/odishatv-khabar/media/post_attachments/uploadimage/library/16_9/16_9_0/IMAGE_1628663149.jpg)
new circular for exam
ଭୁବନେଶ୍ୱର: ଦଶମ ପରୀକ୍ଷାରେ ସଂସ୍କାର ଆଣିବାକୁ ମାଧ୍ୟମିକ ବୋର୍ଡର ପ୍ରୟାସ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୧-୨୨ ବର୍ଷରେ ପରୀକ୍ଷା ଲାଗି ନୂଆ ପଦ୍ଧତି ଆପଣାଇବାକୁ ଯାଉଛି ମାଧ୍ୟମିକ ଶିକ୍ଷା ପରିଷଦ। ଏଥିପାଇଁ ବଦଳିବାକୁ ଯାଉଛି ନବମ, ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତି। ସ୍କିମ୍ ଅଫ୍ ଆସେସମେଣ୍ଟ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ବୋର୍ଡ। ଯାହା ନବମ ଓ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ ଲାଗୁ ହେବ। ପ୍ରଥମ ଥର ଲାଗି ବୋର୍ଡ ଏଥର ଇଣ୍ଟରନାଲ ଆସେସମେଣ୍ଟ ଲାଗୁ କରିବାକୁ ଯାଉଛି।
ନବମ ଓ ଦଶମ ପାଠ୍ୟକ୍ରମ ବେଳେ ୪ ଛୋଟ ପରୀକ୍ଷା, ୨ ବଡ଼ ପରୀକ୍ଷା ରହିବ। ବାର୍ଷିକ ପରୀକ୍ଷା ବାତିଲ ହେଲେ ପରୀକ୍ଷାର୍ଥୀ ଦେଇଥିବା ପରୀକ୍ଷା ଆଧାରରେ ମାର୍କ ମିଳିବ। ଶିକ୍ଷା ବର୍ଷ ଜୁଲାଇରୁ ଆରମ୍ଭ ହୋଇ ଏପ୍ରିଲରେ ଶେଷ ହେବ। ଏହାକୁ ଦୁଇଟି ଟର୍ମରେ ବିଭକ୍ତ କରାଯାଇଛି। ପ୍ରଥମ ଟର୍ମ ଜୁଲାଇ ୨୦୨୧ରେ ଆରମ୍ଭ ହୋଇ ନଭେମ୍ବର ୨୦୨୧ରେ ଶେଷ ହେବ। ସେହିପରି ଦ୍ୱିତୀୟ ଟର୍ମ ଡିସେମ୍ବର ୨୦୨୧ରେ ଆରମ୍ଭ ହୋଇ ଏପ୍ରିଲ ୨୦୨୨ରେ ଶେଷ ହେବ। ପ୍ରତି ଶିକ୍ଷା ବର୍ଷରେ ୪ଟି ଫର୍ମେଟଟିଭ ଆସେସମେଣ୍ଟ ରହିବ। ପ୍ରଥମ ଟର୍ମରେ ପ୍ରଥମ ଓ ଦ୍ୱିତୀୟ ଫର୍ମେଟିଭ ଆସେସମେଣ୍ଟ ରହିବ। ଦ୍ୱିତୀୟ ଟର୍ମରେ ତୃତୀୟ ଓ ଚତୁର୍ଥ ଫର୍ମେଟିଭ ଆସେସମେଣ୍ଟ ହେବ।
ସୂଚନାଯୋଗ୍ୟ, କରୋନା ସ୍ଥତି ପାଇଁ ଗତ ବର୍ଷ ସ୍କୁଲମାନଙ୍କରେ ପରୀକ୍ଷା ବାତିଲ ହୋଇଯାଇଥିଲା। ସ୍ୱତନ୍ତ୍ର ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ କରାଯାଇଥିବା ବେଳେ ବହୁ ଛାତ୍ରଛାତ୍ରୀ ନିଜ ରେଜଲ୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଆଗକୁ ଯେପରି ଏଭଳି ଅସୁବିଧା ନ ସୃଷ୍ଟି ହୁଏ ସେଥିପାଇଁ ନବମ ଓ ଦଶମ ଶ୍ରେଣୀ ପାଇଁ ଯୋଜନା କରିଛି ମାଧ୍ୟମିକ ଶିକ୍ଷା ପରିଷଦ ନୂଆ ପରୀକ୍ଷା ପଦ୍ଧତି।
୨୦୨୧-୨୨ର ଶିକ୍ଷାବର୍ଷ ଜୁଲାଇରୁ ଆରମ୍ଭ ହୋଇ ଏପ୍ରିଲରେ ସରିବ। ଏହାକୁ ଦୁଇଟି ଟର୍ମରେ ବିଭକ୍ତ କରାଯାଇଛି। ପ୍ରଥମ ଟର୍ମ ଜୁଲାଇରୁ ନଭେମ୍ବର ଓ ଦ୍ୱିତୀୟ ଟର୍ମ ଡିସେମ୍ବରରୁ ଏପ୍ରିଲ ଯାଏ ଚାଲିବ। ପାଠ୍ୟକ୍ରମର ୫୦ ପ୍ରତିଶତ ପ୍ରତି ଟର୍ମରେ ପଢ଼ାଯିବ। ଗତବର୍ଷ ଭଳି ପାଠ୍ୟକ୍ରମ କମ୍ ରହିବ। ତେବେ ପାଠ୍ୟକ୍ରମ କେତେ ରହିବ ଓ କ’ଣ ରୁପରେଖ ରହିବ, ସେନେଇ ବୋର୍ଡ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)