Advertisment

ପୁଣି ଛାତିଥରା ମର୍ଡର: ପୁଅ ସହ ମିଶି ସ୍ୱାମୀକୁ ୨୨ ଖଣ୍ଡ କଲା ସ୍ତ୍ରୀ, ରାତି ଅଧରେ ଯାଉଥିଲେ ଫିଙ୍ଗିବାକୁ...

ପୁଅ ସହ ମିଶି ଜଣେ ମହିଳା ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରକୀୟା ପ୍ରୀତି ସନ୍ଦେହରେ ମହିଳା ଜଣକ ଏଭଳି କାଣ୍ଡ ଭିଆଇ ଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Delhi Pandav Nagar Murder Case

Another Delhi Shocker: Woman Allegedly Murdered Her Husband With Help Of Son

ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ହତ୍ୟା ମାମଲା ମନରୁ ନଲିଭୁଣୁ ପୁଣି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ପୁଅ ସହ ମିଶି ଜଣେ ମହିଳା ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରକୀୟା ପ୍ରୀତି ସନ୍ଦେହରେ ମହିଳା ଜଣକ ଏଭଳି କାଣ୍ଡ ଭିଆଇ ଥିବା ଜଣାପଡ଼ିଛି। ହତ୍ୟା ପରେ ମା’ ଓ ପୁଅ ମିଶି ମୃତଦେହକୁ ୨୨ ଖଣ୍ଡ କରି ଏହାକୁ ଫ୍ରିଜ୍‌ରେ ରଖିଥିଲେ। ପରେ ଖଣ୍ଡ ଶରୀରକୁ ବ୍ୟାଗ୍‌ରେ ଭର୍ତ୍ତି କରି ପ୍ରତିଦିନ ବିଳମ୍ବିତ ରାତିରେ ଫିଙ୍ଗୁଥିଲେ। ଦିଲ୍ଲୀରେ ଏହି ଛାତିଥରା ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଦିଲ୍ଲୀ ପୋଲିସ୍‌ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଛି। 

Advertisment

ଗତ ଜୁନ୍‌ରେ ପାଣ୍ଡବ ନଗର ଅଞ୍ଚଳରୁ ମୃତଦେହର କିଛି ଅଂଶ ପୋଲିସ୍‌କୁ ମିଳିଥିଲା। ଏନେଇ ହତ୍ୟା ମାମଲା ରୁଜୁ କରି ପୋଲିସ୍‌ ତଦନ୍ତ ଚଳାଇଥିଲା। ତେବେ ଏହି ଖଣ୍ଡ ଶରୀର ଗୁଡ଼ିକ ନଷ୍ଟ ହୋଇ ଯାଇଥିବାରୁ ତଦନ୍ତ ପ୍ରକ୍ରିୟା ଆଗକୁ ଆଗେଇ ପାରିନଥିଲା। ଯେତେବେଳେ ଶ୍ରଦ୍ଧା ହତ୍ୟା ମାମଲା ସାମ୍ନାକୁ ଆସିଥିଲା, ଏହାପରେ ଜବତ ହୋଇଥିବା ଏହି ଖଣ୍ଡ ଶରୀରର ଯାଞ୍ଚ ହୋଇଥିଲା। ଶେଷରେ ପୁରା ଘଟଣାର ପର୍ଦ୍ଦାଫାସ ହୋଇଥିଲା।

ଅଧିକ ପଢ଼ନ୍ତୁ: ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କଲା ଯୁବକ ! ମୁଣ୍ଡକୁ ପଲିଥିନ୍‌ ଗୁଡ଼ାଇ ଘରେ ରଖିଲା, ହାତକୁ ଡ୍ରେନ୍‌ରେ ପକାଇଲା . . . 

Advertisment

ନିଦ ବଟିକା ଦେଇ ଅଚେତ୍‌ ପରେ ମର୍ଡର...

ତଦନ୍ତ ବେଳେ କ୍ରାଇମ୍‌ବ୍ରାଞ୍ଚ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ଯେଉଁ ଅଞ୍ଚଳରୁ ଏହି ଖଣ୍ଡ ଶରୀର ମିଳିଥିଲା ସେହି ଅଞ୍ଚଳର CCTV ଫୁଟେଜ୍‌ ଯାଞ୍ଚ ହୋଇଥିଲା। ଏଥିରେ ଦେଖିବାକୁ ମିଳିଥିଲା, ରାତିରେ ମା’ ଓ ପୁଅ ଅଧିକାଂଶ ସମୟ ଉକ୍ତ ଅଞ୍ଚଳକୁ ଯାଇଥିଲେ। ପରେ ଘଟଣା ଉପରୁ ରହସ୍ୟ ହଟିଥିଲା। ମୃତକ ପୂର୍ବ ଦିଲ୍ଲୀର ପାଣ୍ଡବନଗର ଅଞ୍ଚଳର ଅଞ୍ଜନ ଦାସ ବୋଲି ଜଣାପଡ଼ିଛି। ଗତ ଜୁନ୍‌ରେ ପତ୍ନୀ ପୁନମ୍‌ ଓ ପୁଅ ଦୀପକ ଅଞ୍ଜନଙ୍କ ହତ୍ୟା କରି ମୃତଦେହକୁ ୨୨ ଖଣ୍ଡ କରିଥିଲେ। ନିଦ ବଟିକା ଦେଇ ପ୍ରଥମେ ଅଚେତ୍ କରିଥିଲେ ଓ ପରେ ମର୍ଡର କରିଥିଲେ। ହତ୍ୟା ପରେ ମୃତଦେହକୁ ୨୨ ଖଣ୍ଡ କରି ଫ୍ରିଜ୍‌ ରଖିଥିଲେ। ପରେ ପ୍ରତିଦିନ ବିଳମ୍ବିତ ରାତିରେ ଖଣ୍ଡ ଶରୀରକୁ ବ୍ୟାଗ୍‌ରେ ଭର୍ତ୍ତି କରି ବାହାରକୁ ଫିଙ୍ଗିବାକୁ ଯାଉଥିଲେ। ଅନ୍ୟ ମହିଳାଙ୍କ ସହ ଅଞ୍ଜନଙ୍କ ପରକୀୟା ପ୍ରୀତି ଥିବା ସନ୍ଦେହ କରି ମା’ ଓ ପୁଅ ମିଶି ଏହି ହତ୍ୟା କରିଥିଲେ।

ସାମ୍ନାକୁ ଆସିଲା CCTV ଫୁଟେଜ୍‌...

ସାମ୍ନାକୁ ଆସିଥିବା CCTV ଫୁଟେଜ୍‌ରେ ଦେଖିବାକୁ ମିଳିଛି, ବିଳମ୍ବିତ ରାତିରେ ଦୀପକ ବ୍ୟାଗ୍‌ ଧରି ଚାଲି ଚାଲି ଯାଉଛି। ତାଙ୍କ ପଛେ ପଛେ ତାଙ୍କ ମା’ ପୁନମ୍‌ ଚାଲି ଚାଲି ଯାଉଛନ୍ତି। ବ୍ୟାଗ୍‌ରେ ଖଣ୍ଡ ଶରୀର ଭର୍ତ୍ତି କରି ବାହାରକୁ ଫିଙ୍ଗିବା ପାଇଁ ଦୀପକ ଯାଉଥିଲେ ବୋଲି ପୋଲିସ୍‌ ସନ୍ଦେହ କରୁଛି। ଅନ୍ୟ ଏକ ଫୁଟେଜ୍‌ରେ ଦେଖିବାକୁ ମିଳିଛି, ଦିନ ସମୟରେ ମା’ ଓ ପୁଅ ଅନେକ ଥର ଖଣ୍ଡ ଶରୀରକୁ ଫିଙ୍ଗିବାକୁ ଯାଇଥିଲେ। 

ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ପିସ୍‌ କରିଥିଲା ଅଫତାବ୍‌...

ମୁମ୍ବାଇର ଶ୍ରଦ୍ଧା ୱାକର୍‌, ଅଫତାବ୍‌ ସହ ଦିଲ୍ଲୀର ମେହରୁଲିରେ ଏକ ଫ୍ଲାଟ୍‌ରେ ଲିଭ୍‌-ଇନ୍‌ରେ ରହୁଥିଲେ। ଅଭିଯୋଗ ହୋଇଛି ଯେ, ମେ’ ୧୮ରେ ଅପତାବ୍‌, ଶ୍ରଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ସେ ମୃତଦେହକୁ ୩୫ ଖଣ୍ଡ କରିଥିଲା। ଖଣ୍ଡ ଶରୀର ରଖିବା ପାଇଁ ସେ ଏକ ଫ୍ରିଜ୍ ମଧ୍ୟ କିଣିଥିଲା। ପ୍ରତିଦିନ ରାତିରେ ଖଣ୍ଡ ଶରୀର ଗୁଡ଼ିକୁ ମେହରୁଲି ସ୍ଥିତ ଜଙ୍ଗଲକୁ ଫିଙ୍ଗିବା ପାଇଁ ସେ ନେଉଥିଲା। ୨୦ ଦିନ ପର୍ଯ୍ୟନ୍ତ ସେ ଏପରି କାମ କରୁଥିଲା। ଶ୍ରଦ୍ଧା ବିବାହ ପାଇଁ ଚାପ ପକାଉଥିଲେ ବୋଲି ଅଫତାବ୍‌ କହିଛି। 

Murder Murder Case
Advertisment
Advertisment