• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନାଗାଲାଣ୍ଡ, ମଣିପୁର, ଆସାମରୁ AFSPA ହ୍ରାସ ପାଇଁ କେନ୍ଦ୍ରର ନିଷ୍ପତ୍ତି । AFSPA (ଆର୍ମଡ ଫୋର୍ସେସ୍ ସ୍ପେଶାଲ ପାୱାର ଆକ୍ଟ) ହ୍ରାସ ନେଇ ସୂଚନା ଦେଲେ ସ୍ୱରାଷ୍ଟ ମନ୍ତ୍ରୀ ଅମିତ ଶାହା । ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିଥିବାରୁ AFSPA ହ୍ରାସ କରାଯାଇଥିବା ନେଇ ନିଷ୍ପତ୍ତି ହୋଇଛି । ପୂର୍ବରୁ ଅଶାନ୍ତ ସ୍ଥିତି ପାଇଁ AFSPA ଲାଗୁ କରାଯାଇଥିଲା ।

ନାଗାଲାଣ୍ଡ, ଆସାମ ଓ ମଣିପୁରର ଅନେକ ଅଞ୍ଚଳ ଦୀଘବର୍ଷ ହେଲାଣି AFSPA ଅଧୀନରେ ରହିଛି । ଏହି ସବୁ ଅଞ୍ଚଳଗୁଡ଼ିକ ଅଧିକ ସମ୍ବେଦନଶୀଳଥିବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ଦୀର୍ଘ ବର୍ଷ ହେବ ସେଠାରେ AFSPA ଲାଗୁ କରାଯାଛି । ବାରମ୍ବାର ଏଠାରୁ AFSPA ପ୍ରତ୍ୟାହାର ପାଇଁ ଦାବି ହେଉଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିରେ ରାଜି ହେଉନଥିଲେ । ଏବେ କିନ୍ତୁ କେନ୍ଦ୍ର ସରକାର ନିଜ ନିଷ୍ପତ୍ତିରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି । ୩ ରାଜ୍ୟରୁ AFSPA ସଂପୂର୍ଣ୍ଣ ହଟିବ ନାହିଁ । ହେଲେ ଏହା ଅଧୀନରେ ଥିବା ଅଞ୍ଚଳଗୁଡ଼ିକର ପରିସୀମା ସଙ୍କୁଚିତ ହେବ । ଏହାର ଅର୍ଥ କିଛି ଅଞ୍ଚଳ AFSPAରୁ ବାଦ ପଡ଼ିବ ।

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏ ସମ୍ପର୍କରେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି, “ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାରତ ସରକାର AFSPA ଅଧୀନରେ ଥିବା ନାଗାଲାଣ୍ଡ, ମଣିପୁର ଓ ଆସାମର ଉତ୍ତେଜନାପୂର୍ଣ୍ଣ ଅଞ୍ଚଳଗୁଡ଼ିକୁ ସଙ୍କୁଚିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।”