Advertisment

ସୁରକ୍ଷା ମହାବିଭ୍ରାଟକୁ ନେଇ ହୁଲୁସ୍ତୁଲ୍ ପାର୍ଲାମେଣ୍ଟ

ବୁଧବାର ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିରରେ ବଡ଼ ସୁରକ୍ଷା ବିଭ୍ରାଟ ପଛର ରହସ୍ୟ ଭେଦିବାକୁ ଚାଲିଛି ଚେଷ୍ଟା। ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରୁଛନ୍ତି ଦିଲ୍ଲୀ ପୋଲିସ୍ ଓ ଗୃହ ମନ୍ତ୍ରାଳୟର ହାଇଲେବଲ୍ ତଦନ୍ତ କମିଟି। ଗିରଫ ଅଭିଯୁକ୍ତଙ୍କୁ ପାତିଆଲା ହାଉସ୍ କୋର୍ଟରେ ହାଜର କରି ୪ଜଣଙ୍କୁ ୭ଦିନିଆ ରିମାଣ୍ଡରେ ନେଇଛି....

author-image
Santosh Kumar Sahoo

ଗତକାଲି ଲୋକସଭାରେ ଦୁଇ ଯୁବକଙ୍କ ଆତଙ୍କ ସୃଷ୍ଟିକାରୀ ଆଚରଣ ପରେ ଆଜି ସିଧା ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଘଟଣାରେ ଗୃହମନ୍ତ୍ରୀଙ୍କ ବୟାନ ସାଙ୍ଗକୁ ଇସ୍ତଫା ଓ ଅଭିଯୁକ୍ତ ସାଗର ଶର୍ମାକୁ ଭିଜିଟର୍ସ ପାସ୍ ପ୍ରଦାନ କରିଥିବା ମହୀଶୂର ବିଜେପି ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡ଼ି ବସିଛନ୍ତି। ଗୃହ ଅଧ୍ୟକ୍ଷଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ହଙ୍ଗାମାରୁ ନିବୃତ୍ତ ନହେବାରୁ ଶେଷରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୪ ବିରୋଧୀ ସାଂସଦ ଚଳିତ ଶୀତ ଅଧିବେଶନ ସରିବା ପର୍ଯ୍ୟନ୍ତ ହୋଇଛନ୍ତି ସସପେଣ୍ଡ। ଯାହାଙ୍କ ମଧ୍ୟରୁ କଂଗ୍ରେସର ୯, ସିପିଏମର ୨, ସିପିଆଇର ଜଣେ ଏବଂ ଡିଏମକେର ଜଣ ସାଂସଦ ଅଛନ୍ତି। ସଂସଦୀୟ ବ୍ୟାପାରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏ ନେଇ ପ୍ରସ୍ତାବ ଆଗତ କରିଥିଲେ, ସେତେବେଳେ ଗୃହ ପରିଚାଳନା ଦାୟିତ୍ୱରେ ଥିବା ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଏହାକୁ ପାରିତ କରିଥିଲେ। ସେହିପରି ରାଜ୍ୟସଭାରୁ ଟିଏମସି ସାଂସଦ ଡେରିକ୍ ଓବ୍ରେନଙ୍କୁ ବି ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରିଛନ୍ତି ଅଧ୍ୟକ୍ଷ ଜଗଦୀପ ଧନକଡ଼ ।

Advertisment
India Parliament Lok Sabha Rajya Sabha MPs Suspended
Advertisment
Advertisment