Advertisment

ମହିଳା ବିଚାରପତିଙ୍କ ଇଛା ମୃତ୍ୟୁ ଆବେଦନକୁ ନେଇ ଚର୍ଚ୍ଚା

ମହିଳା ବିଚାରପତିଙ୍କ ଇଛା ମୃତ୍ୟୁ ଆବେଦନ। ଯୌନ ଉତ୍ପୀଡନର ଶିକାର ଉତ୍ତରପ୍ରଦେଶର ମହିଳା ବିଚାରପତି, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡଙ୍କୁ ଆତ୍ମହତ୍ୟା ଅନୁମତି ମାଗିବାକୁ ନେଇ ଚର୍ଚ୍ଚା।

author-image
Santosh Kumar Sahoo

ମୋ ଜୀବନକୁ ଡିସମିସ୍ କରି ଦିଅ। ମୁଁ ଶବ ହୋଇ ବଞ୍ଚିବାକୁ ଚାହୁଁନି। ଉତ୍ତରପ୍ରଦେଶର ଜଣେ ମହିଳା ଜଜ୍ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଏହି
ଚିଠିକୁ ନେଇ ଚର୍ଚ୍ଚା। ମହିଳା ବିଚାରପତି ଯେଉଁ ଭାବାବେଗପୂର୍ଣ୍ଣ ଚିଠି ଲେଖିଛନ୍ତି ତାହା ଯେ କୌଣସି ବ୍ୟକ୍ତିଙ୍କ ମନକୁ ଆନ୍ଦୋଳିତ କରିବ। ମହିଳା ବିଚାରପତି ଲେଖିଛନ୍ତି, ମୋତେ ପରିତ୍ୟକ୍ତ ବସ୍ତୁ ଭଳି ବ୍ୟବହାର କରାଯାଉଛି। ମୁଁ ନିଜକୁ ଏକ ଅବାଞ୍ଛିତ କୀଟ ଭଳି ଅନୁଭବ କରୁଛି। ମୁଁ ଚାଲୁଥିବା ଏକ ମୁର୍ଦ୍ଦାରରେ ପରିଣତ ହୋଇଛି। ଆତ୍ମା ବିହୀନ, ଜୀବନ ବିହୀନ ଏହି ଶରୀରକୁ ମୁଁ ଆଉ ବେଶି ଦିନ ରଖିବାକୁ ଚାହୁଁନି। ମୁଁ ବଞ୍ଚିବାର ଆଉ କୌଣସି ଉଦ୍ଦେଶ୍ୟ ଦେଖୁନାହିଁ। ଦୟାକରି ମୋତେ ମୃତ୍ୟୁ ଦିଅ, ମୋ ଜୀବନକୁ ଡିସମିସ୍ କରି ଦିଅ।

Advertisment
Uttar Pradesh CJI Woman Judge
Advertisment
Advertisment