ରାତିର ତାପମାତ୍ରାରେ ପରିବର୍ତ୍ତନ ଆସିପାରେ । ତେବେ ଆସନ୍ତା ୭ ଦିନ ଯାଏ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ନାହିଁ ।
ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତଲ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ତଳକୁ ଖସିଛି ରାତି ବେଳର ତାପମାତ୍ରା । ଦିନେ ୨ ଦିନ ଭିତରେ ୩ରୁ ୫ ଡିଗ୍ରୀ ଯାଏଁ ରାତି ତାପମାତ୍ରା ଖସିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
କୋହଲା ପାଗ, ମେଘୁଆ ଆକାଶ ଯୋଗୁ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକ ତୁଳନାରେ ୨ରୁ ୩ ଡିଗ୍ରୀ ଅଧିକ ରହୁଛି ।
ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲ କ୍ଷୟକ୍ଷତି...ଧାନ ଓ ପନିପରିବା ଫସଲ କ୍ଷତିଗ୍ରସ୍ତ, ଚିନ୍ତାରେ ଚାଷୀ...ମିଗଜୋମ’ କ୍ଷୟକ୍ଷତିର ଆକଳନ ପାଇଁ SRCଙ୍କ ନିର୍ଦ୍ଦେଶ..
ଦକ୍ଷିଣ ଆନ୍ଧ୍ରର ବାପଟଲା ଅଂଚଳରେ ଲ୍ୟାଣ୍ଡଫଲ କରିଥିବା ବାତ୍ୟା କ୍ରମେ ଦୁର୍ବଳ ହୋଇଥିଲା ସତ। କିନ୍ତୁ ଲ୍ୟାଣ୍ଡଫଲ ପରର ପ୍ରଭାବ ପଡ଼ିଥିଲା ଗଜପତି ସମେତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଏବଂ ଗଞ୍ଜାମରେ।
ବର୍ଷା ଓ ପବନ କମିବା ପରେ ବି ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ଚେନ୍ନାଇରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।
ଗଭୀର ଅବପାତର ରୂପ ନେଲା ବାତ୍ୟା ମିଗଜୋମ୍ ....ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ...ଆଜି ମଧ୍ୟ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ...
ତୋଡ ଦେଖାଇଲା ଭୀଷଣ ବାତ୍ୟା ମିଗଜୋମ୍। ଉପୁଡିଲା ବଡ ବଡ ଗଛ, ବିଦ୍ୟୁତ ଖୁଣ୍ଟ। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଜି ଦିନ ପ୍ରାୟ ସାଢେ ୧୨ଟାରେ ଦକ୍ଷିଣ ଆନ୍ଧ୍ରର ବାପଟଲା ଅଂଚଳରେ ବାତ୍ୟା ଲ୍ୟାଣ୍ଡଫଲ କରିଛି।
ବାତ୍ୟା ମିଗଜୋମ୍ ପ୍ରଭାବରେ ତାମିଲନାଡୁ ବି ଉବୁଟୁବୁ । ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ଅବିଶ୍ରାନ୍ତ ବର୍ଷା ଓ ଜଳପ୍ରଳୟ। ଚେନ୍ନାଇ ମହାନଗରୀର ଗଳିକନ୍ଦି, ଛକବଜାର, ଆପାର୍ଟମେଣ୍ଟଠୁ ଆରମ୍ଭ କରି ଏୟାରପୋର୍ଟ ଓ ସବୱେ।
ସ୍କୁଲ, କଲେଜ, ବ୍ୟାଙ୍କ ସହ ସବୁ ଅଫିସ ବନ୍ଦ ଥିବା ବେଳେ, ବର୍ଷା ବିତ୍ପାତରେ ୫ ଜଣଙ୍କ ଜୀବନ ଯାଇଥିବା ବି ସୂଚନା ମିଳିଛି
ନେଲୋର-ମଛଲିପଟନମ୍ ମଝି ବାପଟଲାରେ ସ୍ଥଳଭାଗ ଅତିକ୍ରମ କରିବ । ବାପାଟଲା ନିକଟରେ ଆସନ୍ତାକାଲି ପୂର୍ବାହ୍ନରେ ଅତିକ୍ରମ କରିବ ବାତ୍ୟା ।
ତାମିଲନାଡ଼ୁରେ ‘ମିଗଜୋମ’ ତାଉ, ଜନଜୀବନ ଅସ୍ତବ୍ୟସ୍ତ । ମୂଷଳ ବର୍ଷାରେ ଉବୁଟୁବୁ ଚେନ୍ନାଇ ସହର, ସମୁଦ୍ର ସମ ଦିଶୁଛି ବିମାନ ବନ୍ଦର ।
ଚେନ୍ନାଇ ଏୟାରପୋର୍ଟରେ ପଶିଲା ପାଣି...ଘର ଭିତରେ ଆଣ୍ଠୁଏ ପାଣି ...ଜଳସ୍ରୋତରେ ଭାସିଲା କାର..
ନେଲୋର ଓ ମଛଲିପଟ୍ଟନମ୍ ମଝିରେ ଲାଣ୍ଡଫଲ୍ କରିବ ବାତ୍ୟା...ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୧୦ କିମି ରହିପାରେ...
ବାତ୍ୟା ପୂର୍ବରୁ ତାମିଲନାଡ଼ୁରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି । ଚେନ୍ନାଇରେ ଗତକାଲି ରାତିଠୁ ଲଗାଣ ବର୍ଷା ହେଉଛି । ପ୍ରଭାବରେ ଅନେକ ସ୍ଥାନରେ ପାଣି ଜମିଛି । ସହରର ଅନେକ ସ୍ଥାନରେ ଅଣ୍ଟାଏ ଉଚ୍ଚର ପାଣି ଜମିଲାଣି ।
ବାତ୍ୟା ମୁକାବିଲା ଲାଗି ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି । ବଙ୍ଗୋପସାଗରରେ ବାତ୍ୟା ଆସୁଥିବା ବେଳେ ଏହାର ମୁକାବିଲା ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା ଲାଗି ବିଜେପି କର୍ମୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଅଦିନିଆ ବାତ୍ୟା, ଅଜଣା ଭୟ। କେଉଁଠି ବର୍ଷିବ, କେଉଁଠି ଭସାଇବ? କାରଣ ଚେନ୍ନାଇ ଉପକୂଳଠାରୁ ବଙ୍ଗୋପସାଗରର ୨୩୦ କିଲୋମିଟର ଦୂରରେ ବଳ ଗୋଟାଉଛି ବାତ୍ୟା ମିଗଜୋମ୍।
ଆସନ୍ତାକାଲି ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ ବାତ୍ୟା । ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୦୦ କି.ମି. ରହିବ ।
ବଙ୍ଗୋପସାଗରରେ ବାତ୍ୟା ଆସୁଛି। ଚେନ୍ନାଇ ଠାରୁ ୪୫୦ କିମି ଦୂରରୁ ଆଗକୁ ବଢୁଛି। ଆନ୍ଧ୍ର-ତାମିଲନାଡୁ ମଝିରେ ମଙ୍ଗଳବାର ମାଡ଼ ହେବ। ହେଲେ ତା ପ୍ରଭାବରେ ଓଡ଼ିଶାରେ କିନ୍ତୁ କାଲିଠୁ ବର୍ଷା ଆରମ୍ଭ ହୋଇଯିବ।
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା...ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି
୫ ଓ ୬ ତାରିଖରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ତେଣୁ ଏହି ୫ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଜାରି ହୋଇଛି।
ବାତ୍ୟାରେ ପରିଣତ ହେବା ପରେ ୪ ତାରିଖ ସନ୍ଧ୍ୟାରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଚେନ୍ନାଇ ଓ ମଚ୍ଛଲିପଟ୍ଟନମ ମଝିରେ ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି ।
ତାମିଲନାଡୁର କାଞ୍ଚିପୁରମ୍ ଓ ଥିରୁବଲ୍ଲୁର ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି । ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ ସ୍ପଷ୍ଟ ହୋଇନି ।
୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ୩ ତାରିଖ ସୁଦ୍ଧା ସୃଷ୍ଟି ହୋଇ ୪ ସକାଳେ ଉପକୂଳ ଛୁଇଁପାରେ ।