ଚିଟ୍ଫଣ୍ଡ ସଂସ୍ଥା ଶାରଳା ରିୟଲକନ୍ର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ପ୍ରାୟ ୧୬ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନିଲାମ ଉପରେ ଏହି ରହିତାଦେଶ ଜାରି ହୋଇଛି।
ଦ୍ରୁତଗାମୀ ମାଲ୍ବାହୀ ଟ୍ରେନ୍ର ୮ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା। କିଛି ବଗି ଯାତ୍ରୀ ବିଶ୍ରାମଗାର ଓ ଟିକେଟ୍ ଘର ଉପରକୁ ମାଡ଼ି ଯାଇଥିଲା।
କାର୍ ଦୁର୍ଘଟଣାରେ ୨୫ ବର୍ଷୀୟ ସୋସିଆଲ୍ ମିଡିଆ ସେଲିବ୍ରେଟିଙ୍କ ମୃତ୍ୟୁ ହୋଇଛି। ଦ୍ରୁତ ଗତିରେ ଥିବା ରୋହିତଙ୍କ କାର୍ ବୁଲାଣି ନିକଟରେ ଗାଡ଼ି ବୁଲାଇ ନପାରିବାରୁ ଗଛରେ ଯାଇ ପିଟି ହୋଇଥିଲା।
ଲିଭ୍-ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ପରେ ଜହ୍ଲାଦ ପ୍ରେମିକ ଅଫତାବ୍ ଶରୀରର ଅଙ୍ଗ ଗୁଡ଼ିକୁ ବ୍ୟାଗ୍ରେ ଭର୍ତ୍ତି କରି ଏହାକୁ ଫୋପାଡ଼ିବାକୁ ନେଉଥିଲା।
‘ମିଷ୍ଟର ଦତ୍ତା(Mr. Dutta) ବଦଳରେ ସମ୍ପୃକ୍ତ ବ୍ୟଙ୍କିଙ୍କ ନାଁ ରାସନ୍ କାର୍ଡରେ ‘କୁତ୍ତା’ ଲେଖା ଯାଇଥିଲା। ଏହାପରେ ଡ୍ରାମା ଆରମ୍ଭ ହୋଇଯାଇଥିଲା ଓ ବ୍ୟକ୍ତି ଜଣକ ଅଭିନବ ପ୍ରତିବାଦ କରିଥିଲେ।
ଶ୍ରୀ ଲିଙ୍ଗରାଜ ମନ୍ଦିର ସେବାୟତ ନବକୁମାର ନାୟକଙ୍କୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି। ଭାଇ ସୋମନାଥ ନାୟକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଶନିବାର ଦିନ ପୂର୍ବ ଦିଲ୍ଲୀ ସ୍ଥିତ କମନ୍ୱେଲଥ୍ ଗେମ୍ସ(CWG) ଭିଲେଜ୍ ପ୍ଲାଟ୍ରୁ ଝୁଲନ୍ତା ଅବସ୍ଥାରେ ଅମିତ ଜୈନଙ୍କ ମୃତଦେହ ମିଳିଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପାଇଁ ୨ ହଜାର ପଦବୀ ରାଜ୍ୟ ସରକାର ସୃଷ୍ଟି କରିଛନ୍ତି। ସମସ୍ତ ୩୦ ଜିଲ୍ଲା ପାଇଁ ଗ୍ରୁପ୍ ଏ ରାଙ୍କ୍ର ୨ ହଜାର ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର(LTRMO) ପଦବୀ ସୃଷ୍ଟି କରାଯାଇଛି।
ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ମାଙ୍ଗାଲୁରୁ ପୋଲିସ୍ ମୁଖ୍ୟ ଏନ୍ ଶଶିକୁମାର କହିଛନ୍ତି। ଘଟଣା ପରେ ଅଟୋ ଡ୍ରାଇଭର ଓ ଜଣେ ଯାତ୍ରୀ ଆହତ ହୋଇଛନ୍ତି।
ଚଳନ୍ତା କାର୍ରେ ୧୯ ବର୍ଷୀୟ ମଡେଲ୍ଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର ରାତିରେ କେରଳର କୋଚିରେ ଏହି ଘଟଣା ଘଟିଛି।
ଗରୁଡ଼ ସ୍ତମ୍ଭକୁ ବାରମ୍ବାର କୋଳାଗ୍ରତ କରିବା ଦ୍ୱାରା ଏହାର ମୋଟାଇ ପତଳା ହେବା ସହ ସ୍ତମ୍ଭଟିର ସ୍ଥାୟିତ୍ୱ ପ୍ରତି ବିପଦ ଦେଖା ଦେଇଛି।
ଗୋଟିଏପଟେ ଶ୍ରଦ୍ଧା ହତ୍ୟା ମାମଲାର ଚର୍ଚ୍ଚା ଥମି ନଥିବାବେଳେ ଅନ୍ୟପଟେ ଶ୍ରଦ୍ଧାଙ୍କ ଭଳି ଆଉ ଜଣେ ଯୁବତୀଙ୍କ ଦୁଃଖଦ କାହାଣୀ ଏବେ ସାମ୍ନାକୁ ଆସିଛି। କେବଳ ଫରକ୍ ଏତିକି ଶ୍ରଦ୍ଧା ଜଣେ ସାଧାରଣ ଯୁବତୀ ଥିଲେ ହେଲେ ଏହି ଯୁବତୀ ଜଣକ ଜଣେ ଅଭିନେତ୍ରୀ।
ଶ୍ରଦ୍ଧା ଓ ଅଫତାବ୍ଙ୍କ ସମ୍ପର୍କକୁ ନେଇ ଗଡୱିନ୍ ରୋଡ୍ରିଗୁସ୍ ନାମକ ଜଣେ ବ୍ୟକ୍ତି ଅନେକ ରାଜ୍ ଖୋଲିଛନ୍ତି। ଶ୍ରଦ୍ଧାଙ୍କୁ ଅଫତାବ୍ ମାର୍ପିଟ୍ କରୁଥିଲେ ବୋଲି ଗଡୱିନ୍ ଦାବି କରିଛନ୍ତି।
ଉଡ଼ାଣ ଭରିବା ବେଳେ ରନ୍ୱେରେ ସାମ୍ନାପଟୁ ଆସୁଥିବା ଦମକଳ ଗାଡ଼ି ସହ ସିଧାଯାଇ ଧକ୍କା ହେଲା ବିମାନ। ଫଳରେ ବିମାନରେ ନିଆଁ ଲାଗି ଯାଇଛି।
ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ନୂଆ ଟ୍ୱିଟର ନୀତି ଘୋଷଣା କରିଛନ୍ତି। ଟ୍ୱିଟରର ମାଲିକାନା ନେବା ପରେ ଏହାକୁ ନୂଆ ରୂପ ଦେବାକୁ ମସ୍କ ପ୍ରୟାସ କରିଛନ୍ତି।
୨୯ ଦିନ, ୩୨ ଟିମ୍, ୬୪ ମ୍ୟାଚ୍ ବିଶ୍ୱର ସବୁଠୁ ବଡ ସ୍ପୋର୍ଟସ ଇଭେଣ୍ଟ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଖେଳାଳି ଓ ସେମାନଙ୍କ ପରିବାର ରହିବା ପାଇଁ ଲକ୍ଜୁରୀ କ୍ରୁଜ୍ର ବ୍ୟବସ୍ଥା ହୋଇଛି। ସେଭେନ୍ ଷ୍ଟାର ହୋଟେଲରୁ କମ୍ ନୁହେଁ ଏହି ଷ୍ଟାର କ୍ରୁଜ୍।
ଆଜି ମାଗଣାରେ ବୁଲିପାରିବେ ବିଭିନ୍ନ ଐତିହ୍ୟ ସ୍ଥଳ। ଆର୍କୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ବା ASI ଅଧିନରେ ଥିବା ସମସ୍ତ ଐତିହ୍ୟ ସ୍ଥଳକୁ ଆଜି ଟିକେଟ୍ ମୁକ୍ତ କରାଯାଇଛି।
ପୂର୍ବ ସ୍ୱାମୀ ସହ ମିଶି ଦ୍ୱିତୀୟ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ଏହାପରେ କଟା ମୁଣ୍ଡକୁ ବ୍ୟାଗ୍ରେ ଭର୍ତ୍ତି କରି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଛତାବରରେ ପକାଇଥିଲା ସ୍ତ୍ରୀ।
ଟ୍ରକ୍କୁ କାର୍ ପଛପଟୁ ଧକ୍କା ଦେବା ଯୋଗୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ କାର୍ ପୁରା କ୍ଷତିଗ୍ରସ୍ତ ହୋଇଛି। ମୃତାହତ କାର୍ରେ ଯାତ୍ରା କରୁଥିଲେ ବୋଲି ଜଣାପଡ଼ିଛି।
ଅଫତାବ୍ ବାରମ୍ବାର ନିଜ ବୟାନ ବଦଳାଉ ଥିବାରୁ ପ୍ରକୃତରେ ସତ କ’ଣ ତାହା ଜାଣିବା ପାଇଁ ପୋଲିସ୍ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏସବୁ ଭିତରେ ଅଫତାବ୍ କେଉଁ ଭଳି ଭାବେ ଶ୍ରଦ୍ଧାଙ୍କୁ ନିର୍ଯାତନା ଦେଉଥିଲା ତା’ର ଏକ ଫଟୋ ଏବେ ସାମ୍ନାକୁ ଆସିଛି।