କିଛିଦିନ ତଳେ ରାସ୍ତାକଡରେ ଅତି ଦୟନୀୟ ଅବସ୍ଥାରେ ଜାକିଜୁକି ହୋଇ ବସିଥିଲା ଏହି ଜର୍ମାନ ସେଫର୍ଡ କୁକୁରଟି। ଆଜି ତା ମାଲିକକୁ ପାଇଲା ପରେ ବାଘ ଛୁଆ ପରି ଦେହ ଉପରକୁ ଡେଇଁ ପଡ଼ୁଛି। ସେରୁକୁ ନୂଆ ଜୀବନ ଦେଇଥିବା ମଣିଷ ମାନଙ୍କୁ ସେରୁ ଆଜି କୃତଜ୍ଞତା ଜଣାଉଛି
ମହେନ୍ଦ୍ର ମଉସା ବାରିପଦାରେ ଘରେ ଘରେ ଚିହ୍ନା। ଗଲା ୩୩ ବର୍ଷ ହେଲା ନିଇତି ବାରିପଦା ସହର ବୁଲନ୍ତି। ଖରା ବର୍ଷା ଶୀତ ତାଙ୍କୁ କିଛି ଫରକ ପଡ଼େନି। ଯେଉଁ ବାରିପଦା ମୁଢି ମଟନ୍ ପାଇଁ ଫେମସ୍ ସେଇ ମୁଢ଼ି ଭାର ଧରି ବୁଲୁଛନ୍ତି ମହେନ୍ଦ୍ର ମଉସା
କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜ ସଦାବେଳେ ଚର୍ଚ୍ଚାରେ। କେତେବେଳେ ସୀମା ବିବାଦକୁ ନେଇ ତ କେତେବେଳେ ଲୋକଙ୍କ ସମସ୍ୟା ପାଇଁ। ଆଉ ଏବେ କୋଟିଆର ଆଦର୍ଶ ବିଦ୍ୟାଳୟରେ ହଷ୍ଟେଲ୍ ସୁବିଧା ନ ଥିବାରୁ ପିଲାଙ୍କ ସମସ୍ୟା କେତେ ଦେଖନ୍ତୁ ଏହି ଭିଡିଓରେ।
କୁକୁର ପାଇଁ ମଣିଷ କଣ କରିପାରେ? ମାଲିକକୁ ଛାଡ଼ି ଯିବା ପରେ କେତେ କଷ୍ଟ ହୁଏ? କେବେ ଭାବିଛନ୍ତି...ଏହାକୁ ଅନୂଭବ କରିଛନ୍ତି ? ଗଜପତି ପାରଳାଖେମୁଣ୍ଡିରେ ନିଜ ପୋଷା କୁକୁରର ମୃତ୍ୟୁ ପରେ ମାଲିକ ଶୋଭାଯାତ୍ରା କରିଛନ୍ତି।
ମାନିବାକୁ ପଡିବ ଏ ଭାଇଙ୍କୁ। ମହାଦେବଙ୍କ ମସ୍ତକରେ ପାଣି ଢାଳିବା ପରେ ଅନ୍ଧାର କରି ଛୁ ମାରିଲେ...
ଦୁଇମାସ ତଳେ ବାହାଘର ହୋଇଥିଲା। ଖୁସି ସମୟରେ ମିଳିମିଶି ଫଟୋ ଉଠାଇଥିଲେ। ହେଲେ ଏମିତି କଣ ହେଲା ଯେ ନବବଧୂ ଆତ୍ମହତ୍ୟା କଲେ
ଇଏ ଆମ ଓଡ଼ିଶାର ଏମିତି ଏକ ସରକାରୀ ସ୍କୁଲ୍ ଯେଉଁଠି ପିଲା ପଢ଼ୁଛନ୍ତି ପ୍ରଥମରୁ ପଞ୍ଚମ। ହେଲେ ପାଠ ପଢ଼ାଉଛନ୍ତି ଜଣିଏ ମାତ୍ର ଶିକ୍ଷୟିତ୍ରୀ। ଅଣ୍ଡା ସିଝାରୁ ସ୍କୁଲ୍ ଘଣ୍ଟା ପିଟା ଯାଏଁ ସବୁ କାମ ଦେବଜାନୀ ଦିଦିଙ୍କ ମୁଣ୍ଡରେ…
'ଜୟ ଜଗନ୍ନାଥ' କହି ନିଜର ଅଭିଭାଷଣ ଆରମ୍ଭ କଲେ କେନ୍ଦ୍ର ଗୃହମନ୍ତ୍ରୀ
ଗୋଟିଏ ମଞ୍ଚରେ ଏକାଠି ହେଲେ ଶାହ ଓ ନବୀନ। କଟକ ଇନଡୋର ଷ୍ଟାଡିୟମ ସଭାରେ ଗୃହ ମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି। ପ୍ରଜାତନ୍ତ୍ର ୭୫ତମ ପ୍ରତିଷ୍ଠା ଉତ୍ସବରେ ଉଭୟ ଯୋଗଦେଇଛନ୍ତି।
ଲିଙ୍ଗରାଜ ମନ୍ଦିରକୁ ଯାଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଏହାସହ ସେଠାରେ ସେ ଜଳାଭିଶେକ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କ ସହିତ ଉପସ୍ଥିତ ଥିଲେ।
ଏଇ ଚୁଲବୁଲି ନାୟିକା ଜଣକ ଭାରି ମିଠା ମିଠା କଥା କହୁଛନ୍ତି। ସେ ଏବେ ଯେଉଁ ସିରିଏଲ୍ ରେ ମୁଖ୍ୟ ନାୟିକା ଅଛନ୍ତି ଆପଣ ସେ ସିରିଏଲ୍ ଦେଖୁଛନ୍ତି କି? ସିରିଏଲ୍ ରେ ସିଏ ଯେମିତି ସତସତିକା ସିଏ ଜମା ନୁହେଁ ସେମିତି। ଭୁଲ୍ ନ ଥାଇ କିଏ କହିଲେ ଛାଡ଼ିବେନି ଜମା।
ଆମ ଘରେ ୩୨ ଜଣ ସଦସ୍ୟ ଥିଲେ। ମୋ ବାପା ମା ବହୁ ଦୁଃଖ କଷ୍ଟରେ ରୋଜଗାର କରି ମତେ ପାଠ ପଢ଼ାଇ ଡାକ୍ତର କରିଛନ୍ତି। ଭଗବାନଙ୍କ ଦୟାରୁ ମୋତେ ପେଟକୁ ଗଣ୍ଡେ ଦାନା, ଲାଜ ଢାଙ୍କିବାକୁ ଖଣ୍ଡେ କନା ଆଉ ମୁଣ୍ଡ ଗୁଞ୍ଜିବାକୁ ଛାତ ଦେଇଛନ୍ତି। ସେତିକି ଯଥେଷ୍ଟ। କୋଟିଏ ଟଙ୍କା ରଖି କି ଲାଭ ଯଦି ଲୋକଙ୍କ କାମରେ ନ ଲାଗେ?
ତମ ଚାକିରି ହୋଇ ଯାଇଛି। ତମ ଚାକିରି ପକ୍କା। ଟଙ୍କା ୮ ହଜାର ଧରିକି ଆସ ତୁମକୁ ସିଧା ସୁରତ୍ ସୂତା କଳକୁ ପଠାଇ ଦେବି। ଯଦି ନ ହେବ ତାହାଲେ ରାତିରେ ନାଇଟ୍ ଡ୍ୟୁଟି ସିକ୍ୟୁରିଟି…
ସ୍ୱାମୀ ସ୍ତ୍ରୀ ମଧ୍ୟରେ ମନାନ୍ତର ଟିକେ ହୋଇଛି। ସ୍ତ୍ରୀ କହୁଛନ୍ତି ମତେ ନେଇ ବାହାରେ ରଖ। ବୁଢ଼ି ମା କାନ୍ଦି କାନ୍ଦି କହୁଛି ମତେ ନେଇ ବୃଦ୍ଧାଶ୍ରମରେ ଛାଡ଼ିଦିଅ। ସବୁ ପରେ ପୁଣି ନିଷ୍ପତ୍ତି ହୋଇଛି ସମସ୍ତେ ଏକାଠି ରହିବେ… ଦେଖନ୍ତୁ ଆଜିର ଆଶାର ଆଲୋକର କିଛି ଅଂଶ...
ବର୍ଷ ବର୍ଷ ଧରି ଧାନ ଓ ପନିପରିବା ଚାଷ କରୁଥିଲେ। କିନ୍ତୁ ବନ୍ୟା ବାତ୍ୟା ସବୁ ବିଗାଡ଼ି ଦେଉଥିଲା। ବୁଦ୍ଧି କରି ସେ ଆରମ୍ଭ କଲେ ପିଜୁଳି ଚାଷ। ଏବେ ପୁରା ପରିବାର ମାଲାମାଲ୍। ଘରେ ପହଞ୍ଚି ଲୋକ ପିଜୁଳି କିଣି ନେଉଛନ୍ତି।
ସୀମାରେ ମୁହାଁମୁହିଁ ପରିସ୍ଥିତି। କେତେବେଳେ ବି ହୋଇପାରେ ଯୁଦ୍ଧ। ଦୁଇ ଦେଶ ନିଜ ନିଜର ସାମରିକ ଶକ୍ତିକୁ ତୟାର କରି ରଖିଛନ୍ତି। ଏସବୁ ଭିତରେ ଅଙ୍କକଷାରେ ଲାଗିପଡିଛି ବିଶ୍ୱ। ଯଦି ଯୁଦ୍ଧ ହୁଏ କିଏ ଜିତିବ, କିଏ ହାରିବ? ଜାଣନ୍ତୁ ଚୀନ-ତାଇୱାନ ମଧ୍ୟରେ କିଏ କେତେ ଶକ୍ତିଶାଳୀ ?
ସୁର ଭାଇ ଆମର ଭାରି ସିଧା ଲୋକ… ଯାହା କହିବେ ସିଧା ସିଧା, ଯାହା କରିବା ସିଧା ସିଧା… ତା ବୋଲି କ’ଣ ତମେ ଏଇ ସୂଚନା ଭବନ ଦୁଆର ମୁହଁରେ ଠିଆ ଠିଆ? ଗନ୍ଧେଇଲାରେ ନାରଣ…
ଆଉ ଦିନ କେଇଟା ଗଲେ ରାଖୀ ପୂର୍ଣ୍ଣମୀ। ଭାଇ ହାତରେ ରାଖୀ ବାନ୍ଧିବ ବୋଲି ଭଉଣୀ କେତେ ଆଶା କରିଛି। ହେଲେ ଦୁର୍ଭାଗ୍ୟ ଭାଇର ଦେହ ଜମା ଭଲ ନାହିଁ। ଦୁଇଟି ଜାକ କିଡନୀ ଏବେ ଖରାପ ହେବାକୁ ବସିଲାଣି... ସାରା ଦୁନିଆକୁ ନେହୁରା ହେଉଛି ଭଉଣୀ... ମୋ ଭାଇକୁ ଭଲ କରିଦିଅ
ହଳଦୀ ଗୁରୁଗୁରୁ ଦିଶୁଥିବା ଏଇ ମାଳା ସବୁକୁ ଦେଖି ଆପଣ କଣ ଭାବୁଛନ୍ତି? ଦାଣ୍ଡ ଦୁଆରେ ପତାକା ବନ୍ଧା ହୋଇଛି ବୋଲି ଭାବୁଛନ୍ତି କି? ଇଏ ହେଉଛି ନିୟମଗିରି ଅଧିବାସୀଙ୍କର ଏକ ପ୍ରମୁଖ ଖାଦ୍ୟ। ଏ ଆଇଟମ୍ ବାହାର ରାଜ୍ୟକୁ ରପ୍ତାନୀ ମଧ୍ୟ ହୁଏ।
ଜୀବନକୁ ଭରପୁର ଉପଭୋଗ କରୁଥିବା ଲିପିକାଙ୍କ ଜୀବନ କାହାଣୀ ଅଧାରେ ଅଟକିଗଲା। ଭରା ଯୌବନରେ ମୁକ୍ତ ପକ୍ଷୀଟିଏ ପରି ଉଡ଼ିବୁଲୁଥିବା ଲିପିକା ଜୀବନର ସ୍ୱପ୍ନ ଦେଖିଲା ବେଳକୁ କୁଆଡ଼ୁ ଆସିଲା ଏ ସୈତାନ ?
ହାତରେ ମାଇକ୍ ନାହିଁ, ଅଛି ଗୋଟିଏ ପ୍ଲାଷ୍ଟିକ୍ ବୋତଲ। ସେଇଆଉ ମାଇକ୍ ପରି ଧରି ସ୍କୁଲ ହତାରେ ବୁଲି ବୁଲି ଗପୁଛି ଟିଭି ରିପୋର୍ଟ ପରି। କୁନି ପିଲାଟିଏ, ଏବେ ସାରା ଦେଶରେ ଭାଇରାଲ୍। ନିଜ ସ୍କୁଲର ଗୁମର ସେ କେମିତି ଖୋଲିଛି ଦେଖନ୍ତୁ
ସୋନପୁର ଜିଲ୍ଲାର ଦୃଷ୍ଟିବାଧିକ କଳାକାର ପ୍ରେମାନନ୍ଦଙ୍କୁ ତାଙ୍କ ଜୀବନ ସାଥୀ ମିଳିଯାଇଛି। ଦିନେ ଘର ଆଉ ଘରଣୀ ପାଇଁ ପ୍ରେମାନନ୍ଦ ମନ୍ତ୍ରୀଙ୍କ ପାଖକୁ ଯାଇଥିଲେ... ଆଉ ଆଜି ପ୍ରେମାନନ୍ଦଙ୍କ ବାହାଘର ଠିକ୍ ହୋଇଯାଇଛି... ଏବେ ତାଙ୍କ ଖୁସି କହିଲେ ନ ସରେ।
ହଇରେ ନାରଣ ଢଳେଇରେ ପିଚୁ ବେଶି ତରଳି ଗଲା କି? ନାଁ ଏ ବାବୁଙ୍କ ପକେଟ ଟିକେ ବେଶି ଗରମ ହେଇଗଲା? ରାସ୍ତା କାହିଁକି ଖରାପ ହେଲା ପଚାରିଲାରୁ ଏ ମହାସୟ କଣ ପ୍ରବଚନ ଦେଲେଣି?
ଶ୍ୱଶୁର ସାମ୍ନାରେ ସଜେଇ ହେଉଛି ବୋହୂ...ଆଲୋ ଆଲୋ...ତୁ କିଏଲୋ? ମୁଁ ଭାରି ସୁନ୍ଦରୀ। ସେଇଥି ପାଇଁ ମତେ ଚଷମା ବି ଭାରି ମାନେ। ମୋର କଣ ଜିନିଷ ନାହିଁ ଯେ ମୁଁ ତା’ ସହିତ ବାଦ ଲଗାଇବି?