Advertisment

ଦଶମରୁ ଗ୍ରାଜୁଏଶନ ପାସ କରିଥିବା ପ୍ରାର୍ଥୀଙ୍କ ପାଇଁ ସରକାରୀ ଚାକିରି ସୁଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ରାଷ୍ଟ୍ରୀୟ ମ୍ୟାଲେରିଆ ଅନୁସନ୍ଧାନ ସଂସ୍ଥାନ ଖାଲି ଥିବା ପ୍ରୋଜେକ୍ଟ ଟେକ୍ନିକାଲ ସପୋର୍ଟ ସହିତ ବିଭିନ୍ନ ପଦରେ ଭର୍ତ୍ତି କରିବା ପାଇଁ ନୋଟିଫିକେଶନ ଜାରି କରିଛି।  ଇଚ୍ଛକ ପ୍ରାର୍ଥୀ ଏହି ପଦବୀ ପାଇଁ ସଂପୃକ୍ତ ବିଭାଗର ୱେବସାଇଟ www.nimr.orgରେ ଆବେଦନ କରିପାରିବେ।

author-image
Minati Mishra
ଅଦ୍ୟତନ ହୋଇଛି
 Govt jobs -2021

Govt jobs -2021

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ମ୍ୟାଲେରିଆ ଅନୁସନ୍ଧାନ ସଂସ୍ଥାନ (National Institute of Malaria Research) ଖାଲି ଥିବା ପ୍ରୋଜେକ୍ଟ ଟେକ୍ନିକାଲ ସପୋର୍ଟ ସହିତ ବିଭିନ୍ନ ପଦରେ ଭର୍ତ୍ତି କରିବା ପାଇଁ ନୋଟିଫିକେଶନ ଜାରି କରିଛି।  ଇଚ୍ଛକ ପ୍ରାର୍ଥୀ ଏହି ପଦବୀ ପାଇଁ ସଂପୃକ୍ତ ବିଭାଗର ୱେବସାଇଟ www.nimr.orgରେ ଆବେଦନ କରିପାରିବେ। 
ଜାରି ନୋଟିଫିକେଶନ ଅନୁସାରେ, ୭ ଖାଲି ପଦବୀରେ ନିଯୁକ୍ତି ଦିଆଯିବ। ଏହି ପଦବୀ ପାଇଁ ସେପ୍ଟେମ୍ବର ୧୭ ,୨୦୨୧ ରୁ ପ୍ରାର୍ଥିପତ୍ର ଗ୍ରହଣ କରାଯିବ। ଆବେଦନର ଶେଷ ତାରିଖ ରହିଛି ଅକ୍ଟୋବର ୩, ୨୦୨୧।

Advertisment

ଖାଲିଥିବା ପଦବୀ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ-
୧-ପ୍ରୋଜେକ୍ଟ ଟେକ୍ନିକାଲ ସପୋର୍ଟ IV (ରିସର୍ଚ୍ଚ ଆସିଷ୍ଟାଣ୍ଟ)-୧
୨-ସିନିଅର ପ୍ରୋଜେକ୍ଟ ରିସର୍ଚ୍ଚ ‍ଫେଲୋ (SRF)-୧
୩-ପ୍ରୋଗ୍ରେସ ଆଡମିନିଷ୍ଟ୍ରେଟିଭ ସପୋର୍ଟ-III (ପ୍ରୋଜେକ୍ଟ ଆସିଷ୍ଟାଣ୍ଟ)-୧
୪-ପ୍ରୋଜେକ୍ଟ ଟେକ୍ନିକାଲ ସପୋର୍ଟ-II(ପ୍ରୋଜେକ୍ଟ ଟେକ୍ନଶିଆନ-II)-2
୫-ପ୍ରୋଜେକ୍ଟ ଟେକ୍ନିକାଲ ସପୋର୍ଟ-୧(ପ୍ରୋଜେକ୍ଟ ଟେକ୍‌ନିଶିଆନ-I)-୧
୬-ପ୍ରୋଜେକ୍ଟ ଆଡ୍‌ମିନିଷ୍ଟେଟିଭ ସପୋର୍ଟ-IV(MTS)-1

ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ବିଶ୍ୱ ବିଦ୍ୟାଳୟରୁ ସାଇନ୍ସ ଷ୍ଟ୍ରିମ୍‌ରେ ଇଂରାଜୀରେ ଗ୍ରାଜୁଏଶନ କିମ୍ବା ଡିଗ୍ରୀ ହାସଲ କରିଥିବେ। ସେହିପରି ପ୍ରୋଜେକ୍ଟ ଟେକ୍ନିକାଲ ସପୋର୍ଟ-I ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀ ୧୦ମ ପାସ କରିବା ସହ ଆଇଟିଆଇ ଡିଗ୍ରୀ ଥିବା ଆବଶ୍ୟକ।

Advertisment

ଆବେଦନ ପାଇଁ ଆଉ କ’ଣ ସବୁ ସର୍ତ୍ତ ରହିଛି ଜାଣି ରଖନ୍ତୁ।

ବୟସସୀମା-ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ବୟସ ୨୫ରୁ ଅଧିକ ଏବଂ ୩୫ ବର୍ଷରୁ କମ ହୋଇଥିବା  ହୋଇଥିବା ଦରକାର। ଆବେଦନକାରୀଙ୍କ ନିଯୁକ୍ତି ଇଣ୍ଟରଭ୍ୟୁ ମାଧ୍ୟମରେ କରାଯିବ। ଅଧିକ ସୂଚନା ପାଇଁ ଆବେଦନକାରୀ ଅଫିସିଆଲ ନୋଟିଫିକେଶନରୁ ଯାଇ ଦେଖି ପାରିବେ। 

ମନେରଖନ୍ତୁ-
ଆବେଦନର ତାରିଖ-ସେପ୍ଟେମ୍ବର ୧୭, ୨୦୨୧
ଆବେଦନର ଶେଷ ତାରିଖ-ଅକ୍ଟୋବର ୩, ୨୦୨୧
ଅଧିକାରିକ ୱେବସାଇଟ-www.nimr.org.in 

Govt Jobs
Advertisment
Advertisment