Advertisment

ଆହୁରି ତାତିବ ! ମାଲକାନଗିରି ସର୍ବାଧିକ ଉତ୍ତପ୍ତ ସହର..

କିଛି ଦିନ ଧରି ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିଲା, ଏବେ ଆକାଶରୁ ମେଘ ହଟିଯିବା ପରେ ତାପମାତ୍ରା ବଢିଛି।

author-image
Manoranjan Behera
undefined

Heat Wave

ରାଜ୍ୟରେ ପୁଣି ବଢିଲା ତାତି। ଗତକାଲି ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରହିଥିବା ବେଳେ ତା ତଳକୁ ରାଜଧାନୀର ଭୁବନେଶ୍ୱରର ତାପମାତ୍ରା ଥିଲା ୩୬ ଦଶମିକ ୮ ଡିଗ୍ରୀ ସେଲସିୟସ। ରାଜ୍ୟର ୩୫ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା।

Advertisment

କିଛି ଦିନ ଧରି ରାଜ୍ୟର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିଲା, ଏବେ ଆକାଶରୁ ମେଘ ହଟିଯିବା ପରେ ତାପମାତ୍ରା ବଢିଛି। ଆଗକୁ ବି ଏଭଳି ତାପମାତ୍ରା ବୃଦ୍ଧି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼ରେ ବ୍ୟାପକ ଫସଲ ନଷ୍ଟ। ହରିଆଣାର ରୋହତକ ଜିଲ୍ଲାରେ ଅଚାନକ ପାଗ ପରିବର୍ତ୍ତନ ସହ ବର୍ଷା ଓ କୁଆପଥର ମାଡ଼ରେ ବ୍ୟାପକ ଚାଷ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ହରିଆଣାର ଗିରଡାୋବାରୀ, ରୋହତକ ଓ ଆଖପାଖ ଅଞ୍ଚଳରେ ବଡ଼ ବଡ଼ କୁଆପଥର ବୃଷ୍ଟି ହୋଇଥିଲା। କୁଆପଥର ଏତେ ପରିମାଣରେ ବର୍ଷା ହୋଇଥିଲା ଯେ ରାସ୍ତା ଓ କ୍ଷେତରେ ବରଫର ଚାଦର ଘୋଡେଇ ହୋଇଯାଇଥିଲା।

Advertisment

ଏହି ଘଟଣା ପରେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଚାଷୀଙ୍କ କ୍ଷତିପୂରଣ ଦେବା ଲାଗି କ୍ଷୟକ୍ଷତିର ଆକଳନ କରିବା ଲାଗି କହିଛନ୍ତି। ଏହାସହ ଶୀଘ୍ର ଚାଷୀକୁ କ୍ଷତିପୂରଣ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ହରିଆଣାରେ ବମ୍ପର ଫସଲ ହୋଇଥିଲା। ତେବେ ଧାନ ଓ ଗହମ ଅମଳ ପୂର୍ବରୁ ଦୁଇ ଦୁଇ ଥର କୁଆପଥର ମାଡ଼ରେ ଚାଷୀଙ୍କ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏହା ପୂର୍ବରୁ ମାର୍ଚ୍ଚ ୨୨ ତାରିଖରେ ବି ରୋହତକ ଜିଲ୍ଲାରେ କୁଆପଥର ବଡଷ୍ଟି ହୋଇଥିଲା।

Weather Update Heat Wave
Advertisment
Advertisment