବୁ ଛାଡ଼ିଦିଆଯାଉ । ମୁଁ ସଂସଦରେ ଶ୍ରୀମନ୍ଦିର କଥା ଉଠାଇଛି, ଆଗକୁ ବି ବାରମ୍ବାର ଉଠାଇବି କହିଲେ ମାଡାମ ଅପରାଜିତା ।

 

ଏହା ପୂର୍ବରୁ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସଂସଦରେ ରଖିଥିବା ତଥ୍ୟ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ପୁରୀର ବିଜେଡି ସାଂସଦ ପିନାକୀ ମିଶ୍ର । ନିଷିଦ୍ଧାଞ୍ଚଳରେ କୌଣସି ଖନନ କାର୍ଯ୍ୟ ହେଉନାହିଁ, କେବଳ ୪ଟି ଟଏଲେଟ୍ ତିଆରି ହେଉଛି ବୋଲି ପିନାକୀ ଯାହା କହିଥିଲେ, ତା ଉପରେ ବିତର୍କ ହେବାରୁ ସେ ଆଜି ଏହା ଉପରେ ସଫେଇ ଦେଇଥିଲେ । ସଂସଦରେ ସମୟ ଅଭାବରୁ ସେ କେବଳ ୪ଟି ଟଏଲେଟ୍ ହେଉଥିବା କଥା କହିଥିଲେ । କିନ୍ତୁ ଯାହା ବି କହିଛନ୍ତି ତଥ୍ୟ ଆଧାରରେ ଓ ଏନ୍ଓସି ଆଧାରରେ କହିଛନ୍ତି । କିଛି ବି ମିଛ କହିନାହାନ୍ତି । ଯଦି ସତସାହସ ଅଛି ବାଚସ୍ପତିଙ୍କୁ ଜଣାନ୍ତୁ ବୋଲି ପିନାକୀ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ମିଛୁଆ ବୋଲି ସମାଲୋଚନା କରୁଥିବା ଲୋକଙ୍କୁ ଆକ୍ଷେପ କରିଥିଲେ ପିନାକୀ । କିଛି ଲୋକଙ୍କର କଙ୍କଡ଼ା ପ୍ରବୃତ୍ତି ରହିଛି । ଯାହାକି ସାରା ବିଶ୍ୱ ଜାଣେ ବୋଲି ପିନାକୀ କହିଥିଲେ ।