Advertisment

ଭୁବନେଶ୍ୱରରେ ଯୁବତୀଙ୍କୁ ଏସିଡ୍‌ ମାଡ

ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଏସିଡ୍‌ ମାଡ଼ କରାଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଧଉଳି ବାଲିଆପଡ଼ାରେ ଜଣେ ଯୁବତୀଙ୍କ ଉପରକୁୁ ଜଣେ ଯୁବକ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ ଯୁବତୀଙ୍କୁ ଏସିଡ୍‌ ମାଡ

acid attack in bhubaneswar

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଏସିଡ୍‌ ମାଡ଼ କରାଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଧଉଳି ବାଲିଆପଡ଼ାରେ ଜଣେ ଯୁବତୀଙ୍କ ଉପରକୁୁ ଜଣେ ଯୁବକ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ ହୋଇଛି। 

Advertisment

ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସମ୍ପୃକ୍ତ ଯୁବତୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣ ପାଇଁ ଯୁବକ ଜଣକ ଏସିଡ୍ ମାଡ଼ କରିଛନ୍ତି, ତାହା ଜଣାପଡ଼ିନାହିଁ। ୨୦୨୦ ମସିହାରେ ଉଭୟେ କୋର୍ଟ ମ୍ୟାରେଜ କରିଥିଲେ ବୋଲି ପୋଲିସ ସୂଚନା ଦେଇଛି।  

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଯୁବତୀ ଓ ଯୁବକ ଜଣକ ଧଉଳି ସ୍ତୁପ ବୁଲିବାକୁ ଯାଇଥିଲେ। ସେଠାରେ କୌଣସି କାରଣରୁ ବଚସା ପରେ ଯୁବକ ଜଣଙ୍କ ଯୁବତୀଙ୍କ ଉପରକୁ ଏସିଡ୍ ଫିଙ୍ଗିଥିବା ଜଣାପଡ଼ିଛି। ଘଟଣା ପରେ ଯୁବକ ଜଣଙ୍କୁ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। 

Advertisment
Bhubaneswar Odisha Acid Attack
Advertisment
Advertisment