/odishatv-khabar/media/post_attachments/uploadimage/library/16_9/16_9_0/s_1669617878.jpg)
Man threatens minor to cut her into pieces after she rejects marriage proposa
‘ମୁଁ ତତେ ଭଲପାଏ ଓ ବାହା ହେବାକୁ ଚାହୁଁଛି। ଆଉ ଯଦି ଏହି ବାହାଘର ନ ହୁଏ, ତା’ହେଲେ ମୁଁ ତତେ ପିସ୍ ପିସ୍ କରିଦେବି’... ୧୭ ବର୍ଷୀୟ ଯୁବତୀଙ୍କୁ ଏଭଳି କିଛି ଧମକ ଦେଇ ଗିରଫ ହୋଇଛନ୍ତି ଜଣେ ଯୁବକ। ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କୁ ବାହା ହେବାକୁ ମନା କରିଦେବାରୁ ଯୁବକ ଜଣକ ଏଭଳି ଧମକ ଦେଇଛନ୍ତି। ଉତ୍ତର ପ୍ରଦେଶର କାନପୁରରେ ଏହି ଘଟଣା ଘଟିଛି। ପୋଲିସ୍ ଅଭିଯୁକ୍ତ ମହମ୍ମଦ ଫୈଜଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ବିବାହ ପାଇଁ ସମ୍ପୃକ୍ତ ନାବାଳିକାଙ୍କୁ ଫୈଜ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଛି। ହେଲେ ନାବାଳିକା ଜଣକ ତାଙ୍କର ଏହି ବିବାହ ପ୍ରସ୍ତାବରେ ରାଜି ନଥିଲେ।ଏଥିରେ ରାଗି ଯାଇ ଫୈଜ ଯୁବତୀଙ୍କୁ ଧମକ ଦେଇ କହିଥିଲେ, ‘ଯଦି ଏହି ବାହାଘର ନ ହୁଏ, ତା’ହେଲେ ମୁଁ ତତେ ପିସ୍ ପିସ୍ କରିଦେବି’।
ଅଧିକ ପଢ଼ନ୍ତୁ: ‘ପିସ୍ ପିସ୍ କରି ଫିଙ୍ଗି ଦେବି...’ ଆଗରୁ ବି ଏମିତି ଧମକ ଦେଇଥିଲା ଅଫତାବ୍, ତଥାପି ଲିଭ୍-ଇନ୍ରେ ରହୁଥିଲେ ଶ୍ରଦ୍ଧା
ନାବାଳିକା ଜଣକ ସ୍କୁଲ୍ ଯିବାବେଳେ ଫୈଜ ତାଙ୍କର ପିଛା କରିବା ସହ ତାଙ୍କୁ ହଇରାଣ କରୁଥିଲେ। ତାଗିଦ୍ ସତ୍ତ୍ୱେ ମଧ୍ୟ କ୍ରମାଗତ ଭାବେ ସେ ଏପରି କରୁଥିଲେ ଓ ଯୁବତୀଙ୍କୁ ବାହା ହେବା ପାଇଁ ବାଧ୍ୟ କରୁଥିଲେ। ଶେଷରେ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଝିଅର ଜୀବନ ପ୍ରତି ବିପଦ ଥିବାରୁ ପରିବାର ଲୋକ ଉପାୟଶୂନ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ।
ଅଭିଯୋଗ ଆଧାରରେ ନୌବସ୍ତା ପୋଲିସ୍ ଫୈଜ୍ଙ୍କ ଚାମନ୍ ଗଞ୍ଜ ସ୍ଥିତ ବାସଭବନରେ ରେଡ୍ କରିଥିଲା। ଏହାପରେ ଫୈଜ୍ଙ୍କୁ ପୋଲିସ୍ ଗିରପ କରିଥିଲା। POCSO ଆକ୍ଟ ଅନୁସାରେ, ଅକ୍ଟୋବର ୧୬ରେ ମହମ୍ମଦ ଫୈଜଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ନାବାଳିକା ଜଣକ ବିବାହ ପାଇଁ ମନା କରି ଦେବାରୁ ଫୈଜ କ୍ରମାଗତ ଭାବେ ତାଙ୍କୁ ହତ୍ୟାର ଧମକ ଦେଇ ଆସୁଥିଲେ ବୋଲି ଅଭିଯୋଗ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)