Advertisment

ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ବେଳେ ପୁଣି ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ି ଚେକିଂ

ପୁଣି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ିକୁ ଚେକିଂ କରାଯାଇଛି। ପଦ୍ମପୁର ଅଭିମୁଖେ ଉପନିର୍ବାଚନ ପ୍ରଚାର ପାଇଁ ଯିବାବେଳେ ତାଙ୍କ ଗାଡ଼ିକୁ ଚେକିଂ କରାଯାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJP MP Pratap Sarangi

BJP MP Pratap Sarangi's Vehicle Checking At Padmapur

ପୁଣି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ିକୁ ଚେକିଂ କରାଯାଇଛି। ପାଟଣାଗଡ଼ରୁ ପଦ୍ମପୁର ଅଭିମୁଖେ ଉପନିର୍ବାଚନ ପ୍ରଚାର ପାଇଁ ଯିବାବେଳେ ବାଟରେ ଗୌରପାଲିରେ ଏକ ପେଟ୍ରୋଲ ପମ୍ପ ନିକଟରେ ତାଙ୍କ ଗାଡ଼ିକୁ ଚେକିଂ କରାଯାଇଥିଲା। ଚେକିଂ ବେଳେ ସାଂସଦଙ୍କ ଗାଡ଼ିରୁ କୌଣସି ଜିନିଷ ମିଳିନଥିଲା। ପୂର୍ବରୁ ଧାମନଗର ନିର୍ବାଚନ ସମୟରେ ବି ସାଂସଦଙ୍କ ଗାଡ଼ି ଚେକିଂ ହୋଇଥିଲା। ସେତେବେଳେ ଗାଡ଼ିରୁ କିଛି ବ୍ରାହ୍ମୀ ଓ ଫଳ ସହ ବିସ୍କୁଟ ମିଳିଥିଲା।

Advertisment

ସୂଚନାଥାଉ କି, ଧାମନଗର ନିର୍ବାଚନ ସମୟରେ କାଁପଡ଼ା ପଞ୍ଚାୟତରେ ପ୍ରଚାର ବେଳେ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ିକୁ ରାସ୍ତାରେ ଅଟକାଇ ଯାଞ୍ଚ କରିଥିଲେ ପ୍ରଶାସନିକ ଅଧିକାରୀ । ଯାଞ୍ଚ ବେଳେ ତାଙ୍କ ଗାଡ଼ିରୁ ସତେଜ ବ୍ରାହ୍ମୀପତ୍ର, ଫଳ ଓ ବିସ୍କୁଟ ମିଳିଥିଲା। ସେହି ସମୟରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। 

ସେପଟେ ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ ରେଡ୍ ହୋଇଥିବା ଜଣାପଡ଼ିଛି। ଆଜି ସକାଳୁ ସକାଳୁ କେନ୍ଦ୍ରୀୟ ଟିମ୍ ପକ୍ଷରୁ ଏହି ରେଡ୍ ଚାଲିଥିବା ସୂଚନା ମିଳିଛି। ପଦ୍ମପୁର ବହିଦାର ପଡାର ମହମ୍ମଦ ସାଜିଦ୍, ସାହୁପଡାର ମାନଭଞ୍ଜନ ସାହୁ ଓ ବଡପଡାର ଗଜୁ ଅଗ୍ରୱାଲଙ୍କ ଘରେ ଚଢଉ ଚାଲିଛି। ଘଟଣାସ୍ଥଳରେ ସଶସ୍ତ୍ର CRPF ଯବାନ ମୁତୟନ ହୋଇଛନ୍ତି।  

Advertisment
BJP MP Pratap Sarangi padmapur-bypoll
Advertisment
Advertisment