Advertisment

Girl Found Dead: ନିଖୋଜ ଯୁବତୀଙ୍କ ଗଳିତ ଶବ ଉଦ୍ଧାର, ଦୁଷ୍କର୍ମ ଅଭିଯୋଗ ଆଣିଲେ ପରିବାର

ଅନୁଗୁଳ କଣିହା ବ୍ଲକ୍ ଲୋଧାଝରୀ ଗାଁର ଜଣେ ଯୁବତୀ ୯ ଦିନ ଧରି ନିଖୋଜ ଥିବା ବେଳେ ତାଙ୍କର ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି। ୨୬ ତାରିଖରେ ଭୁବନେଶ୍ବର ଯାଉଥିବା ବେଳେ ଯୁବତୀ ଜଣଙ୍କ ନିଖୋଜ ହୋଇ ଯାଇଥିଲେ। ଭୁବନେଶ୍ବର ବାହାରିଥିବା ବେଳେ ତାଳଚେରରୁ ଟ୍ରେନ୍ ବାତିଲ ହୋଇଯାଇଥିଲା। ପରେ ସେ ଏକ ଅଟୋରେ ତାଳଚେର ରୋଡ୍ ଯାଇଥିଲେ। ସେଠୁ ସେ ନିଖୋଜ ହୋଇଯାଇଥିବା ଅଭିଯୋଗ କରିଥିଲେ ପରିବାର।

author-image
Saroj Kumar Jena
dead

ଗତକାଲି ତାଙ୍କ ଗଳିତ ମୃତଦେହ ବଅଁରପାଳ ଥାନା କେନ୍ଦୁପାଲି ନିକଟ କେନାଲ ପାଖରୁ ଉଦ୍ଧାର ହୋଇଛି। ସେ ରାଜଧାନୀର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହ ପୋଲିସ ଘଟଣାସ୍ଥଳରେ ତଦନ୍ତ କରିଛି। ପୋଲିସ ସେହି ଅଟୋକୁ ଜବତ କରିଥିବା ବେଳେ ଚାଳକ ଫେରାର ହୋଇଯାଇଛି।

ଏହାସହ ସଂପୃକ୍ତ ଅଟୋ ଚାଳକଙ୍କ ମୋବାଇଲ୍ ବି ସୁଇଚ୍ ଅଫ୍ ଆସୁଥିବା କହିଛନ୍ତି ଅନୁଗୁଳ ଜିଆରପି ASI ରୀତାରାଣୀ ପ୍ରଧାନ। ତେଣେ ଘଟଣାସ୍ଥଳରେ ପୋଲିସ ତଦନ୍ତ କରିଛି। ସାଇଣ୍ଟିଫିକ୍ ଟିମ୍ ଆସିବାକୁ ଅପେକ୍ଷା ଥିବାବେଳେ ଘଟଣାରେ ଯିଏବି ଦୋଷୀ, କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଅନୁଗୁଳ ଏସଡିପିଓ। ଯୁବତୀଙ୍କ ପରିବାର ଲୋକ ଦୁଷ୍କର୍ମ ଅଭିଯୋଗ ମଧ୍ୟ ଆଣିଛନ୍ତି।

Advertisment
Murder Angul
Advertisment
Advertisment