• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ ରେଡ୍ ହୋଇଥିବା ଜଣାପଡ଼ିଛି। ଆଜି ସକାଳୁ ସକାଳୁ କେନ୍ଦ୍ରୀୟ ଟିମ୍ ପକ୍ଷରୁ ଏହି ରେଡ୍ ଚାଲିଥିବା ସୂଚନା ମିଳିଛି। ପଦ୍ମପୁର ବହିଦାର ପଡାର ମହମ୍ମଦ ସାଜିଦ୍, ସାହୁପଡାର ମାନଭଞ୍ଜନ ସାହୁ ଓ ବଡପଡାର ଗଜୁ ଅଗ୍ରୱାଲଙ୍କ ଘରେ ଚଢଉ ଚାଲିଛି। ଘଟଣାସ୍ଥଳରେ ସଶସ୍ତ୍ର CRPF ଯବାନ ମୁତୟନ ହୋଇଛନ୍ତି।  

ଗତକାଲି ବରଗଡ଼ ସୋହେଲାରେ ଜଣେ ବିଜେପି କର୍ମୀଙ୍କ ଘରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ନରେନ୍ଦ୍ର ସିଂ ତୋମାର ଭୋଜନ କରିବା ସମୟରେ ଜଣେ ବ୍ୟକ୍ତି ସେମାନଙ୍କର ଫଟୋ ଉଠାଇବାକୁ ଉଦ୍ୟମ କରିଥିଲେ। ସେପଟେ ଏହି ଘଟଣାର ଦିନକ ପରେ ଅର୍ଥାତ୍‌ ଆଜି ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ ଚଢ଼ଉ ହୋଇଛି। 

ସୂଚନାଥାଉ କି, ଗତକାଲି ବରଗଡ଼ ସୋହେଲାରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ନରେନ୍ଦ୍ର ସିଂ ତୋମାର ଜଣେ ବିଜେପି କର୍ମୀଙ୍କ ଘରେ ଭୋଜନ କରୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ସେମାନଙ୍କର ପଟୋ ଉଠାଇବାକୁ ଉଦ୍ୟମ  କରିବାରୁ ସୁରକ୍ଷା ଅଧିକାରୀ ତାଙ୍କୁ ରୋକିବା ସହ ପରିଚୟ ପଚାରିଥିଲେ। ଏହି ସମୟରେ ତାଙ୍କର ଆଇଡି କାର୍ଡ ଓ ମୋବାଇଲ ଖସି ପଡ଼ିଥିଲା। ଆଇଡି କାର୍ଡରେ ସିଆଇଡି ସ୍ପେଶାଲ ବ୍ରାଞ୍ଚର ASI ଭୋଜରାଜ ଦାସ ବୋଲି ଲେଖାଯାଇଛି।

ଏଠାରେ ପ୍ରଶ୍ନ ଉଠୁଛି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଉଠାଯିବାର ରହସ୍ୟ କ’ଣ ?  କେଉଁ କାରଣ ପାଇଁ ସେମାନଙ୍କର ଫଟୋ ଉଠାଯାଉଥିଲା ?  କେନ୍ଦ୍ରମନ୍ତ୍ରୀଙ୍କ କ୍ୟାମ୍ପରେ ଗୁଇନ୍ଦାଗିରି କରାଯାଉଥିଲା କି ?