• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

former hockey coach
ଦିନେ ଜାତୀୟ ଖେଳାଳିଙ୍କୁ ପ୍ରଶିକ୍ଷଣ ଦେଉଥିଲେ, ଆଜି ଅଲୋଡ଼ା ହୋଇଯାଇଛନ୍ତି ଏହି ପୂର୍ବତନ ହକି କୋଚ୍‌

ଅଲିମ୍ପିକ୍ସରେ ଭାରତର ସଫଳତା ପରେ ଏବେ ହକିକୁ  ନେଇ ଲୋକଙ୍କ ମନରେ କ୍ରେଜ୍‌ ଦେଖା ଦେଇଥିବା ବେଳେ ସରକାରଙ୍କ ବି ଶୁଭଦୁଷ୍ଟି ଏହା ଉପରେ ପଡ଼ଛି। ହେଲେ ଆଜି ବି ଅନେକ ଖେଳାଳି ଓ କୋଚ୍‌ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଅପରିଚିତ ଭାବେ ଜୀବନ କାଟୁଛନ୍ତି।

ପିଇଓ ରାମଚନ୍ଦ୍ର ନାୟକ
ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି, ପିଇଓଙ୍କୁ ମାଡ଼ ମାରିଲେ

ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରି। ନିଜ ଇଚ୍ଛା ମୁତାବକ ଲୋକଙ୍କୁ ଆବାସ ଗୃହ ବଣ୍ଟନ ନକରିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଖାଳିଆମେଣ୍ଟା ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀଙ୍କ ନାଁରେ ଏଭଳି ଅଭିଯୋଗ ଆସିଛି।

coronavirus infection to children
କେମିତି ଶିଶୁଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରାଯାଇପାରିବ ? ପରାମର୍ଶ ଦେଲେ DMET

ରାଜ୍ୟରେ ୨ ଦିନ ହେଲା କରୋନା ସଂକ୍ରମଣ ହଜାରେ ତଳେ ଥିଲେ ବି ଏବେ ଶିଶୁଙ୍କ ସଂକ୍ରମଣ ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟାରେ ପୁଣି ଶହେ ପାର୍‌ କରିଛି ଶୂନରୁ ୧୮ ବର୍ଷ ବୟସ୍କଙ୍କ ସଂକ୍ରମିତ ସଂଖ୍ୟା।  ଗତ ୨୪ ଘଣ୍ଟାରେ ୧୩୮ ଜଣ ଏହି ବର୍ଗରେ କରୋନାରେ ଆକ୍ରାନ୍ତ ହୋଇଥିବା...

Afghanistan kid
କାବୁଲ ଏୟାରପୋର୍ଟରେ ହୃଦୟଥରା ଦୃଶ୍ୟ: ଦଳାଚକଟାରେ ବାପାମା’ଙ୍କଠୁ ଅଲଗା ହୋଇଗଲା ୭ ମାସର ଶିଶୁ

ଆଫଗାନିସ୍ତାନରେ ପୁଣି ତାଲିବାନୀ ଶାସନ ଫେରିବା ପରେ ଅନେକ ଛାତି ଥରାଇ ଦେବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି। କିଏ ଭୟଭୀତ ଅବସ୍ଥାରେ ଅଛନ୍ତି ତ ଆଉ କିଏ ଜୀବନ ବଞ୍ଚାଇବା ଲାଗି ଦେଶ ଛାଡ଼ି ଚାଲି ଯାଉଛନ୍ତି।

sp mla amitabh bajpai
‘NHAI ଅଧିକାରୀଙ୍କୁ ଚାପୁଡ଼ା ମାର, ୧ ଲକ୍ଷ ଟଙ୍କା ପୁରସ୍କାର ନିଅ’ ଘୋଷଣା କରିଥିବା ବିଧାୟକଙ୍କ ବିରୋଧରେ FIR

କାନପୁରର ସମାଜବାଦୀ ପାର୍ଟି(SP) ବିଧାୟକ ଅମିତାଭ ବାଜପେୟୀଙ୍କ ବିରୋଧରେ FIR ରୁଜୁ ହୋଇଛି। NHAI(National Highways Authority of India)ର ଅଧିକାରୀଙ୍କୁ ଚାପୁଡ଼ା ମାରିଲେ ପୁରସ୍କାର ଦିଆଯିବ ବୋଲି ଅମିତାଭ ଘୋଷଣା କରିଥିବା ଅଭିଯୋଗ ହୋଇଛି।

bhadrak mla's car accident
ବିଧାୟକଙ୍କ କାର୍‌କୁ ଧକ୍କା ଦେଲା ଟ୍ରକ୍‌

ବିଧାୟକ ସଞ୍ଜୀବ ମଲ୍ଲିକଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ରକ୍‌ ବିଧାୟକଙ୍କ କାର୍‌କୁ ଧକ୍କା ଦେଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଜାରକା ନିକଟରେ ଏହି ଦୁର୍ଘଟଣା ଘଟିଛି।

youth held for cheating people
ମାଛ ତେଲରେ ମାଛ ଭାଜି ମାଲାମାଲ୍‌ ହେଉଥିଲେ, ଶେଷରେ ସାମ୍ନାକୁ ଅସିଲା କଳାକାରନାମା

ମାଛ ତେଲରେ ମାଛ ଭାଜୁଥିଲେ। ଠକେଇର ଅଭିନବ ଉପାୟ ପ୍ରୟୋଗ କରି ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କାର ଚୁନ ଲଗାଉଥିଲେ। ହେଲେ ଏହି କଳାକାରନାମା ବେଶୀ ଦିନ ତିଷ୍ଠି ରହି ପାରିଲା ନାହିଁ। 

old vehicles
 ରାଜ୍ୟରୁ ହଟିବ ପୁରୁଣା ଗାଡ଼ି

ରାଜ୍ୟରୁ ହଟିବ ପୁରୁଣା ଗାଡ଼ି। ୧୫ ବର୍ଷରୁ ଅଧିକ ଅବଧିର ପୁରୁଣା ଅନ୍‌ଫିଟ୍‌ ଗାଡ଼ି ରାସ୍ତାରୁ ହଟିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ରେ ଘୋଷଣା କରିଛନ୍ତି। 

ACF soumya ranjan mohapatra
ସୌମ୍ୟଙ୍କ ଦୁଇ ସହକର୍ମୀ ACF ଓ ରୋଷେୟାଙ୍କୁ କ୍ରାଇମବ୍ରାଞ୍ଚର ଜେରା

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ମାରାଥନ ଜେରା। ଏହି ମାମଲାରେ ସୌମ୍ୟଙ୍କ ଦୁଇ ସହକର୍ମୀ ଏସିିଏଫ୍‌ଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଛି। ଲଗାତର ୪ ଘଣ୍ଟା ଧରି କ୍ରାଇମବ୍ରାଞ୍ଚର ଟିମ୍‌ ସେମାନଙ୍କୁ ପଚରାଉଚରା କରିଛି।

then afghanistan president najibullah
୧୯୯୬ରେ ଆଫଗାନିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ନଜୀବୁଲ୍ଲାହଙ୍କୁ ହତ୍ୟା କରି ବିଦ୍ୟୁତ୍‌ ଖୁଣ୍ଟରେ ଝୁଲାଇ ଦେଇଥିଲା ତାଲିବାନ

ପୂର୍ବରୁ ଆଫଗାନିସ୍ତାନରେ ତାଲିବାନର ଶାସନ କଥା ମନେ ପକାଇ ଏବେ ଆଫଗାନିସ୍ତାନ ନାଗରିକ ଭୟଭୀତ ହୋଇଯାଇଛନ୍ତି। ୧୯୯୬ରେ ତାଲିବାନ ଯେତେବେଳେ କାବୁଲକୁ କବ୍‌ଜା କରିଥିଲା, ସେତେବେଳେ ଆଫଗାନିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ନଜୀବୁଲ୍ଲାହଙ୍କୁ ହତ୍ୟା କରି ବିଦ୍ୟୁତ୍‌ ଖୁଣ୍ଟରେ ଝୁଲାଇ ଦେଇଥିଲା। 

Lover Arrested For Killing Infants
ପ୍ରେମିକାଙ୍କ ସହ ମିଶି ୨ ନବଜାତକଙ୍କୁ ହତ୍ୟା କଲେ, ଶେଷରେ ପ୍ରେମିକା ପାଇଁ ଧରାପଡ଼ିଲେ

ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ। ଶେଷରେ ୨ ନବଜାତ ଶିଶୁକୁ ହତ୍ୟା। ଗୋଆରେ ୨ ଶିଶୁଙ୍କ ହତ୍ୟା ଘଟଣାର ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ୍‌।  

Teachers Recruitment
ଓଡ଼ିଶାରେ ଖାଲି ପଡ଼ିଥିବା ୪୬୧୯ ଶିକ୍ଷକ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ କରିବା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଯୋଗ୍ୟ ପ୍ରାର୍ଥୀମାନେ ଚୁକ୍ତି ଭିତ୍ତିକ ହିନ୍ଦୀ, ସଂସ୍କୃତ ଓ ପିଇଟି ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ।

Pawandeep Rajan Indian Idol 12 winner
Indian Idol 12: ଶୋ’ର ବିଜେତା ହେବାପରେ ମଧ୍ୟ ଅଧିକ ଖୁସି ନଥିଲେ ପୱନଦୀପ, ଖୁଲାସା କରି କହିଲେ ଏମିତି...

ସବୁ ଅପେକ୍ଷାର ଅନ୍ତ ଘଟାଇ ରିୟଲିଟି ଶୋ’ ‘ଇଣ୍ଡିଆନ୍‌ ଆଇଡଲ୍‌ ୧୨(Indian Idol 12)’ ଏହାର ବିଜେତାଙ୍କ ନାଁ ଘୋଷଣା କରିଛି। ଉତ୍ତରାଖଣ୍ଡର ପୱନଦୀପ ରାଜନ୍‌ ଶୋ’ର ବିଜେତା ହୋଇଛନ୍ତି। 

odisha school reopening
ଆଜିଠୁ ଆରମ୍ଭ ହେଲା ନବମ ଶ୍ରେଣୀ କ୍ଲାସ୍‌

ଆଜିଠାରୁ ବିଦ୍ୟାଳୟରେ ନବମ ଶ୍ରେଣୀ କ୍ଲାସ୍‌ ଆରମ୍ଭ ହୋଇଛି। ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏ କ୍ଲାସ୍‌ରୁମ୍‌ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀମାନେ ଅଭିଭାବକଙ୍କର ଅନୁମତି ପତ୍ର ନେଇ ସ୍କୁଲ ଆସିଥିବା ବେଳେ ପ୍ରବେଶ ସମୟରେ ଛାତ୍ରଛାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା।

kharasrota water project
ଧିରେ ଧିରେ ଘନେଇବାରେ ଲାଗିଛି ଭାରିଗଦାର ପାନୀୟଜଳ ପ୍ରକଳ୍ପ ବିବାଦ

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଭାରିଗଦାର ପାନୀୟଜଳ ପ୍ରକଳ୍ପ ବିବାଦ ଧିରେ ଧିରେ ଘନେଇବାରେ ଲାଗିଛି। ଗିରଫଦାରୀ ପ୍ରତିବାଦରେ ଏବଂ ପ୍ରସ୍ତାବିତ ପ୍ରକଳ୍ପ କାମ ବନ୍ଦ ସହ ଜାରି ହୋଇଥିବା ୧୪୪ ଧାରା ପ୍ରତ୍ୟାହାର ଦାବିରେ ଆଜି ଧାରଣା ଦେଇଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି। 

heavy rainfall alert
୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷା ହୋଇପାରେ

ବଙ୍ଗୋପସାଗରର ପଶ୍ଚିମ-କେନ୍ଦ୍ରୀୟ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ଏହାର ପ୍ରଭାବ ପଡ଼ିପାରେ।

Earthquake in Haiti
ତାଣ୍ଡବ ରଚିଲା ଶକ୍ତିଶାଳୀ ଭୂକମ୍ପ: ଚାଲିଗଲା ୩୦୪ ଜୀବନ, ମାଟିରେ ମିଶିଗଲା ବଡ଼ ବଡ଼ କୋଠା

ହୈତିରେ ଶନିବାର ଭୋର ସମୟରେ ଶକ୍ତିଶାଳୀ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହେବାସହ ଅନେକ ଲୋକଙ୍କ ଜୀବନ ଯାଇଛି।

man died
ପତାକା ଉତ୍ତୋଳନ ପାଇଁ ଖୁଣ୍ଟ ପୋତିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହୋମଗାର୍ଡ ମୃତ

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ସିକୋ ଫାଣ୍ଡିରେ ପତାକା ଉତ୍ତୋଳନ ପାଇଁ ଖୁଣ୍ଟ ପୋତିବା ବେଳେ ଏହି ଅଘଟଣ ଘଟିଛି। ଖୁଣ୍ଟ ପୋତିବା ବେଳେ ତାହା ଇଲେଭେନ୍ କେଭି ବିଦ୍ୟୁତ ତାରରେ ଲାଗି ଯାଇଥିଲା। 

Fire At Hotel
ସକାଳୁ ସକାଳୁ ହୋଟେଲରେ ଲାଗିଲା ନିଆଁ, ୨ ମୃତ

ଦକ୍ଷିଣପଶ୍ଚିମ ଦିଲ୍ଲୀର ଦ୍ୱାରକା ସ୍ଥିତ ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ହୋଟେଲରେ ନିଆଁ ଲାଗି ଯାଇଥିଲା।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।