Advertisment

ବଡ଼ ଖୁଲାସା କଲେ ଅଭିନେତ୍ରୀ ମଲାଇକା ଅରୋରା

କିଛି ନା କିଛି ଘଟଣାକୁ ନେଇ ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଅଭିନେତା ଅର୍ଜୁନ କପୁରଙ୍କ ସହ ରିଲେସନଶିପ୍‌କୁ ନେଇ ମଲାଇକା ବେଶୀ ଚର୍ଚ୍ଚାରେ ଅଛନ୍ତି। ଏବେ ମଲାଇକା ଏକ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ବଡ଼ ଖୁଲାସା କଲେ ଅଭିନେତ୍ରୀ ମଲାଇକା ଅରୋରା

malaika arora

ମୁମ୍ବାଇ: କିଛି ନା କିଛି ଘଟଣାକୁ ନେଇ ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଅଭିନେତା ଅର୍ଜୁନ କପୁରଙ୍କ ସହ ରିଲେସନଶିପ୍‌କୁ ନେଇ ମଲାଇକା ବେଶୀ ଚର୍ଚ୍ଚାରେ ଅଛନ୍ତି। ଏବେ ମଲାଇକା ଏକ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ମଲାଇକା କହିଛନ୍ତି, ସେ ଏକ କନ୍ୟା ସନ୍ତାନର ମା’ ହେବାକୁ ଚାହୁଁଥିଲେ। ମଲାଇକାଙ୍କ ଏହି ସାକ୍ଷାତକାର ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। 

Advertisment

ବି-ଟାଉନ୍‌ର ସବୁଠାରୁ କୁଲ୍‌ ଓ ହଟ୍‌ ମମିମାନଙ୍କ ମଧ୍ୟରେ ମଲାଇକା ହେଉଛନ୍ତି ଜଣେ। ମଲାଇକାଙ୍କ ୧୮ ବର୍ଷର ଏକ ପୁତ୍ର ଅଛି। ଯାହାଙ୍କ ନାଁ ଅରହାନ। ରିଅଲିଟି ଶୋ’ ‘Super Dancer Chapter 4’ରେ ପ୍ରତିଯୋଗୀ ଫ୍ଲୋରିନା ଗୋଗୋଇଙ୍କ ଷ୍ଟେଜ୍‌ ପରଫରମାନ୍ସ ବେଳେ ମଲାଇକା ଭାବପ୍ରବଣ ହୋଇ ଯାଇଥିଲେ। ସେବେଠୁ ସେ ଏକ କନ୍ୟା ସନ୍ତାନର ମା’ ହେବାକୁ ଚାହୁଁଥିଲେ। ଇଟାଇମ୍ସ ସହ ଏକ ସାକ୍ଷାତକାର ବେଳେ ମଲାଇକା କହିଛନ୍ତି, ଏକ କନ୍ୟା ସନ୍ତାନର ମା’ ହେବାକୁ ଚାହୁଁଥିଲି। ପିଲାମାନଙ୍କ ପାଖରେ ମା’ ରହିଲେ ବହୁତ ଭଲ ଲାଗେ। ଫ୍ଲୋରିନା ମୋ ହୃଦୟ ଜିତି ନେଇଥିଲେ। ତାଙ୍କର ପରଫରମାନ୍ସ ମୋ ସହ ଗଭୀର ଭାବେ ଜଡ଼ିତ। ଝିଅମାନେ ପରିବାରକୁ ପରିପୂର୍ଣ୍ଣ କରିଥାନ୍ତି ଓ ଆମେ ସମସ୍ତେ ଝିଅ। ଏଥିପାଇଁ ମୋତେ ଏକ ଝିଅର କଥା ମନେ ପଡ଼ୁଛି। ମୁଁ ମୋ ପୁଅ ଅରହାନଙ୍କୁ ବହୁତ ଭଲ ପାଏ। କିନ୍ତୁ ମୋର ଇଚ୍ଛା ଥିଲା, ମୁଁ ଏକ କନ୍ୟା ସନ୍ତାନର ମା’ ହୋଇଥାନ୍ତି।’

Advertisment

ମଲାଇକା ଆହୁରି କହିଛନ୍ତି, ‘ମୋର ଅନେକ ଜଣ ବନ୍ଧୁ ଅଛନ୍ତି, ଯେଉଁମାନେ ଅନେକ ଶିଶୁଙ୍କୁ କୋଳେଇ ନେଇଛନ୍ତି। ବାସ୍ତବରେ ପିଲାମାନେ ଜୀବନରେ ଖୁସି ଆଣି ଦେଇଥାନ୍ତି। ମୁଁ ମୋ ପୁଅ ସହ ଅନେକ ଜିନିଷ ସମ୍ପର୍କରେ ଆଲୋଚନା କରିଥାଏ।’

ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ମଲାଇକା ଏବେ ରିଅଲିଟି ଶୋ’ ‘India's Best Dancer’ରେ ବ୍ୟସ୍ତ ଅଛନ୍ତି। 'ବିଗ୍ ବସ୍ ଓଟିଟି'ର ପ୍ରିମିୟରରେ ମଲାଇକାଙ୍କୁ ଦେଖିବାକୁ ମିଳିଥିଲା। 

ମଲାଇକା ଓ ଅର୍ଜୁନ ଗତ କିଛି ବର୍ଷ ହେବ ପରସ୍ପରକୁ ଡେଟ୍ କରୁଛନ୍ତି। ଦୁହେଁ ନିଜ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ପରସ୍ପରଙ୍କ ଫଟୋ ମଧ୍ୟ ସେୟାର କରୁଛନ୍ତି। ସେମାନଙ୍କ ପୋଷ୍ଟଗୁଡିକୁ ସୋସିଆଲ୍ ମିଡିଆ ଉପଭୋକ୍ତାମାନେ ମଧ୍ୟ ବେଶ ପସନ୍ଦ କରୁଥିବା ବେଳେ ସେମାନଙ୍କ ଯୋଡି ଦୀର୍ଘସ୍ଥାୟୀ ରହୁ ବୋଲି କାମନା କରୁଛନ୍ତି। ନିକଟରେ ଅର୍ଜୁନ କପୁର ମଲାଇକା ଆରୋରାଙ୍କ ଏକ ଭିଡିଓକୁ ସେୟାର କରିଥିଲେ।

Arjun Kapoor Malaika Arora Arjun Kapoor Malaika Arora
Advertisment
Advertisment