ମୃତକଙ୍କୁ ଦିଆଯାଉଛି କରୋନା ଭ୍ୟାକ୍ସିନ୍ । ଏପରିକି କୋଭିଡ ସାର୍ଟିଫିକେଟ ବି ଦିଆଯାଇଛି। ଭାକ୍ସିନେସନ ସଂଖ୍ୟା ବଢୁଥିବା ନେଇ ସରକାର ଦାବି କରୁଥିବାବେଳେ ମୃତବ୍ୟକ୍ତିଙ୍କୁ ଏଥିରେ ସାମିଲ କରିବା ଘଟଣା ଏହି ସଂଖ୍ୟା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଛୋଟ ଝିଅଟିଏ। ଧୂଳି ଖେଳ ଛାଡ଼ିବା ପୂର୍ବରୁ ଆରମ୍ଭ ହୋଇଗଲା ସଂଘର୍ଷ। ଜୀବନ କ’ଣ ଚିହ୍ନିବା ଆଗରୁ ମୁଣ୍ଡ ଉପରୁ ଦୂରେଇ ଗଲା ବାପା-ମା’ଙ୍କ ଆଶୀର୍ବାଦର ହାତ। କେମିତି ବଞ୍ଚିବେ ତାହା ତାଙ୍କ ଭାବନାର ବାହାରେ ଥିଲା।
କମାଣ୍ଡରଙ୍କ କମାଣ୍ଡରେ ପାଦକୁ ପାଦ ମିଶାଇ ପରେଡ ଅଭ୍ୟାସ। ହାତରେ ଏସ୍ଏଲ୍ଆର୍ ରାଇଫଲ୍। କେତେବେଳେ ସଲାମୀ ଶସ୍ତ୍ର ତ ଆଉ କେତେବେଳେ ଫୁଲ୍ ସ୍ପିଡ୍ରେ ବଢ଼ାଉଛନ୍ତି କଦମ।
ଅଖିଳ ଭାରତୀୟ ଆଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁର ସିବିଆଇ ତଦନ୍ତ ହେବ। ଏଥିପାଇଁ ଉତ୍ତର ପ୍ରଦେଶ ସରକାର ସିବିଆଇକୁ ସୁପାରିଶ କରିଛନ୍ତି । ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁର କାରଣକୁ ନେଇ ଏଯାଏ ସସ୍ପେନ୍ସ ରହିଛି ।
ଆଜି ୨୦୨୧ ମସିହା, ସେପ୍ଟେମ୍ବର ମାସ ୨୩ ତାରିଖ, ଗୁରୁବାର, କନ୍ୟା ୭ ଦିନ, ଆଶ୍ୱିନମାସ, କୃଷ୍ଣପକ୍ଷ ତୃତୀୟାତିଥି, ଅଶ୍ୱିନୀ ନକ୍ଷତ୍ର। ମେଷରାଶିରେ ଚନ୍ଦ୍ର, ତୁଳା, କୁମ୍ଭ ରାଶିର ଘାତବାର ଓ ମେଷ ରାଶିର ଘାତଚନ୍ଦ୍ର। ଜାଣନ୍ତୁ, କେମିତି କଟିବ ଆଜି ଆପଣଙ୍କ ଦିନ...
୧୪ ମାସ ପୂର୍ବରୁ ଭାରତୀୟ ସେନାର ଜଣେ ଯବାନଙ୍କୁ ସନ୍ଦିଗ୍ଧ ଆତଙ୍କୀମାନେ ଜମ୍ମୁକଶ୍ମୀରରୁ ଅପହରଣ କରି ନେଇଥିଲେ। ବହୁ ଖୋଜାଖୋଜି ପରେ ବି ଯବନାଙ୍କର କୌଣସି ଠିକଣା ମିଳି ନ ଥିଲା। ହେଲେ ଦୀର୍ଘ ମାସ ପରେ ନିଖୋଜ ଯବାନଙ୍କ ପିତା ପୁଅର ମୃତ ଦେହକୁ ଏକ ବଗିଚା...
କେମିତି ବିଶ୍ୱ ସମୁଦାୟ ତାଲିବାନକୁ ସମର୍ଥନ କରିବ ସେଥିପାଇଁ ଅବିରତ ଉଦ୍ୟମ ଚଲାଇଛି ପାକିସ୍ତାନ୍। କିନ୍ତୁ ତାଲିବାନ୍ ପାକିସ୍ତାନର ଏହି ଉଦ୍ୟମକୁ ଅଣଦେଖା କରି ପାକିସ୍ତାନକୁ ବାରମ୍ବାର ଧମକାଇବାରେ ଲାଗିଛି।
ରାଷ୍ଟ୍ରୀୟ ମ୍ୟାଲେରିଆ ଅନୁସନ୍ଧାନ ସଂସ୍ଥାନ ଖାଲି ଥିବା ପ୍ରୋଜେକ୍ଟ ଟେକ୍ନିକାଲ ସପୋର୍ଟ ସହିତ ବିଭିନ୍ନ ପଦରେ ଭର୍ତ୍ତି କରିବା ପାଇଁ ନୋଟିଫିକେଶନ ଜାରି କରିଛି। ଇଚ୍ଛକ ପ୍ରାର୍ଥୀ ଏହି ପଦବୀ ପାଇଁ ସଂପୃକ୍ତ ବିଭାଗର ୱେବସାଇଟ www.nimr.orgରେ ଆବେଦନ କରିପାରିବେ।
ଭାରତର ତୀବ୍ର ପ୍ରତିବାଦ ପରେ ନରମିଲା ବ୍ରିଟେନ । ଭାରତର କାର୍ଯ୍ୟାନୁଷ୍ଠାନ ଚେତାବନୀ ପରେ କୋଭିସିଲ୍ଡ ଟିକାକୁ ନେଇ ବ୍ରିଟେନ ତାର ପୂର୍ବ ନିଷ୍ପତ୍ତି ବଦଳାଇଲା। ଏଣିକି କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତି ବ୍ରିଟେନ ଯାଇପାରିବେ ।
ରାଜ୍ୟରେ ଆଜି ପୁଣି ୭୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ଆକ୍ରାନ୍ତ ଅଛନ୍ତି ୧୦୧ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୩୩୫ ଚିହ୍ନଟ ହୋଇଥିବା ଷ୍ଟେଟପୁଲରୁ ୮୧ ଚିହ୍ନଟ ହୋଇଛନ୍ତି ।
ନୀଳଗିରିରେ ଝାଡଖଣ୍ଡର ପାଇଲଟ୍ ହାତୀ। ମିତ୍ରପୁର ନିକଟ ଜଙ୍ଗଲରେ ରହିଛିନ୍ତି ଏହି ଝାଡଖଣ୍ତୀ ଦନ୍ତାହାତୀ। ନଡପୁର ଜଙ୍ଗଲରୁ ବାହାରି କାଠପାଳ ଦେଇ ହାତୀଟି ଆସିଥିବା ସୂଚନା ମିଳିଛି। ଏନେଇ ଲୋକମାନେ ଭୟଭୀତ ରହିଛନ୍ତି। ଦନ୍ତାହାତୀକୁ ଘଉଡାଇବା ନେଇ ସ୍ଥାନୀୟ ଲୋକେ ପ୍ରଶାସନକୁ ଦାବି କରିଛନ୍ତି।
ଭୁଶୁଡ଼ିଲା ୩ ମହଲା କୋଠା। ମହାରାଷ୍ଟ୍ର ଜଲଗା ଜିଲ୍ଲାର ପାଚୋରା ସହରରେ ହଠାତ୍ ଭୁଶୁଡ଼ିଲା ୩ ମହଲା କୋଠା I ମାତ୍ର ୫ ବର୍ଷ ତଳେ ଏହି କୋଠାଟି ନିର୍ମାଣ ହୋଇଥିଲାI
କନ୍ଧମାଳ ଚକାପାଦ ଅଞ୍ଚଳରୁ ଦେଶୀ ବନ୍ଧୁକ କାରଖାନା ଠାବ I ଦେଶୀ ବନ୍ଧୁକ, ଗୁଳି ଓ ସାମଗ୍ରୀ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।
କୋଭିସିଲ୍ଡକୁ ଆମେରିକାର ଗ୍ରୀନ୍ ସିଗନାଲ୍। କରୋନା ଭ୍ୟାକ୍ସିନ୍ କୋଭିସିଲ୍ଡ୍କୁ ଅନୁମତି ଦେଇଛି ଆମେରିକା। ଇଟ୍ ହାଉସ୍ ଏବେ କହିଛି ଯେଉଁ ଭାରତୀୟ ୨ଟି ଯାକ ଡୋଜ୍ ନେଇଥିବେ ସେମାନେ ଆମେରିକାରେ ପ୍ରବେଶ କରିପାରିବେ।
ଆମେରିକା କାହା ସହିତ ଆଉ ନୂଆ ଶୀତଳ ଯୁଦ୍ଧ ଚାହେଁ ନାହିଁ । ମିଳିତ ଜାତିସଂଘର ସାଧାରଣ ପରିଷଦକୁ ସମ୍ବୋଧନ କରି ଏହା କହିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ଆମେରିକାର ନୂଆ ଆଭିମୁଖ୍ୟ ସମ୍ପର୍କରେ ସୁଚନା ଦେଇ ସେ କହିଛନ୍ତି ଯେ ଆଫଗାନିସ୍ତାନ୍ରେ ଚାଲିଥିବା ୨୦ ବର୍ଷ...
ଏୟାର ମାର୍ଶାଲ ଭିଆର ଚୌଧୁରୀ ହେଉଛନ୍ତି ପରବର୍ତ୍ତୀ ବାୟୁସେନା ମୁଖ୍ୟ । ସେପ୍ଟେମ୍ବର ୩୦ରେ ଏୟାର ଚିଫ୍ ମାର୍ଶାଲ ଭଦୌରିଆ ଅବସର ନେବେ । ତାଙ୍କ ସ୍ଥାନରେ ଭିଆର ଚୌଧରୀ ଧରିବେ ବାୟୁ ସେନାର ମଙ୍ଗ ।
କୋଭିଡରେ ଅଭିଭାବକ ହରାଇଥିବା ପିଲାଙ୍କୁ ସିବିଏସଇର ଆଶ୍ୱାସନା । ୨୦୨୧-୨୨ ଶିକ୍ଷା ବର୍ଷରେ ପିତାମାତା ହରାଇଥିବା ପିଲାଙ୍କୁ ଦେବାକୁ ପଡ଼ିବନି ପରୀକ୍ଷା କିମ୍ବା ପଂଜୀକରଣ ଫି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଲାଗୁ କରାଯାଇଛି।
ସରକାରୀ ଚାକିରୀ ଛାଡି ସଫଳ ଉଦ୍ୟୋଗୀ। କାହା ଉପରେ ନିର୍ଭର ନ କରି ନିଜେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ନିନା ସିଂ। ଷ୍ଟିଭିଆ ନାମକ ସୁଗାର ଫ୍ରି ଗଛ ଚାଷ କରୁଛନ୍ତି ବାଲେଶ୍ୱରର ଉଚ୍ଚଶିକ୍ଷିତ ନିନା ସିଂ।
୨୪ରେ ବାଇଡେନ ମୋଦି ସାକ୍ଷାତକାର।୫ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଇଡେନ୍ଙ୍କ ସହ ତାଙ୍କର ୨୪ ରେ ସାକ୍ଷାତକାର ହେବ୍।ଆଫଗାନ ସ୍ଥିତି, ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗ ଉପରେ ବାଇଡେନ୍ଙ୍କ ସହ ଆଲୋଚନା କରିପାରନ୍ତି ମୋଦି।
ବାଲେଶ୍ୱରରେ ଗମ୍ଭର ରୂପ ନେଉଛି ବନ୍ୟା। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି। ବିଶେଷକରି ବିପଦ ସଂକେତ ଉପରେ ଥିବା ଜଳକା ନଦୀର ବନ୍ଧ ଭାଙ୍ଗି ଯାଇଛି ।