Advertisment

ବର୍ଷା ପରେ ପୁଣି ତାତିବ ଓଡ଼ିଶା, ୪୦ ଡିଗ୍ରୀ ଛୁଇଁବ ତାପମାତ୍ରା

କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Temperatures soaring in Odisha

weather

ତାତିରେ ଆଉଟୁପାଉଟୁ ସାରା ରାଜ୍ୟ। ଉପକୂଳରୁ ଆଭ୍ୟନ୍ତରୀଣ ସବୁଠି ଉପରମୁହାଁ ପାରଦ। ଆଗାମୀ ଦିନରେ ତାପମାତ୍ରାରେ ଆହୁରି ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଁ ତାତି ବଢିବ । ଆଗକୁ ସ୍ୱାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ । ରାଜ୍ୟର କିଛି ସ୍ଥାନରେ ୩୭ ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଛୁଇଁପାରେ ।

Advertisment

ସେପଟେ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୧୬ ଏବଂ ୧୭ ତାରିଖରେ ମଧ୍ୟ ରାଜ୍ୟର କିଛି ଅଞ୍ଚଳରେ କାଳବୈଶାଖୀ ସମ୍ଭାବନା ରହିଛି। ୧୬ ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ ଏବଂ ୧୭ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ତାତିରୁ ସାମାନ୍ୟ ଆଶ୍ୱସ୍ତି ଦେଇଛି ଗତକାଲିର କାଳବୈଶାଖୀ ବର୍ଷା। କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି।

Weather Update Heat Wave
Advertisment
Advertisment