Advertisment

ସାଧାରଣ ଚାଷୀ ଘରର ଯୁବକ କେମିତି ହେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ରେବନ୍ଥ କୌଣସି ବଡ଼ ରାଜନୖତିକ କିକବ୍ୟାକ୍ ଥିବା ବ୍ୟକ୍ତିତ୍ୱ ନୁହଁନ୍ତି। ବରଂ ସେ ଜଣେ ସାଧାରଣ ଚାଷୀ ଘରର ପିଲା। ଯାହାଙ୍କ ଯାତ୍ରା ଜଣେ ସାଧାରଣ ପେଣ୍ଟରରୁ ଆରମ୍ଭ ହୋଇ ମୁଖ୍ୟମନ୍ତ୍ରୀ ଚଉକି ପର୍ଯ୍ୟନ୍ତ ଗଲାଣି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Revanth Reddy

Revanth Reddy

ତେଲେଙ୍ଗାନା ରାଜ୍ୟ ଗଠନ ହେବାର ୧୦ ବର୍ଷ ବିତିଛି। ଏହି ସମୟ ମଧ୍ୟରେ ରାଜ୍ୟ ପାଇଛି ତୃତୀୟ ମୁଖ୍ୟମନ୍ତ୍ରୀ। ରାଜ୍ୟର ପ୍ରଥମ ଓ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି BRS ମୁଖ୍ୟ କେ ଚନ୍ଦ୍ରଶେଖର ରାଓ । ହେଲେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି। ନିର୍ବାଚନରେ ​​କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଛି ଏବଂ ରେବନ୍ଥ ରେଡ୍ଡୀଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଜୁଟିଛି।

Advertisment

ହେଲେ ଦର୍ଶକବନ୍ଧ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ମୁଖ୍ୟମନ୍ତ୍ରୀ ରେବନ୍ଥ କୌଣସି ବଡ଼ ରାଜନୖତିକ କିକବ୍ୟାକ୍ ଥିବା ବ୍ୟକ୍ତିତ୍ୱ ନୁହଁନ୍ତି। ବରଂ ସେ ଜଣେ ସାଧାରଣ ଚାଷୀ ଘରର ପିଲା। ଯାହାଙ୍କ ଯାତ୍ରା ଜଣେ ସାଧାରଣ ପେଣ୍ଟରରୁ ଆରମ୍ଭ ହୋଇ ମୁଖ୍ୟମନ୍ତ୍ରୀ ଚଉକି ପର୍ଯ୍ୟନ୍ତ ଗଲାଣି।

୮ ନଭେମ୍ବର ୧୯୬୯ରେ ଆନ୍ଧ୍ରପ୍ରଦେଶର ମହାବୁବନଗରରେ ଜନ୍ମଗ୍ରହଣ କରିଥିଲେ ରେବନ୍ଥ ରେଡ୍ଡୀ । ମୂଳତଃ ସେ ଗୋଟିଏ କୃଷକ ପରିବାରରୁ ଆସିଛନ୍ତି । ପାଠ ପଢା ସମୟରେ, ରେବନ୍ଥଙ୍କ ପରିବାର ତାଙ୍କୁ ଖର୍ଚ୍ଚ ପାଇଁ ପ୍ରତିମାସରେ ଟଙ୍କା ପଠାଇବାରେ ସକ୍ଷମ ହେଉ ନ ଥିଲେ। ଆର୍ଥିକ ସ୍ୱଚ୍ଛଳ ନ ଥିବାରୁ ତାଙ୍କୁ ବହୁ କଷ୍ଟର ସମ୍ମୁଖୀନ ହେବାକୁ ପଡୁଥିଲା।

Advertisment

ଫଳରେ ସେ ତାଙ୍କ କଲେଜ ସମୟରେ ପେଣ୍ଟିଂ ତିଆରି କରି ବିକ୍ରି କରୁଥିଲେ। କଲେଜ ସମୟରେ ହିଁ ସେ ସକ୍ରିୟ ରାଜନୀତି ଆଡକୁ ମୁହାଁଇଥିଲେ। ହାଇଦ୍ରାବାଦର ଏବି କଲେଜରୁ ଚିତ୍ରକଳାରେ ସେ ସ୍ନାତକ କରିଛନ୍ତି। ଏହି ସମୟ ମଧ୍ୟରେ ସେ ABVPରେ ଯୋଗ ଦେଇଥିଲେ। ଏବିଭିପିରୁ ବିଜେପି ଯିବା ପୂର୍ବରୁ ମଧ୍ୟ ସେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟିରେ ଯୋଗ ଦେଇଥିଲେ।

୨୦୧୫ ଥିଲା ତାଙ୍କ ଜୀବନ ପାଇଁ ଗୋଟିଏ ଟଣ୍ଣିଂ ପଟଣ୍ଟ। ଏକ ନିର୍ବାଚନୀ ମାମଲାରେ ତାଙ୍କୁ ଜେଲ ପଠାଇ ଦିଆଯାଏ। ଭୋଟ୍ ପାଇଁ ନୋଟ ମାମଲାରେ ଛନ୍ଦି ହୁଅନ୍ତି ରେବନ୍ଥ । ହେଲେ ବେଲରେ ଆସିବା ପରେ ସେ ନିଅନ୍ତି ଚରମ ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀ KCRଙ୍କୁ କରନ୍ତି ସିଧା ଟାର୍ଗେଟ । କୁହନ୍ତି ଆପଣଙ୍କୁ ମୁଖ୍ୟମନ୍ତ୍ରୀ ଚଉକିରୁ ନ ହଟାଇବା ଯାଏଁ ମୁଁ ଶାନ୍ତିରେ ନିଶ୍ୱାସ ମାରବିନି । ୨୦୧୭ରେ କଂଗ୍ରେସରେ ଯୋଗ ଦିଅନ୍ତି । ବାସ୍ ତା ପରେ ଆରମ୍ଭ ହୁଏ ରଣନୀତ, ଲଢନ୍ତି ନିର୍ବାଚନ । ଆଉ ପାଲଟି ଯାଆନ୍ତି ରାଜ୍ୟର ତୃତୀୟ ମୁଖ୍ୟମନ୍ତ୍ରୀ ।

India News Congress
Advertisment
Advertisment