Advertisment

ଫିଟନେସ୍‌ ପାଇଁ ଆମିଷ ଛାଡ଼ିଥିଲେ ବିରାଟ, ଏବେ ପୁଣି ଖାଇଲେ କି ନନ୍‌ ଭେଜ୍‌ ?

ବିରାଟ କୋହଲି ସେୟାର କରିଥିବା ଫଟୋରେ ଏକ କ୍ୟାପସନ୍‌ ମଧ୍ୟ ଲେଖିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି କି ସେ ‘ମକ୍‌ ଚିକେନ୍‌ ଟିକ୍କା’ ଖାଉଛନ୍ତି। ଆମେ ଆପଣଙ୍କୁ କହି ରଖିବାକୁ ଚାହୁଁ କି ଏହାର ନାମ କେବଳ ‘ମକ୍‌ ଚିକେନ୍‌ ଟିକ୍କା’ କିନ୍ତୁ ବାସ୍ତବରେ ଏଥିରେ ଚିକେନ୍‌ ନଥାଏ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Virat Kohli

Virat Kohli

ବିରାଟ କୋହଲି ସୋସିଆଲ ମିଡିଆରେ ଯାହା ବି ପୋଷ୍ଟ କରନ୍ତି ତାହା ତୁରନ୍ତ ପ୍ରଶଂସକଙ୍କ ମଧ୍ୟରେ ଭାଇରାଲ ହୁଏ। ନିକଟରେ ବିରାଟ କୋହଲି ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଥିଲେ, ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ତେବେ ଏହି ଫଟୋ ତାଙ୍କ ଫ୍ୟାନ୍‌ମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। କାହିଁକି ନା ବିରାଟ ଫିଟନେସ୍‌ ପାଇଁ ନନ୍‌ ଭେଜ୍‌ ଖାଇବା ଛାଡ଼ି ଦେଇଥିଲେ। ଯାହା କି ସେ ଅନେକ ଥର ନିଜେ ଉଲ୍ଲେଖ କରିଛନ୍ତି। କିନ୍ତୁ ଏବେ ଯେଉଁ ଫଟୋ ସେ ସେୟାର କରିଥିଲେ ତାକୁ ଦେଖଲେ ଲାଗୁଛି ଯେ ସେ ଚିକେନ୍‌ ଟିକ୍କା ଖାଉଛନ୍ତି। ଏଥିପାଇଁ ବିରାଟଙ୍କ ଫ୍ୟାନ୍‌ମାନଙ୍କ ମନରେ ଏହି ଫଟୋ ଦ୍ୱନ୍ଦ ସୃଷ୍ଟି କରିଛି।

Advertisment

ତେବେ ବିରାଟ କୋହଲି ସେୟାର କରିଥିବା ଫଟୋରେ ଏକ କ୍ୟାପସନ୍‌ ମଧ୍ୟ ଲେଖିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି କି ସେ ‘ମକ୍‌ ଚିକେନ୍‌ ଟିକ୍କା’ ଖାଉଛନ୍ତି। ଆମେ ଆପଣଙ୍କୁ କହି ରଖିବାକୁ ଚାହୁଁ କି ଏହାର ନାମ କେବଳ ‘ମକ୍‌ ଚିକେନ୍‌ ଟିକ୍କା’ କିନ୍ତୁ ବାସ୍ତବରେ ଏଥିରେ ଚିକେନ୍‌ ନଥାଏ। କିନ୍ତୁ ଏହାର ସ୍ୱାଦ୍‌ ପୂରା ଚିକେନ୍‌ ଟିକ୍କା ପରି। ଏହି ଡିସ୍‌ ସୋୟା ପ୍ରୋଟିନ୍‌, ଗହମ ଗ୍ଲୁଟେନ୍‌ ଓ ମଟର ପ୍ରୋଟିନ୍‌ରୁ ପ୍ରସ୍ତୁତ। ତେଣୁ ଏହା ଏକ ଶାକାହାରି ଖାଦ୍ୟ।

ସୂଚନା ଅନୁସାରେ ୨୦୨୧ ମସିହାରେ ଏକ ପୋଷ୍ଟ କରି ବିରାଟ କୋହଲି ନିଜକୁ ଶାକାହାରୀ ବୋଲି ଘୋଷଣା କରିଥିଲେ। ଅର୍ଥାତ ୨୦୨୧ ପରଠୁ ନନ୍‌ ଭେଜ୍‌ ଖାଆନ୍ତି ନାହିଁ କୋହଲି। ତେବେ ନିକଟରେ କୋହଲି ସେୟାର କରିଥିବା ଫଟୋକୁ ଦେଖି ତାଙ୍କ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବଂ ପୁଣି ଥରେ ବିରାଟ କୋହଲି ନନ୍‌ ଭେଜ୍‌ ଖାଇବା ଆରମ୍ଭ କଲେ କି ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ କରିଥିଲେ।

Advertisment
India Virat Kohli
Advertisment
Advertisment