Advertisment

ପୁଣି ତାତିଲା ! ୩୯.୫ ଡିଗ୍ରୀ ସହ ବୌଦ୍ଧ ଉତ୍ତପ୍ତ ସହର

ମାଲକାନଗିରିରେ ତାପମାତ୍ରା ୩୮.୮, ଝାରସୁଗୁଡ଼ାରେ ୩୮.୭ । ରାଜ୍ୟର ପ୍ରାୟ ୩୯ ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Weather News

Weather News

ରାଜ୍ୟରେ ପୁଣି ବଢିଲା ତାତି । ଶୁକ୍ରବାର ରାଜ୍ୟରେ ୩୯.୫ ଡିଗ୍ରୀ ସହ ବୌଦ୍ଧ ଥିଲା ସବୁଠାରୁ ଉତ୍ତପ୍ତ ସହର। ମାଲକାନଗିରିରେ ତାପମାତ୍ରା ୩୮.୮ ରହିଥିବା ବେଳେ ଝାରସୁଗୁଡ଼ାରେ ୩୮.୭ ରହିଥିଲା ପାରଦ। ରାଜ୍ୟର ପ୍ରାୟ ୩୯ ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା।

Advertisment

ସେପଟେ ତାତି ବଢିଥିଲେ ବି କାଳ ବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ହାଲୁକା ବର୍ଷା ମଧ୍ୟ ହୋଇଛି। ଗଂଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ସେହିପରି ୧୭ ତାରିଖରେ ସାରା ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Weather News Hot Wave
Advertisment
Advertisment