Advertisment

ଆରପାରିରେ ସିରିୟଲ ‘ପ୍ରତିଜ୍ଞା’ର ‘ଠାକୁର ସଜ୍ଜନ ସିଂ’

ବରିଷ୍ଠ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ ହୋଇଛି। କିଡ୍‌ନୀ ଜନିତ ସମସ୍ୟା ନେଇ ଗତ ସପ୍ତାହରେ ସେ ମୁମ୍ବାଇର ଏକ ସିଟି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ହେଲେ ତାଙ୍କ ଶରୀରରେ ଅଧିକାଂଶ ଅଙ୍ଗପ୍ରତ୍ୟଙ୍ଗ କାମ ନକରିବାରୁ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଆରପାରିରେ ସିରିୟଲ ‘ପ୍ରତିଜ୍ଞା’ର ‘ଠାକୁର ସଜ୍ଜନ ସିଂ’

Actor Anupam

ମୁମ୍ବାଇ: ବରିଷ୍ଠ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ ହୋଇଛି। କିଡ୍‌ନୀ ଜନିତ ସମସ୍ୟା ନେଇ ଗତ ସପ୍ତାହରେ ସେ ମୁମ୍ବାଇର ଏକ ସିଟି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ହେଲେ ତାଙ୍କ ଶରୀରର ଅଧିକାଂଶ ଅଙ୍ଗପ୍ରତ୍ୟଙ୍ଗ କାମ ନକରିବାରୁ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ଅନୁପମଙ୍କ ବନ୍ଧୁ ୟଶପାଲ୍‌ ଶର୍ମା ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ୪ ଦିନ ପୂର୍ବେ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଅନୁପମଙ୍କ ବିୟୋଗରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। 

Advertisment

୬୩ ବର୍ଷୀୟ ଏହି ଅଭିନେତା ସିରିୟଲ ‘ମନ୍‌ କି ଆୱାଜ୍‌ ପ୍ରତିଜ୍ଞା’ରେ ଠାକୁର ସଜ୍ଜନ ସିଂ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ପାରି ଥିଲେ। ସେ ଅନେକ ବଲିଉଡ୍‌ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। ‘Slumdog Millionaire’ ଓ ‘Bandit Queen’, "Satya", "Dil Se", "Lagaan", "Hazaaron Khwaishein Aisi"  ଭଳି ଫିଲ୍ମରେ ସେ ଅଭିନୟ କରିଥିଲେ।

ନିକଟରେ ସେ ‘ମନ୍‌ କି ଆୱାଜ୍‌ ପ୍ରତିଜ୍ଞା’ର ସିଜନ୍‌ ୨ରେ ଅଭିନୟ ଆରମ୍ଭ କରିଥିଲେ। ୨୦୨୦ରେ ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ଓ ତାଙ୍କର dialysis ଆରମ୍ଭ ହୋଇଥିଲା। ଅନୁପମଙ୍କ ଚିକିତ୍ସା ପାଇଁ ଅନେକ ଅଭିନେତା, ଅଭିନେତ୍ରୀ ସହାୟତାର ହାତ ବଢ଼ାଇଥିଲେ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିବା ବେଳେ ଅଭିନେତା ସୋନୁ ସୁଦ୍‌ ମଧ୍ୟ ଅନୁପମଙ୍କୁ ସହାୟତା ପାଇଁ ଆଗେଇ ଆସିଥିଲେ। 

Advertisment
Actor Anupam Shyam Anupam Shyam Passes Away MannKee Awaaz Pratigya
Advertisment
Advertisment