ପାୱାର କର୍ପୋରେଶନ ଲିମିଟେଡ (UPPCL)-ଉତ୍ତର ପ୍ରଦେଶରେ ଖାଲି ପଡ଼ିଥିବା ଡାଇରେକ୍ଟର ପଦ ପୂରଣ ହେବ। ଏ ନେଇ ଇଚ୍ଛୁକ ପ୍ରାର୍ଥୀଙ୍କ ଠାରୁ ଆବେଦନପତ୍ର ଆହ୍ୱାନ କରାଯାଇଛି।
ଫାଟିଗଲା ଚଳନ୍ତା ବାଇକର ତେଲ ଟାଙ୍କି । ଭୟଙ୍କର ବିସ୍ଫୋରଣରେ ଛିନ୍ଛତ୍ର ହୋଇ ଛିଟିକି ପଡ଼ିଲେ ବାଇକ୍ ଆରୋହୀ।
କରୋନା ମହାମାରୀରେ ଖୁବ୍ ଶୀଘ୍ର ଲାଗିବ ଲଗାମ୍ । ଶେଷ ହେବ କୋଭିଡ ବିରୋଧରେ ଚାଲିଥିବା ଯୁଦ୍ଧ। ଏମିତି ଆଶ୍ୱାସନାବାଣୀ ଶୁଣାଇଛନ୍ତି ନାଶନାଲ ସେଣ୍ଟର ଫର ଡିଜିଜ୍ କଂଟ୍ରୋଲ (NCDC) ନିର୍ଦ୍ଦେଶକ ଡକ୍ଟର ସୁଜିତ ସିଂ।
ଧପନ୍ତରିଆ ପଡ଼ିଛି ଗ୍ରାମ ରାସ୍ତା। ବିଭାଗୀୟ ଅବହେଳା ଯୋଗୁ ରାସ୍ତା କାମ ହେଉ ନ ଥିବାବେଳେ ଆସିଯାଇଛି ବର୍ଷା। ଏକମାତ୍ର ରାସ୍ତା କାଦୁଅ ପଚପଚ ହୋଇଯାଇଛି। ତା ଭିତରେ ପଶି ଗାଁ ଲୋକ ଯିବା ଆସିବା କରୁଛନ୍ତି। ଯେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେତେ ଅସନ୍ତୋଷ ବଢୁଛି। ଏହି ଅସନ୍ତୋଷ...
ଖେଳ ପଡିଆରେ ଅଣ ଖେଳାଳିଙ୍କ ଅନୁପ୍ରବେଶ ନୂଆ ଘଟଣା ନୁହଁ। ପଡିଆ ଭିତରକୁ ଅନୁପ୍ରବେଶ ନେଇ ଦଣ୍ଡିତ ହେବାର ନଜିର ମଧ୍ୟ ରହିଛି। ହେଲେ ଆୟର୍ଲାଣ୍ଡ କ୍ରିକେଟ ପଡିଆରେ ଅନୁପ୍ରବେଶକାରୀଙ୍କୁ ପୁରସ୍କୃତ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ। ତେବେ କିଏ ଏହି ଅନୁପ୍ରବେଶକାରୀ ?
ନିଜ ଅପହରଣ ନାଟକ ରଚିଥିବା ସ୍ୱିଗି ବୟ ଚିକୁନ ଭୁବନେଶ୍ୱର ଫେରିଛନ୍ତି । ଚିକୁନ ଓ ତାଙ୍କ ବାନ୍ଧବୀକୁ ମଧ୍ୟପ୍ରଦେଶର କଟ୍ନିରୁ ଭୁବନେଶ୍ୱରକୁ ଆଣିଛି ଧଉଳି ଥାନା ପୋଲିସ । ଧଉଳି ଥାନାରେ ଉଭୟଙ୍କୁ ପଚରା ଉଚରା କରାଯାଉଛି ।
ମହାକାଶ ଯାତ୍ରା କରିବା ସମସ୍ତଙ୍କ ଭାଗ୍ୟରେ ଜୁଟି ନ ଥାଏ। କାରଣ କେବଳ ମହାକାଶ ଗବେଷକଙ୍କୁ ଯିବାର ସୁଯୋଗ ମିଳିଥାଏ। ଆପଣ ଯଦି ମହାକାଶରେ ବୁଲିବାର ସ୍ୱପ୍ନ ରଖିଥାନ୍ତି ତେବେ ହତାଶ ହୁଅନ୍ତୁ ନାହିଁ। ହୁଏତ ଆପଣଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରେ। କାରଣ ପ୍ରଥମ ଥର...
ଗତ କିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷାରେ ବେହାଲ ହୋଇଛି ଜନଜୀବନ। ଅନେକ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଛି। ବର୍ଷା ପାଣି ପଶିଯିବାରୁ ଜଳ ଘେରରେ ରହିଯାଇଛନ୍ତି ସ୍କୁଲ ପିଲା। ଏପରି ସ୍ଥିତି ଦେଖିବାକୁ ମିଳିଛି ମୟୂରଭଞ୍ଜ କରଞ୍ଜିଆର ଦୁଧିଆଣି ପଞ୍ଚାୟତ ହାଇସ୍କୁଲରେ।
ହିନ୍ଦୁ ଧର୍ମରେ ପତିଙ୍କୁ ପରମେଶ୍ୱର କୁହାଯାଏ। ଏପରିକି ପର୍ବପର୍ବାଣୀରେ ପତ୍ନୀମାନେ ପତିଙ୍କୁ ମୁଣ୍ଡିଆ ମାରିବାର ପ୍ରଥା ରହିଛି। ହିନ୍ଦୁ ପରମ୍ପରା ଅନୁଯାୟୀ, ବିବାହ ପରେ ସ୍ତ୍ରୀ ସ୍ୱାମୀଙ୍କୁ ମୁଣ୍ଡିଆ ମାରି ଆର୍ଶୀବାଦ ନେଇ ନୂଆ ଦାମ୍ପତ୍ୟ ଜୀବନ ଆରମ୍ଭ କରିଥାଏ। ହେଲେ ବିବାହ ପରେ ସ୍ୱାମୀ ସ୍ତ୍ରୀଙ୍କୁ ମୁଣ୍ଡିଆ...
କରୋନା ପୁଣି ଥରେ ଚାଇନାରେ କାୟା ବିସ୍ତାର କରୁଛି। ଚୀନ୍ର ଫୁଜିଆନ୍ ପ୍ରଦେଶର ଉପକୂଳବର୍ତ୍ତୀ ସିଆମେନରେ ଲକଡାଉନ୍ ଘୋଷଣା କରାଯାଇଛି। କୋଭିଡ୍-୧୯ର ଡେଲ୍ଟା ଭାରିଏଣ୍ଟ ମାମଲା ଆସିବା ପରେ ଏଠାରେ ଲୋକେ ଭୟଭୀତ ହୋଇ ଯାଇଛନ୍ତି ।
ବାସ୍ତବରେ ତାଲିବାନ୍ ସରକାରର ସର୍ବୋଚ୍ଚ ନେତା ମୁଲ୍ଲା ହବତୁଲ୍ଲା ଅଖନ୍ଦଜାଦା ଏବଂ ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଘାନି ବରାଦର ନିଖୋଜ ଥିବା ଶୁଣିବାକୁ ମିଳୁଛି । କାରଣ ଦୀର୍ଘଦିନ ଧରି ଏହି ଦୁଇ ନେତା ସର୍ବସାଧାରଣରେ ଦେଖିବାକୁ ମିଳୁନାହାନ୍ତି।
ବ୍ରିଜ ନ ଥିବାରୁ ଲୋକେ ଜୀବନକୁ ପାଣି ଛଡେଇ ରଶୀ ସାହାଯ୍ୟରେ ବଢିଲା ନଦୀ ପାର ହେଉଛନ୍ତି। ଏମିତି ଦୃଶ୍ୟ ସାମ୍ନାକୁ ଆସିଛି ଖୋର୍ଦ୍ଧା ବାଣପୁରର ନିକଟସ୍ଥ ସିଲିଙ୍ଗପଡ଼ା ଗାଁରୁ।
ତାଲିବାନୀ ଆତଙ୍କରେ ଥରହର ହେଉଛି ଆଫଗାନିସ୍ତାନ। ଖୋଜି ଖୋଜି ବିରୋଧୀଙ୍କୁ ବନ୍ଧୁକମୁନରେ ସାବାଡ କରୁଛନ୍ତି ତାଲିବାନୀ ସେନା। ଏବେ ତାଲିବାନୀଙ୍କ କ୍ରୁରତାର ଶିକାର ପାଲଟିଛନ୍ତି ଜଣେ ଭାରତୀୟ ବ୍ୟବସାୟୀ। କାବୁଲ୍ରେ ଥିବା ଏହି ଭାରତୀୟ ବ୍ୟବସାୟୀଙ୍କୁ ତାଙ୍କ ଦୋକାନରୁ ତାଲିବାନୀମାନେ ଅପହରଣ କରି ନେଇଛନ୍ତି।
ମହିଳାଙ୍କ ସୁରକ୍ଷା ପାଇଁ ଗଠନ ହେବ ନିର୍ଭୟା ସ୍କ୍ୱାଡ୍। ମୁମ୍ବାଇରେ ପ୍ରତି ଥାନାରେ ନିର୍ଭୟା ସ୍କାଡ୍ କାମକରିବେ। ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧ ଉପରେ ରୋକ ଲଗାଇବା ଲାଗି ମୁମ୍ବାଇ ପୋଲିସ ଏହି ନିଷ୍ପତ୍ତି ନେଇଛି। ମଙ୍ଗଳବାର ପୋଲିସ କମିଶନର ହେମନ୍ତ ନାଗରାଲେ ଏନେଇ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି ।...
ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି JEE (ମେନ୍)-୨୦୨୧ ଫଳାଫଳ। ୪୪ ପରୀକ୍ଷାର୍ଥୀ ୧୦୦% ମାର୍କ ହାସଲ କରିଛନ୍ତି। ପ୍ରଥମ ରାଙ୍କରେ ମିଳିତ ଭାବେ ସ୍ଥାନ ପାଇଛନ୍ତି ୧୮ ପରୀକ୍ଷାର୍ଥୀ।
ଏଣିକି ଜମିରେ ଡ୍ରୋନ ସାହାଯ୍ୟରେ କୀଟନାଶକ ସିଞ୍ଚନ କରାଯିବ। ଡ୍ରୋନ କେମିତି ଜମିରେ କୀଟନାଶକ ପକାଇବ ନିକଟରେ ତାହାର ଡେମୋ ପ୍ରଦର୍ଶନ କରାଯାଇଛି। ଭାରତୀୟ କୃଷି ଗବେଷଣା ପରିଷଦ (Indian Council of Agricultural Research) ନିର୍ଦ୍ଦେଶ ଅନୁଯାୟୀ ଗରୁଡା ଏୟାର ସ୍ପେସ୍ ପକ୍ଷରୁ ଗୋଡ୍ଡା କୃଷି ବିଜ୍ଞାନ କେନ୍ଦ୍ରରେ ଏପରି ଡ୍ରୋନ୍...
୭ ତାରିଖ ଠାରୁ ରାଜ୍ୟରେ ପୁଣି ଲାଗି ରହିବ ବର୍ଷା। ବର୍ଷା ସଂପର୍କରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଦେଇ କହିଛନ୍ତି, ୧୭ ସୁଦ୍ଧା ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ୧୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଓଡ଼ିଶା ନିକଟରେ ପହଞ୍ଚିପାରେ। ଏହାର ପ୍ରଭାବରେ ୧୭ରୁ...
ତାଲିବାନକୁ ହାତ କରି ଆଫଗାନିସ୍ତାନରେ ନିଜର ରାଜ ଚଳାଇବା ପାଇଁ ମସୁଧା କରିଥିବା ପାକିସ୍ତାନର ଚାଲ ଫସର ଫାଟି ଯାଇଛି। ତାଲିବାନିଙ୍କୁ ସହାୟତାର ହାତ ବଢାଇ ସେଠିକାର ଅର୍ଥବ୍ୟବସ୍ଥାକୁ ନିୟନ୍ତ୍ରଣ କରିବାର ଯୋଜନା ରଖିଥିଲା। ହେଲେ ପାକିସ୍ତାନର ଏପରି ପ୍ରସ୍ତାବକୁ ତାଲିବାନ ଅଗ୍ରାହ୍ୟ କରି ଦେଇଛି।
କ’ଣ ରହିଛି ଆପଣଙ୍କର ଆଜିର ଭାଗ୍ୟଫଳ ? କେଉଁ ରାଶି ପାଇଁ କ’ଣ ଶୁଭ ରହିଛି ଆସନ୍ତୁ ଜାଣିବା।
ରାଜ୍ୟରେ ଦୀର୍ଘ ଦିନ ପରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆହୁରି ଆଶ୍ୱସ୍ତିର ଖବର ଯେ, ୧୮ ବର୍ଷରୁ କମ୍ ବୟସର ୫୭ ଜଣ ଚିହ୍ନଟ ହୋଇଛନ୍ତି।...