/odishatv-khabar/media/post_attachments/uploadimage/library/16_9/16_9_0/Heavy_Rain_1701355528.jpg)
Heavy Rain
କାଳବୈଶାଖୀ ପ୍ରଭାବରେ ଛେଚିଲା ବର୍ଷା । ରାଜଧାନୀ ସମେତ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି । ଖୋର୍ଦ୍ଧା, ପୁରୀ, ଗଂଜାମ ଓ ନୟାଗଡ଼ ଜିଲ୍ଲାରେ କାଳବୈଶାଖୀର ପ୍ରଭାବରେ ପ୍ରବଳ ବର୍ଷା ହୋଇଛି । ପାଣିପାଗ ବିଭାଗ ପକ୍ଷରୁ ୯ଟି ଜିଲ୍ଲାକୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲା କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର ଓ ବୌଦ୍ଧ ।
Advertisment
କଟକ, ନୟାଗଡ଼, କନ୍ଧମାଳ, ଢେଙ୍କାନାଳ ଓ ଯାଜପୁରରେ ବି ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ସେପଟେ ନୂଆପଡ଼ା ଜିଲ୍ଲାରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସଦର ଥାନା ଝାଞ୍ଜିମୁଣ୍ଡା ଗାଁରେ ଇଟାଭାଟିରେ କାମ କରୁଥିବା ବେଳେ ବଜ୍ରାଘାତ ଯୋଗୁ ଏହି ଅଘଟଣ ଘଟିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)