Advertisment

Shocking ! ! ! ତଣ୍ଟିରେ ଅଟକି ଗଲା ଚକୋଲେଟ୍‌, ଚାଲିଗଲା ୮ ବର୍ଷ ଶିଶୁର ଜୀବନ

ଏମିତି ଅନେକ ଘଟଣା ଦେଖିଥିବେ, ଯେଉଁଠି ଛୋଟ ଛୋଟ ପିଲାମାନେ ଚକୋଲେଟ୍‌ ହେଉ କି କଏନ୍ ଇତ୍ୟାଦି ଗିଳି ଦେବା ଯୋଗୁ ଏହା ବାହାର କରିପାରେ ବହୁ ଅସୁବିଧା ହୋଇଥାଏ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Child Died After Choking On Chocolate

Child Died After Choking On Chocolate In Telangana

ଆପଣ ପିଲାକୁ ଚକୋଲେଟ୍‌ ଖାଇବାକୁ ଦେଉଛନ୍ତି କି ? ତା’ହେଲେ ସାବଧାନ ରୁହନ୍ତୁ। କାରଣ ଟିକିଏ ଅସାବଧନତା ଯୋଗୁ ଅକାଳରେ ଜୀବନ ଚାଲି ଯାଇପାରେ। ଏମିତି ଅନେକ ଘଟଣା ଦେଖିଥିବେ, ଯେଉଁଠି ଛୋଟ ଛୋଟ ପିଲାମାନେ ଚକୋଲେଟ୍‌ ହେଉ କି କଏନ୍ ଇତ୍ୟାଦି ଗିଳି ଦେବା ଯୋଗୁ ଏହା ବାହାର କରିପାରେ ବହୁ ଅସୁବିଧା ହୋଇଥାଏ। ଏପରିକି କିଛି ଜଣକ ଜୀବନ ମଧ୍ୟ ଚାଲି ଯାଇଥିବା ଘଟଣା ସାମ୍ନାକୁ ଆସିଛି। ଚକୋଲେଟ୍‌ ଖାଉଥିବା ବେଳେ ତଣ୍ଟିରେ ଅଟକି ଯିବାରୁ ୮ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ତେଲେଙ୍ଗାନାର ୱାରଙ୍ଗଲ ସହରରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଶିଶୁର ନାଁ ସନ୍ଦୀପ ସିଂ।

Advertisment

ସୂଚନା ଅନୁସାରେ, ବିଦେଶରୁ ବାପା ଆଣିଥିବା ଚକୋଲେଟ୍‌କୁ ସନ୍ଦୀପ ଖାଉଥିବା ବେଳେ ଚକୋଲେଟ୍‌ର କିଛି ଅଂଶ ତାଙ୍କ ତଣ୍ଟିରେ ଅଟକି ଯାଇଥିଲା। ଏହାପରେ ସେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଚକୋଲେଟ୍‌ ବାହାର କରିବା ପାଇଁ ଅନେକ ପ୍ରୟାସ କରାଯାଇଥିଲେ ସୁଦ୍ଧା ଏହାକୁ ବାହାର କରାଯାଇ ପାରିନଥିଲା। ଗୁରୁତର ଅବସ୍ଥାରେ ସନ୍ଦୀପଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହା ପୂର୍ବରୁ ଚଳିତ ବର୍ଷ ଜୁନ୍‌ରେ ଉତ୍ତର ପ୍ରଦେଶର ଚିତ୍ରକୁଟରେ ଏଭଳି କିଛି ଘଟଣା ଘଟିଥିଲା। ଏଠାରେ ଜଣେ ୪ ବର୍ଷୀୟ ବାଳକର ଖାଦ୍ୟ ନଳୀରେ ୫ ଟଙ୍କିଆ କଏନ୍‌ ଫସି ଯାଇଥିଲା। ଖେଳୁଥିବା ବେଳେ ଶିଶୁଟି କଏନକୁ ଗିଳି ଦେଇଥିଲେ ଓ ଏହା ତଣ୍ଟିରେ ଅଟକି ଯାଇଥିଲା। ଏହାକୁ ବାହାର କରିବା ପାଇଁ ପରିବାର ଲୋକ ୩ ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ପାଖକୁ ଧାଁଦୌଡ଼ କରିଥିଲେ। ଏହାପରେ ପରିବାର ଲୋକ ଶିଶୁକୁ ଧରି ମଧ୍ୟପ୍ରଦେଶର ଏକ ହସ୍ପିଟାଲ୍‌ ଯାଇଥିଲେ। ସେଠାରେ ଡାକ୍ତର ଶିଶୁଟିର ତଣ୍ଟିରେ ଅଟକି ଯାଇଥିବା ୫ ଟଙ୍କିଆ କଏନ୍‌କୁ ବାହାର କରିଥିଲେ। ଏହାପରେ ପରିବାର ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଥିଲା।

Advertisment
Child Death
Advertisment
Advertisment