/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639645675.jpg)
Intense Cold Wave Continues In Odisha
ଭୁବନେଶ୍ୱର: ଜାଡ଼ରେ ଥରୁଛି ସାରା ଓଡ଼ିଶା। ୧୫ ଡିଗ୍ରୀ ତଳେ ରାଜ୍ୟର ୨୨ଟି ସହର ଥିବା ଜଣାପଡ଼ିଛି। ସବୁଠାରୁ କମ୍ ତାପମାତ୍ରା କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ରେକର୍ଡ଼ କରାଯାଇଛି। ଏଠାରେ ରାତିର ତାପମାତ୍ରା ୭ ଡିଗ୍ରୀକୁ ଖସି ଆସିଛି। କନ୍ଧମାଳ ଜିଲ୍ଲାର ସଦରମହକୁମା ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି କେନ୍ଦୁଝର- ୧୦.୪ ଡିଗ୍ରୀ, କୋରାପୁଟ ଓ ଝାରସୁଗୁଡ଼ା- ୧୦.୬ ଡିଗ୍ରୀ, ଟିଟିଲାଗଡ଼- ୧୦.୮ ଡିଗ୍ରୀ, ଭବାନୀପାଟଣା- ୧୧ ଡିଗ୍ରୀ, ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ର ୧୧.୫ ଡିଗ୍ରୀ ରେକର୍ଡ ହୋଇଛି। କଟକରେ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୪.୪ ଡିଗ୍ରୀ ରେକର୍ଡ଼ କରାଯାଇଛି।
ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ୧ ଦଶମିକ ୫ରୁ ୩ ଡିଗ୍ରୀ ଯାଏ ତଳକୁ ଖସିଥିବା ବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ୦ ଦଶମିକ୨ରୁ ୨ ଡିଗ୍ରୀ ଯାଏ ତଳକୁ ଖସିଛି ରାତିର ତାପମାତ୍ରା। ଉପକୂଳ ଓଡ଼ିଶାରେ ୦ ଦଶମିକ ୨ରୁ ୧.୩ ଯାଏ ତଳକୁ ଖସିଛି ତାପମାତ୍ରା। ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ରାଜ୍ୟରେ ଶୀତର ପ୍ରକୋପ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)