/odishatv-khabar/media/post_attachments/uploadimage/library/16_9/16_9_0/Weather_1710818246.jpg)
Weather
ବଦଳିଲା ପାଗରେ ମିଜାଜ୍ । କିଛି ଦିନର ତାତି ପରେ ରାଜ୍ୟରେ ଖସିଛି ପାରଦ । ଆଜି ଓ ଆସନ୍ତାକାଲି କାଳବୈଶାଖୀ ସମ୍ଭାବନା ଥିବା ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଳବୈଶାଖୀ ନେଇ ୧୨ଟି ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ଏହି ସମୟରେ ୪୦ରୁ ୫୦ କିମି ବେଗରେ ପବନ ବହିପାରେ ।
ସେହିପରି ୨୦ ତାରିଖ ଅର୍ଥାତ୍ ଆସନ୍ତାକାଲି ୪ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କିଛି ସ୍ଥାନରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି । ସେପଟେ ଗ୍ରୀଷ୍ମ ପ୍ରବାହ ନେଇ ଜିଲ୍ଲାପାଳମାନଙ୍କୁ ସତର୍କ କଲେ ସ୍ୱତନ୍ତ୍ର ରିଲିଫ କମିଶନ ।
ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଚିଠି କରିଛନ୍ତି SRC । ନିର୍ବାଚନ ଋତୁ ହୋଇଥିବାରୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦେବା ସହିତ, ଅଂଶୁଘାତରୁ ରକ୍ଷା ପାଇଁ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି SRC । ଅନ୍ୟପଟେ ଗତକାଲି ବଜ୍ରପାତରେ ଜଣେ ଯୁବକ ଜଳି ଯାଇଥିଲେ ।
ବାଲେଶ୍ୱର ଭୋଗରାଇ ବ୍ଲକ ଟୁକୁରିହାଜିରା ଗାଁରେ ହରେନ୍ଦ୍ର ପରମାଣିକଙ୍କ ପୁଅ ରଞ୍ଜନ ଚିଙ୍ଗୁଡ଼ି ଘେରିରେ କାମ କରୁଥିଲେ । ପ୍ରବଳ ବର୍ଷା ଓ ଘଡ଼ଘଡ଼ି ଯୋଗୁଁ ସେ ପାଖରେ ଥିବା ଏକ ଚାଳ ଘରେ ଆଶ୍ରୟ ନେଇଥିଲେ । ଏହି ସମୟରେ ବଜ୍ରପାତ ଯୋଗୁଁ ଚାଳ ଘର ଜଳି ଯାଇଥିଲା । ଯେଉଁଥିରେ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ ରଞ୍ଜନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)