ତଦନ୍ତରେ ଉତ୍କର୍ଷତା ପାଇଁ ଦେଶର ୧୫୨ ପୋଲିସ ପାଇବେ ମେଡାଲ୍। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି।ଏହି ତାଲିକାରେ ଓଡ଼ିଶାରୁ ୪ଜଣ ପୋଲିସ ଅଧିକାରୀ ଅଛନ୍ତି।
କିଛି ନା କିଛି ଘଟଣାକୁ ନେଇ ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଅଭିନେତା ଅର୍ଜୁନ କପୁରଙ୍କ ସହ ରିଲେସନଶିପ୍କୁ ନେଇ ମଲାଇକା ବେଶୀ ଚର୍ଚ୍ଚାରେ ଅଛନ୍ତି। ଏବେ ମଲାଇକା ଏକ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି।
ଶାଶୁ-ଜ୍ୱାଇଁଙ୍କ ମଧ୍ୟରେ ଲାଗି ରହିଥିଲା ଘରୋଇ କଳି ଲାଗି। ଶେଷରେ ଶାଶୁକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ପ୍ଲାନ୍ କରିଥିଲା ଜ୍ୱାଇଁ। ଶାଶୁକୁ ହତ୍ୟା କରିବା ପାଇଁ ଜ୍ୱାଇଁ ସୁପାରୀ ଦେଇଥିଲା।
କେମିତି ହେଲା ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ? ହତ୍ୟା ନା ଆତ୍ମହତ୍ୟା ? ଯଦି ହତ୍ୟା କରାଯାଇଛି ତା’ହେଲେ ଅଭିଯୁକ୍ତ କିଏ ? ଆଉ ଯଦି ସୌମ୍ୟ ଆତ୍ମହତ୍ୟା କରିଛନ୍ତି ତା’ହେଲେ ଏହା ପଛର କାରଣ କ’ଣ ?
ଅଗଷ୍ଟ ୧୧ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍ରୁ ୬୪୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୪୬୧ ରହିଛି। ସେହିପରି ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଏସିଡ୍ ମାଡ଼ କରାଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଧଉଳି ବାଲିଆପଡ଼ାରେ ଜଣେ ଯୁବତୀଙ୍କ ଉପରକୁୁ ଜଣେ ଯୁବକ ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି।
ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ। ଆଜି ଏବଂ ଆସନ୍ତାକାଲି ୨ ଦିନ ଧରି ସେବକ ପରିବାରକୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଛି।ସେମାନେ ଯେକୌଣସି ଦ୍ୱାର ଦେଇ ପରିଚୟପତ୍ର କିମ୍ବା ବୀମା କାର୍ଡ ଦେଖାଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ।
ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ହୁଏତ ଆପଣଙ୍କ ପାଇଁ ଏହା ଖୁସି ଖବର। Multi Commodity Exchange(MCX)ରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୪୬ ହଜାର ଟଙ୍କା ତଳକୁ ଖସିଛି। MCXରେ ଗତ ୩ କାରବାରରେ ସୁନା ଦର ୧.୩% ହ୍ରାସ ପାଇଛି।
ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ଶ୍ରୀମନ୍ଦିର ପ୍ରଶାସନ ନୂଆ SOP ଜାରି କରିଛି। ନୂଆ ଏସ୍ଓପି ଅନୁସାରେ, କାଲିଠାରୁ ୨ ଦିନ ଅର୍ଥାତ୍ ୧୨ ଓ ୧୩ ତାରିଖ ୨ ଦିନ କେବଳ ସେବାୟତ ପରିବାର ଶ୍ରୀଜିଉଙ୍କ ଦର୍ଶନ କରିପାରିବେ।
ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ନୂଆ ସର୍କୁଲାର ଜାରି ହୋଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୧-୨୨ ବର୍ଷରେ ପରୀକ୍ଷା ଲାଗି ମାଧ୍ୟମିକ ଶିକ୍ଷା ପରିଷଦ ନୂଆ ସର୍କୁଲାର ଜାରି କରିଛି।
ଘାଟିରୁ ୧୦୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ହନୁମାନ ପଇସା ପାଇଁ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା। ୩ ମାସ ପୂର୍ବେ ଦେବଗଡ ଥାନା ଅନ୍ତର୍ଗତ ରାଇତାଲ ଅଞ୍ଚଳରେ ଘଟିଥିବା ଏହି ବର୍ବର ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ।
ରାଜ୍ୟରେ ପୁଣି ହଜାରେ ଉପରକୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୦ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୦୭୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଆସନ୍ତା ୪ ଦିନ ଯାଏ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ମୌସୁମୀ ଦୁର୍ବଳ ଥିଲେ ବି ୪ରୁ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ୧୭ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ରାସ୍ତାକଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରୁ ଏକ ବୁଲେଟ୍ ମିଳିଛି। ଗତକାଲି ସକାଳ ୯ଟାରେ ବସନ୍ତ ସାଙ୍ଗମାନଙ୍କ ସହିତ ଭୋଜି କରିବାକୁ ଯାଇଥିଲେ।
ରୁମ୍ମେଟ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ପୋଲିସ୍ ଗିରଫ କରିଛି। ଯୁବକ ଜଣକ ନିଜ ରୁମ୍ମେଟ୍କୁ ଘରେ ଭିତରେ ହତ୍ୟା କରି ମୃତଦେହକୁ ବାହାର ଫିଙ୍ଗି ଦେଇଥିଲେ। ଏହାପରେ ଘରକୁ ଆସି ରୁମ୍ ସଫା କରି ଶୋଇ ପଡ଼ିଥିଲେ।
ମୃତ୍ୟୁ ପରେ ବି ଶବକୁ ମିଳିଲାନି ସମ୍ମାନ। ଏପରିକି ଚାରି କାନ୍ଧ ଦେବାକୁ କେହି ନଥିଲେ। ଅନ୍ୟ ଜାତିର ହୋଇଥିବାରୁ ସମ୍ପର୍କୀୟ ମୃତଦେହ ପାଖ ମାଡ଼ିଲେନି। ଶେଷରେ ଶଗଡ଼ରେ ବାପାଙ୍କ ଶବକୁ ଶ୍ମଶାନ ନେଲା ନାବାଳକ ପୁଅ।
ସ୍କୁଲ୍ ଓ କଲେଜ ପରେ ଆଜିଠୁ ଖୋଲିଲା ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। ଏଥିପାଇଁ କ୍ୟାମ୍ପସ୍କୁ ସାନିଟାଇଜ୍ କରାଯିବା ସହ ଛାତ୍ରଛାତ୍ରୀ ଯେଭଳି କରୋନାରେ ସଂକ୍ରମିତ ନହୁଅନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି।
ବରିଷ୍ଠ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ ହୋଇଛି। କିଡ୍ନୀ ଜନିତ ସମସ୍ୟା ନେଇ ଗତ ସପ୍ତାହରେ ସେ ମୁମ୍ବାଇର ଏକ ସିଟି ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ହେଲେ ତାଙ୍କ ଶରୀରରେ ଅଧିକାଂଶ ଅଙ୍ଗପ୍ରତ୍ୟଙ୍ଗ କାମ ନକରିବାରୁ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି।
ପୁତୁରାର ଖଣ୍ଡା, ଭୁଜାଲି ଆକ୍ରମଣରେ ଖୁଡ଼ିର ମୃତ୍ୟୁ ହୋଇଥିବା ବେଳେ ଦାଦା ଓ ଦାଦା ପୁଅ ଭାଇ ଗୁରୁତର ଆହତ ହୋଇଛନ୍ତି। ଠିକାଦାରୀ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟିଥିବା ଜଣାପଡ଼ିଛି।