ଗତକାଲି ବିଳମ୍ବିତ ରାତିରେ ପଦ୍ମପୁରର ଜଣେ ଠିକାଦାରଙ୍କ ଘର ଯାଞ୍ଚ ହୋଇଛି। ରେଡ୍ ପରେ କିଛି ବି ହାତରେ ଲାଗି ନଥିବା ଜଣାପଡ଼ିଛି।
ଓଡ଼ିଶା କନ୍କ୍ଲେଭ୍ ନାଁରେ ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ହେଲେ ଫଳ ଶୂନ।ପ୍ରତିଶ୍ରୁତି ମୁତାବକ ନା ଆଖିଦୃଶିଆ ପୁଞ୍ଜି ନିବେଶ ଆସୁଛି ନା ସୃଷ୍ଟି ହେଉଛି କର୍ମ ନିଯୁକ୍ତି।
ଆଜିକାଲି ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇବା ଅତି ସହଜ ହୋଇଗଲାଣି। ଡିଜିଟାଲାଇଜେସନ୍ ଯୋଗୁ ଏପରି ସରଳୀକରଣ ହୋଇପାରିଛି। ଯଦି ଆପଣ UPI ଆପ୍ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର୍ କରୁଛନ୍ତି, ତା’ହେଲେ ଏଥିପାଇଁ ଆପଣଙ୍କୁ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡର ଆବଶ୍ୟକତା ପଡ଼ିବ ନାହିଁ।
ପୁଅ ସହ ମିଶି ଜଣେ ମହିଳା ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରକୀୟା ପ୍ରୀତି ସନ୍ଦେହରେ ମହିଳା ଜଣକ ଏଭଳି କାଣ୍ଡ ଭିଆଇ ଥିବା ଜଣାପଡ଼ିଛି।
ପୁଣି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ିକୁ ଚେକିଂ କରାଯାଇଛି। ପଦ୍ମପୁର ଅଭିମୁଖେ ଉପନିର୍ବାଚନ ପ୍ରଚାର ପାଇଁ ଯିବାବେଳେ ତାଙ୍କ ଗାଡ଼ିକୁ ଚେକିଂ କରାଯାଇଥିଲା।
‘ମୋତେ ବାହା ନହେଲେ ପିସ୍ ପିସ୍ କରିଦେବି’। ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କୁ ବାହା ହେବାକୁ ମନା କରିଦେବାରୁ ଯୁବକ ଜଣକ ଏଭଳି ଧମକ ଦେଇଛନ୍ତି।
କାତାରରେରେ ଚାଲୁଥିବା ଫୁଟ୍ବଲ୍ ବିଶ୍ୱକପ୍ ମ୍ୟାଚ୍ରେ ମର୍କ୍କୋଠୁ ବେଲ୍ଜିୟମ ହାରିବା ପରେ ହିଂସାକାଣ୍ଡ ହୋଇଛି। ଫୁଟ୍ବଲ୍ ଫ୍ୟାନ୍ସ କାର୍ରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି।
ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ ରେଡ୍ ହୋଇଥିବା ଜଣାପଡ଼ିଛି। ଆଜି ସକାଳୁ ସକାଳୁ କେନ୍ଦ୍ରୀୟ ଟିମ୍ ପକ୍ଷରୁ ଏହି ରେଡ୍ ଚାଲିଥିବା ସୂଚନା ମିଳିଛି।
ଏମିତି ଅନେକ ଘଟଣା ଦେଖିଥିବେ, ଯେଉଁଠି ଛୋଟ ଛୋଟ ପିଲାମାନେ ଚକୋଲେଟ୍ ହେଉ କି କଏନ୍ ଇତ୍ୟାଦି ଗିଳି ଦେବା ଯୋଗୁ ଏହା ବାହାର କରିପାରେ ବହୁ ଅସୁବିଧା ହୋଇଥାଏ।
କେନ୍ଦ୍ରାପଡ଼ା ଜିଲ୍ଲା ବାଲିଆ ବଜାରରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣକ ମୃତ୍ୟୁ ହୋଇଛି। ଗତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ବରଗଡ଼ ସୋହେଲାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଉଠାଯିବାର ରହସ୍ୟ କ’ଣ ? କେଉଁ କାରଣ ପାଇଁ ସେମାନଙ୍କର ଫଟୋ ଉଠାଯାଉଥିଲା ? କେନ୍ଦ୍ରମନ୍ତ୍ରୀଙ୍କ କ୍ୟାମ୍ପରେ ଗୁଇନ୍ଦାଗିରି କରାଯାଉଥିଲା କି ?
ଭିଡିଓରେ ମନ୍ତ୍ରୀଙ୍କ ସତ୍ୟେନ୍ଦ୍ରଙ୍କ ଜେଲ୍ କୋଠରୀରେ ବେଡ୍କୁ ସଜଡ଼ା କରାଯିବା ସହ ଚଟାଣକୁ ମଧ୍ୟ ସଫା ସୁତରା କରାଯାଉଥିବା ଦେଖିବାକୁ ମିଳିଥିଲା।
ଶ୍ରଦ୍ଧାଙ୍କୁ ହତ୍ୟା ପରେ ଅଫତାବ୍ ଅନ୍ୟ ଜଣେ ଯୁବତୀଙ୍କ ସହ ଡେଟିଂ କରିଥିଲା। ସେ ହିଁ ରକ୍ତ ଛିଟାକୁ ସଫା କରିବା, କଟା ମୃତଦେହକୁ ଜଙ୍ଗଲରେ ଫୋପାଡ଼ିବା ଭଳି କାମରେ ଅଫତାବ୍କୁ ସହାୟତା କରିଥିଲେ।
ଯୋଗ ଗୁରୁ ବାବା ରାମଦେବଙ୍କ ମହିଳାଙ୍କ ପ୍ରତି ବୟାନକୁ ନେଇ ଏବେ ତୁମ୍ବିତୋଫାନ। ମହିଳାଙ୍କୁ ସେ ଅଶୋଭନୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।
ପପୁଲାର୍ ଇ-କମର୍ସ ସାଇଟ୍ ଆମାଜନ୍(Amazon) ଏହାର ଏକ ସେବା ବନ୍ଦ କରିବାକୁ ଯାଉଛି। ଯଦ୍ୱାରା ଅନେକ ୟୁଜର୍ସ ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଇଛି।
ଧାମନଗର ପରାଜୟ ପରେ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ପଦ୍ମପୁର। କେତେବେଳେ ପଦ୍ମପୁର ପାଇଁ ପ୍ୟାକେଜ ତ ଆଉ କେତେବେଳେ ଚାଷୀଙ୍କ ପାଇଁ ଇନ୍ପୁଟ୍ ସବ୍ସିଡି ଘୋଷଣା କରୁଛନ୍ତି ରାଜ୍ୟ ସରକାର।
ଶୋଇଥିବା ବେଳେ ୩ ଭାଇକୁ ଗୁଳି କରି ହତ୍ୟା। ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଏତେ ଉଗ୍ରରୂପ ନେଇଥିଲା ଯେ, ଅକାଳରେ ୩ ଜୀବନ ଚାଲି ଯାଇଛି।
ବିରାଟ କୋହଲି ଶନିବାର ଦିନ ଏମିତି ଏକ ପୋଷ୍ଟ ଶେଆର କରିଛନ୍ତି, ଯାହାକୁ ଦେଖି କିଛି ସମୟ ପାଇଁ ଫ୍ୟାନ୍ସଙ୍କ ହାର୍ଟ ବିଟ୍ ବଢ଼ି ଯାଇଥିଲା।
ରାସ୍ତାକଡ଼ରେ ବସି ଦଶାହ ଭୋଜି ଖାଉଥିବା ବେଳେ ଲୋକଙ୍କ ଉପରେ ମାଡ଼ିଗଲା କାର୍। କାର୍ଟି ଏତେ ଜୋରରେ ଆସିଥିଲା ଯେ, ଗାଡ଼ି ଧକ୍କାରେ ଏକ ଦୋକାନ ମଧ୍ୟ ଭାଙ୍ଗିଯାଇଛି।
ଯେଉଁ ଯବାନଙ୍କ ମଧ୍ୟରେ ପ୍ରଥମେ ସଂଘର୍ଷ ଘଟି ପରେ ଫାୟାରିଂ ହୋଇଥିଲା ସେମାନେ ନିର୍ବାଚନ ଡ୍ୟୁଟି ପାଇଁ ଆସିଥିଲେ। ତେବେ କୌଣସି କାରଣକୁ ନେଇ ଯବାନ ସେମାନଙ୍କର ସାଥୀଙ୍କ ଉପରକୁ AK 47ରୁ ଫାୟାରିଂ କରିଥିଲେ।