New Born Baby Rescue
ମୃତ୍ୟୁ ସହ ସଂଘର୍ଷ କରୁଥିବା କୁନି ଝିଅଟି ପାଇଁ ଆଗାମୀ ୩ ଦିନ ଖୁବ୍ ଗୁରୁତ୍ୱପୂର୍ଣ୍ଣ । କଟକ ଶିଶୁଭବନ ସହ ଯୋଗାଯୋଗରେ ଅଛନ୍ତି ଭିମସାରର ୫ ଜଣିଆ ଡାକ୍ତରୀ ଟିମ୍ । ଆବଶ୍ୟକ ସ୍ଥଳେ ଶିଶୁଟିକୁ ଏୟାର ଆମ୍ବୁଲାନ୍ସରେ କଟକ ଅଣାଯାଇପାରେ । ତେଣୁ ତା’ର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି ସମ୍ବଲପୁର ଜିଲ୍ଲା ପ୍ରଶାସନ । ଅତିରିକ୍ତ ଜିଲ୍ଲାପାଳ ଭିମସାର କର୍ତ୍ତୃପକ୍ଷଙ୍କ ସହ ଲଗାତାର ଯୋଗାଯୋଗରେ ଥିବା ବେଳେ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମଧ୍ୟ ଜଣେ କର୍ମଚାରୀଙ୍କୁ ବୁର୍ଲା ହସ୍ପିଟାଲ ପଠାଇ ଶିଶୁ ଉପରେ ୨୪ ଘଣ୍ଟିଆ ଦୃଷ୍ଟି ରଖିଛନ୍ତି । ଏସବୁ ଭିତରେ ଶିଶୁଟିର ପରିଚୟ ଖୋଜିବା ପାଇଁ ଛାନଭିନ ଚଳାଇଛି ପୋଲିସ । ଜିଅନ୍ତା ଛୁଆଟିକୁ ବୋରୱେଲ ଭିତରେ କିଏ ମରିବା ପାଇଁ ଛାଡ଼ି ଦେଇଯାଇଥିଲା, ତାର ପତ୍ତା ଲଗାଇବାକୁ ଚେଷ୍ଟା କରୁଛି । ଆଖପାଖ ଅଞ୍ଚଳରେ ଥିବା ଗାଁ ଓ ଜନବସତିକୁ ଯାଇ ପଚରାଉଚରା କରାଯାଇଥିବା ସୂଚନା ମିଳିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)