Advertisment

୨୦୨୪ ଜୁନ୍ ୩୦ ସୁଦ୍ଧା ସବୁ ଗାଡ଼ିରେ ବାଧ୍ୟତାମୂଳକ VLTD

ଭିଏଲଟିଡିକୁ ଟ୍ୟାମ୍ପର ବା ଛେଡଛାଡ଼ କରାଯାଇପାରିବ ନାହିଁ। ମୋବାଇଲ ନେଟ୍‌ୱାର୍କ ନ ଥିବା ଅଞ୍ଚଳରେ ବି ଏହି ଡିଭାଇସ ଗାଡ଼ିର ଗତିବିଧିକୁ ରେକର୍ଡ କରି ରଖିବ।

author-image
Santosh Kumar Sahoo

ଓଭରସ୍ପିଡ୍ ହେଉ ବା ବେପରୁଆ ଗାଡ଼ି ଚାଳନା । ଅଥବା ଗାଡ଼ିରୁ ଯାତ୍ରୀ ଦେଉଥିବା ବିପଦ ସଙ୍କେତ । ଯାନବାହନର ସବୁ ଗତିବିଧି ଉପରେ ରହିବ କଡ଼ା ନଜର । ଦୁଇ ଓ ତିନି ଚକିଆକୁ ଛାଡ଼ି ରାଜ୍ୟର ସବୁ ଯାତ୍ରୀବାହୀ, ମାଲବୁହା ଗାଡ଼ି ଓ ଆମ୍ବୁଲାନ୍ସ ଉପରେ ଥାର୍ଡ ଆଇ ଭଳି କାମ କରିବ ଭୁବନେଶ୍ୱର ଭିଏଲଟିଡି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର । ଆଜି ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଦ୍ୱାରା ଉଦଘାଟିତ ଏହି କଣ୍ଟ୍ରୋଲ ସେଣ୍ଟର ୨୪ ଘଣ୍ଟା କାମ କରିବ । ଏବେ ପ୍ରଶ୍ନ, କିଭଳି କାମ କରିବ, ଭିଏଲଟିଡି କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ? ବିଶେଷଜ୍ଞଙ୍କ ଅନୁସାରେ ଗାଡ଼ି ଷ୍ଟାର୍ଟ ହେବା ଠୁ କେତେ ବେଗରେ ଚାଲୁଛି, କେଉଁଠି ରହିଲା, କୁଆଡେ ଗଲା, ଗାଡ଼ିରେ କିଛି ସମସ୍ୟା ଉପୁଜିଲା କି, ସେହିପରି କୌଣସି ବିପଦ ଆଶଙ୍କା କରି ଯାତ୍ରୀ ଏମର୍ଜେନ୍ସି ବଟନ୍ ଦବାଇଲେ ଗାଡି ସଂପର୍କିତ ୪୦ ପ୍ରକାର ସୂଚନା କଣ୍ଟ୍ରୋଲ ସେଣ୍ଟରକୁ ଆସିବ। ଏହାସହ ଗାଡ଼ିର ମାଲିକ, ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ, ନିକଟସ୍ଥ ଥାନା, ରକ୍ଷକ ଓ ଟ୍ରମା ସେଣ୍ଟରକୁ ବି ଖବର ପହଞ୍ଚିଯିବ । ଫଳରେ ତତ୍କାଳ ସାହାଯ୍ୟ ଯୋଗାଇ ଦିଆଯାଇପାରିବ।  

Advertisment
VLTD RTO Odisha
Advertisment
Advertisment