Advertisment

ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି: କେମିତି ହେଲା ଦୁର୍ଘଟଣା..କଳାରାତିର କାହାଣୀ ବଖାଣିଲେ ଟ୍ରେନ୍‌ ଡ୍ରାଇଭର୍‌

ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଟ୍ରେନ୍ ଡ୍ରାଇଭର ଗୁଣନିଧି ମହାନ୍ତିଙ୍କ ପ୍ରାଥମିକ ବୟାନ ରେକର୍ଡ କରାଯାଇଛି ।

author-image
Manoranjan Behera
ଅଦ୍ୟତନ ହୋଇଛି
Odisha Train Accident News

Train Accident

ଦୁର୍ଘଟଣା ପରେ ରେକର୍ଡ ହେଲା କରମଣ୍ତଳ ଲୋକୋ ପାଇଲଟ୍‌ଙ୍କ ପ୍ରାଥମିକ ବୟାନ । ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଟ୍ରେନ୍ ଡ୍ରାଇଭର ଗୁଣନିଧି ମହାନ୍ତିଙ୍କ ପ୍ରାଥମିକ ବୟାନ ରେକର୍ଡ କରାଯାଇଛି । ଦୁର୍ଘଟଣା ପରେ ପ୍ରଥମ ଥର ଲାଗି ତାଙ୍କୁ ପଚରାଉଚରା କରାଯାଇଛି । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଦ.ପୂ ରେଲୱେ CPRO ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି । 

Advertisment

ଅଧିକ ପଢ଼ନ୍ତୁ: NDRF ଓ ODRAF ପହଞ୍ଚିବା ଆଗରୁ ବଢ଼ାଇଥିଲେ ସହାୟତାର ହାତ

କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ଗୁଣନିଧି ମହାନ୍ତିଙ୍କ କହିବା ଅନୁସାରେ ‘ରେଡ୍ ନୁହେଁ, ଗ୍ରୀନ୍ ଥିଲା ସିଗନାଲ୍’ । ଟ୍ରେନଟି ନିର୍ଦ୍ଧାରିତ ସ୍ପିଡରେ ମଧ୍ୟ ଯାଉଥିଲା । ଗୁଣନିଧି ମହାନ୍ତି ଏବଂ ଟ୍ରେନର ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରୀ ବେହେରା ଏବେ ଭୁବନେଶ୍ୱର ଏମସରେ ଚିକିତ୍ସିତ ହେଉଛନ୍ତି । ଉଭୟଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ଲୋକୋ ପାଇଲଟ ICU ରୁ ୱାର୍ଡକୁ ସ୍ଥାନାନ୍ତର ହୋଇଛନ୍ତି । ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଏବେ ବି ICU ରେ ଅଛନ୍ତି ।

ସେପଟେ ୫୧ ଘଣ୍ଟାର ନନ୍‌ଷ୍ଟପ୍ ପୁନରୁଦ୍ଧାର କାମ ପରେ ବାଲେଶ୍ୱର ବାହାନଗା ରେଳ ଷ୍ଟେସନରୁ ଗଡ଼ିଲା ଟ୍ରେନ୍। ଉଭୟ ଅପ୍ ଓ ଡାଉନ୍ ଲାଇନରେ ପରୀକ୍ଷାମୂଳକ ଭାବେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ଉଭୟ ଟ୍ରାକରେ ମାଲ୍‌ବାହୀ ଟ୍ରେନ୍‌ ଚଳାଚଳ କରିଛି । ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ ମରାମତି କାମ ସାରିଥିବାରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାହୀ କର୍ମଚାରୀ ଓ ଶ୍ରମିକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଟ୍ରେନ୍‌ ଗଡ଼ିବା ପରେ ହାତ ଯୋଡ଼ି ମୁଣ୍ଡିଆ ମାରିଲେ, କାନ୍ଦି ପକାଇଲେ ରେଳ ମନ୍ତ୍ରୀ...

ସମସ୍ତଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ଏହା ସଫଳ ହୋଇପାରିଲା ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏତେ ବଡ଼ ଭୟଙ୍କର ଦୁର୍ଘଟଣା ପଛରେ ଯାହାର ବି ହାତ ରହିଛି ତାଙ୍କୁ କଡ଼ା ଦଣ୍ଡ ଦିଆଯିବ ବୋଲି ଭାବବିହ୍ୱଳ କଣ୍ଠରେ କହିଛନ୍ତି ରେଳ ମନ୍ତ୍ରୀ। ସେପଟେ ବାହାନଗା ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ହେବ। ଏ ଦୁର୍ଘଟଣା କେଉଁ ପରିସ୍ଥିତିରେ ଘଟିଲା, ଏଥିପାଇଁ କେଉଁମାନେ ଦାୟୀ, ତା’ର କାରଣ ଜାଣିବାକୁ ଘଟଣାର ସିବିଆଇ ତଦନ୍ତ କରିବାକୁ ରେଲ୍‌ୱେ ବୋର୍ଡ ସୁପାରିସ କରିଛି। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

Train Accident
Advertisment
Advertisment