ରାଜ୍ୟରେ ଆଜି ପୁଣି ୭୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ଆକ୍ରାନ୍ତ ଅଛନ୍ତି ୧୦୧ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୩୩୫ ଚିହ୍ନଟ ହୋଇଥିବା ଷ୍ଟେଟପୁଲରୁ ୮୧ ଚିହ୍ନଟ ହୋଇଛନ୍ତି ।
ନୀଳଗିରିରେ ଝାଡଖଣ୍ଡର ପାଇଲଟ୍ ହାତୀ। ମିତ୍ରପୁର ନିକଟ ଜଙ୍ଗଲରେ ରହିଛିନ୍ତି ଏହି ଝାଡଖଣ୍ତୀ ଦନ୍ତାହାତୀ। ନଡପୁର ଜଙ୍ଗଲରୁ ବାହାରି କାଠପାଳ ଦେଇ ହାତୀଟି ଆସିଥିବା ସୂଚନା ମିଳିଛି। ଏନେଇ ଲୋକମାନେ ଭୟଭୀତ ରହିଛନ୍ତି। ଦନ୍ତାହାତୀକୁ ଘଉଡାଇବା ନେଇ ସ୍ଥାନୀୟ ଲୋକେ ପ୍ରଶାସନକୁ ଦାବି କରିଛନ୍ତି।
ଭୁଶୁଡ଼ିଲା ୩ ମହଲା କୋଠା। ମହାରାଷ୍ଟ୍ର ଜଲଗା ଜିଲ୍ଲାର ପାଚୋରା ସହରରେ ହଠାତ୍ ଭୁଶୁଡ଼ିଲା ୩ ମହଲା କୋଠା I ମାତ୍ର ୫ ବର୍ଷ ତଳେ ଏହି କୋଠାଟି ନିର୍ମାଣ ହୋଇଥିଲାI
କନ୍ଧମାଳ ଚକାପାଦ ଅଞ୍ଚଳରୁ ଦେଶୀ ବନ୍ଧୁକ କାରଖାନା ଠାବ I ଦେଶୀ ବନ୍ଧୁକ, ଗୁଳି ଓ ସାମଗ୍ରୀ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।
କୋଭିସିଲ୍ଡକୁ ଆମେରିକାର ଗ୍ରୀନ୍ ସିଗନାଲ୍। କରୋନା ଭ୍ୟାକ୍ସିନ୍ କୋଭିସିଲ୍ଡ୍କୁ ଅନୁମତି ଦେଇଛି ଆମେରିକା। ଇଟ୍ ହାଉସ୍ ଏବେ କହିଛି ଯେଉଁ ଭାରତୀୟ ୨ଟି ଯାକ ଡୋଜ୍ ନେଇଥିବେ ସେମାନେ ଆମେରିକାରେ ପ୍ରବେଶ କରିପାରିବେ।
ଆମେରିକା କାହା ସହିତ ଆଉ ନୂଆ ଶୀତଳ ଯୁଦ୍ଧ ଚାହେଁ ନାହିଁ । ମିଳିତ ଜାତିସଂଘର ସାଧାରଣ ପରିଷଦକୁ ସମ୍ବୋଧନ କରି ଏହା କହିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ଆମେରିକାର ନୂଆ ଆଭିମୁଖ୍ୟ ସମ୍ପର୍କରେ ସୁଚନା ଦେଇ ସେ କହିଛନ୍ତି ଯେ ଆଫଗାନିସ୍ତାନ୍ରେ ଚାଲିଥିବା ୨୦ ବର୍ଷ...
ଏୟାର ମାର୍ଶାଲ ଭିଆର ଚୌଧୁରୀ ହେଉଛନ୍ତି ପରବର୍ତ୍ତୀ ବାୟୁସେନା ମୁଖ୍ୟ । ସେପ୍ଟେମ୍ବର ୩୦ରେ ଏୟାର ଚିଫ୍ ମାର୍ଶାଲ ଭଦୌରିଆ ଅବସର ନେବେ । ତାଙ୍କ ସ୍ଥାନରେ ଭିଆର ଚୌଧରୀ ଧରିବେ ବାୟୁ ସେନାର ମଙ୍ଗ ।
କୋଭିଡରେ ଅଭିଭାବକ ହରାଇଥିବା ପିଲାଙ୍କୁ ସିବିଏସଇର ଆଶ୍ୱାସନା । ୨୦୨୧-୨୨ ଶିକ୍ଷା ବର୍ଷରେ ପିତାମାତା ହରାଇଥିବା ପିଲାଙ୍କୁ ଦେବାକୁ ପଡ଼ିବନି ପରୀକ୍ଷା କିମ୍ବା ପଂଜୀକରଣ ଫି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଲାଗୁ କରାଯାଇଛି।
ସରକାରୀ ଚାକିରୀ ଛାଡି ସଫଳ ଉଦ୍ୟୋଗୀ। କାହା ଉପରେ ନିର୍ଭର ନ କରି ନିଜେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି ନିନା ସିଂ। ଷ୍ଟିଭିଆ ନାମକ ସୁଗାର ଫ୍ରି ଗଛ ଚାଷ କରୁଛନ୍ତି ବାଲେଶ୍ୱରର ଉଚ୍ଚଶିକ୍ଷିତ ନିନା ସିଂ।
୨୪ରେ ବାଇଡେନ ମୋଦି ସାକ୍ଷାତକାର।୫ ଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଇଡେନ୍ଙ୍କ ସହ ତାଙ୍କର ୨୪ ରେ ସାକ୍ଷାତକାର ହେବ୍।ଆଫଗାନ ସ୍ଥିତି, ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗ ଉପରେ ବାଇଡେନ୍ଙ୍କ ସହ ଆଲୋଚନା କରିପାରନ୍ତି ମୋଦି।
ବାଲେଶ୍ୱରରେ ଗମ୍ଭର ରୂପ ନେଉଛି ବନ୍ୟା। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀର ଜଳସ୍ତର ବଢିବାରେ ଲାଗିଛି। ବିଶେଷକରି ବିପଦ ସଂକେତ ଉପରେ ଥିବା ଜଳକା ନଦୀର ବନ୍ଧ ଭାଙ୍ଗି ଯାଇଛି ।
ପଦସ୍ଥ ସରକାରୀ ଅଫିସର ଥିଲେ। ହେଲେ ଚାକିରି ଭଲ ଲାଗିଲାନି। କିଛି ଭିନ୍ନ କରିବାର ଇଚ୍ଛା ତାଙ୍କୁ ଚାକିରି ଛାଡ଼ିବା ପାଇଁ ବାଧ୍ୟ କରିଥିଲା। ୧୨ ବର୍ଷର ଚାକରି ଜୀବନ ଛାଡ଼ି ଚାଷକୁ ଆପଣେଇ ନେଲେ। ଆଜି ସେ ଜଣେ ସଫଳ ବ୍ୟବସାୟୀ। ରୋଜଗାର କରୁଛନ୍ତି ମାସକୁ...
ଚାନ୍ଦିପୁର DRDOରୁ ତଥ୍ୟ ଲିକ୍ ମାମଲା ଦିନକୁ ଦିନ ବିବାଦୀୟ ରୂପ ନେଉଛି। ତଦନ୍ତକାରୀ ଟିମ୍ ଯେତେ ଖୋଳୁଛି, ସେତେ ନୂଆ ତଥ୍ୟ ହାତରେ ଲାଗୁଛି। ଏହି ଘଟଣାରେ ଗିରଫ ୫ ଅଭିଯୁକ୍ତଙ୍କୁ ଚାଲିଛି ଜେରା ।
ଅଖିଳ ଭାରତୀୟ ଆଖଡ଼ା ପରିଷଦ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ହଟୁନି ସସ୍ପେନ୍ସ। ମୃତ୍ୟୁର ଦୁଇ ଦିନ ପରେ ଅର୍ଥାତ୍ ଆଜି ହେବ ଶବ ବ୍ୟବଚ୍ଛେଦ।
ସେୟାରହୋଲଡର୍ସଙ୍କ ଦ୍ୱାରା ଜାରି କରାଯାଇଥିବା ମୋକଦ୍ଦମାକୁ ରଫାଦଫା କରିବା ପାଇଁ ଟ୍ୱିଟର ୮୦୯.୫ ମିଲିୟନ ଡଲାର ଅର୍ଥାତ୍ ୫,୯୦୦ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ଅଛି । ୟୁଜରମାନେ ଟ୍ୱିଟର ପ୍ଲାଟଫର୍ମକୁ କିପରି ବ୍ୟବହାର କରନ୍ତି ସେ ବିଷୟରେ କମ୍ପାନୀ ପକ୍ଷରୁ ନିବେଶକଙ୍କୁ ବିଭ୍ରାନ୍ତିକର ସୂଚନା ଦିଆଯାଇଥିବାର ଅଭିଯୋଗ...
ପୁଣି ଷଡ଼ଯନ୍ତ୍ର ରଚୁଛି ଚୀନ୍ । ଭାରତୀୟ ସୀମାର ୧୬ ହଜାର ଫୁଟ୍ ଉଚ୍ଚରେ ଚୀନ୍ର ନିଜ ରାତ୍ରିକାଳୀନ ଯୁଦ୍ଧାଭ୍ୟାସ କରୁଛି ।
ପିପିଲି ଉପନିର୍ବାଚନ ପାଇଁ ପ୍ରଚାର ଜୋର। ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର। ଗାଁକୁ ଗାଁ ବୁଲି ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ।
ଆପଣଙ୍କ ଘରେ ଓ୍ୱାସିଂ ମେସିନ ଥିବ। ହେଲେ ଏମିତିକା ଓ୍ୱାସିଂ ମେସିନ କେବେ ହେଲେ ନ ଥିବ।
ଜମ୍ମୁ-କଶ୍ମୀରର ଉଦ୍ଧମ ପୁର ଜିଲ୍ଲାରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଦ୍ଧମପୁର ରେଞ୍ଜର ଡିଆଇଜି ସୁଲେମାନ ଚୌଧୁରୀ ମଙ୍ଗଳବାର ଏ ନେଇ ସୂଚନା ଦେଇଛନ୍ତି।
ଭଗବାନ ଯାହାକୁ ଘଣ୍ଟ ଘୋଡେଇ ରଖିବେ, ତାକୁ କିଏ ବା ମାରିପାରିବ ? ଛତିଶଗଡର ମୁଙ୍ଗେଲି ଜିଲ୍ଲାର ଲୋରମୀ ଅଞ୍ଚଳରେ ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି।