• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଅନେକ ଥର ଭୁଲ୍‌ ବଶତଃ ଅନ୍ୟ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍‌ ହେବାର ଘଟଣା ସାମ୍ନାକୁ ଆସିଛି। ହୁଏତ, ଆପଣଙ୍କ ସହ ମଧ୍ୟ ଏମିତି କିଛି ଘଟି ଥାଇପାରେ। ଏପରି ସ୍ଥଳେ କ’ଣ କରିବେ ହଠାତ୍‌ ମୁଣ୍ଡରେ କିଛି ପଶି ନଥାଏ। କିଛି ଘଟଣାରେ ଲୋକ ଟଙ୍କା ଫେରି ପାଇଥିବା ବେଳେ ଅନ୍ୟ କିଛି ଘଟଣାରେ ଲୋକଙ୍କୁ ଟଙ୍କା ମିଳି ନଥାଏ।

ଅଧିକ ପଢ଼ନ୍ତୁ: QR କୋଡ୍‌ ସ୍କାନ୍‌ କରିବା ସମୟରେ ସାବଧାନ୍‌ ! ଗୋଟିଏ ଭୁଲ, ଖାଲି କରିଦେବ ଆକାଉଣ୍ଟ୍‌

ଆଜିକାଲି ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଇବା ଅତି ସହଜ ହୋଇଗଲାଣି। ଡିଜିଟାଲାଇଜେସନ୍‌ ଯୋଗୁ ଏପରି ସରଳୀକରଣ ହୋଇପାରିଛି। ଯଦି ଆପଣ UPI ଆପ୍‌ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର୍‌ କରୁଛନ୍ତି, ତା’ହେଲେ ଏଥିପାଇଁ ଆପଣଙ୍କୁ କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡର ଆବଶ୍ୟକତା ପଡ଼ିବ ନାହିଁ। ଏଥିପାଇଁ କେବଳ ଆପଣଙ୍କୁ ଫୋନ୍‌ର ଆବଶ୍ୟକତା ପଡ଼ିବ। UPI ଆପ୍‌- Google Pay, Phone Pe, Paytm ଇତ୍ୟାଦିରେ ଅତି ସହଜରେ ଘରେ ବସି ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍‌ ହୋଇପାରୁଛି। ଏଥିପାଇଁ ଆଉ ବ୍ୟାଙ୍କ ଯିବାକୁ ପଡ଼ୁ ନାହିଁ। ହେଲେ ଏହି ସହଜ ଉପାୟ ୟୁଜର୍ସଙ୍କ ପାଇଁ ବେଳେବେଳେ ମୁସ୍କିଲ୍‌ ସାବ୍ୟସ୍ତ ହୋଇଥାଏ। ଭୁଲ୍‌ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବା ଯୋଗୁ ୟୁଜର୍ସ ଅସୁବିଧାରେ ପଡ଼ିଥାନ୍ତି।

ଜାଣନ୍ତୁ, ଭୁଲ୍‌ ଆକାଉଣ୍ଟକୁ ଟଙ୍କା ପଠାଇ ଦେଲେ କ’ଣ କରିବେ...

ଯଦି ଆପଣ  BHIM UPI ଆପ୍‌ ମାଧ୍ୟମରେ ଭୁଲ୍‌ରେ ଅନ୍ୟ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଦେଇଛନ୍ତି, ତା’ହେଲେ BHIM ନିୟମ ଅନୁସାରେ, ଆପଣ ଏହି ଟଙ୍କା ଆଉ ଫେରି ପାଇବେ ନାହିଁ। ଏପରି ସ୍ଥଳେ ଯେଉଁ ଆକାଉଣ୍ଟକୁ ଭୁଲ୍‌ରେ ଟଙ୍କା ପଠାଇଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଟଙ୍କା ଫେରାଇବା ପାଇଁ ଅନୁରୋଧ କରିପାରିବେ। Bhima app ଜରିଆରେ ଯଦି ଆପଣ ଟଙ୍କା ପଠାଇଛନ୍ତି ତା’ହେଲେ ସମସ୍ତ ସୂଚନାକୁ ୨ ଥର ଯାଞ୍ଚ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆକାଉଣ୍ଟକୁ ଭଲ ଭାବରେ ଚେକ୍‌ କରିବା ପରେ ହିଁ ଟଙ୍କା ଟ୍ରାନ୍ସଫର୍‌ କରନ୍ତୁ। 

ଯଦିଓ ଟଙ୍କା ପାଇଥିବା ବ୍ୟକ୍ତିଙ୍କ ଉପରେ ନିର୍ଭର କରୁଛି ସେ ଟଙ୍କା ଫେରେଇବେ କି ନାହିଁ, ତଥାପି ଆପଣ ଏସମ୍ପର୍କରେ ଅଭିଯୋଗ କରିପାରିବେ। Google Pay, Phone Pay, Paytm, Bharat Pay ଇତ୍ୟାଦି ଯେଉଁ ଆପ୍‌ରୁ ଆପଣ ଟଙ୍କା ପଠାଇଛନ୍ତି ଏହାର ସପୋର୍ଟ ସିଷ୍ଟମକୁ ଯାଇ ଅଭିଯୋଗ କରିପାରିବେ। ନଚେତ୍‌ BHIM ଆପ୍‌ର ୟୁଜର୍ସ ଟୋଲ୍‌-ଫ୍ରି ହେଲ୍‌ପ୍‌ଲାଇନ୍ ନମ୍ବର-18001201740 କୁ କଲ୍‌ କରି ଜଣାଇପାରିବେ। 

ଏସମ୍ପର୍କରେ ବ୍ୟାଙ୍କରେ ତୁରନ୍ତ ଅଭିଯୋଗ କରନ୍ତୁ...

ଭୁଲ୍‌ ବଶତଃ ଯଦି ଅନ୍ୟ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଯାଇଛି, ତତ୍‌କ୍ଷଣାତ ଯେଉଁ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି ଏହାର ଏକ ସ୍କ୍ରିନ୍‌ଶଟ୍‌ ଉଠାଇ ରଖନ୍ତୁ। ଏହାପରେ ବ୍ୟାଙ୍କ ଯାଇ ଏସମ୍ପର୍କରେ ଅଭିଯୋଗ କରନ୍ତୁ। କାରଣ ଟଙ୍କା ଫେରାଇବାରେ ବ୍ୟାଙ୍କ ଆପଣଙ୍କୁ ସହାୟତା କରିପାରନ୍ତି।