• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Hapless woman
ଘରୁ ବାହାର କରିଦେଲା ମାଲିକ, ବୁଢୀ ମାଉସୀ ଯିବ କୁଆଡେ?

ବୁଢୀ କାଳରେ ଘରୁ ବାହାର କରିଦେଲା ମାଲିକ। ଏ ବୟସରେ ସେ ଯିବ କୁଆଡେ? ବୟସ ଥିଲା ବେଳେ ଖୁବ ଖଟୁଥିଲା ଏବେ ବୟସ ହେବା ପରେ ପର ହୋଇଗଲା। ବଳ ସରିବାରୁ ରାସ୍ତା କଡରେ ବସି କଇଁ କଇଁ କାନ୍ଦୁଛି ଏଇ ବୁଢୀ ମାଉସୀ

  • Thursday, 17 November 2022
LED LIGHT
LED ଲାଇଟ୍‌ ପାଇଁ ଧାନଗଛ ଧରୁନି ଥୋଡ !!

ଚାଷୀଙ୍କ ଚିନ୍ତା ବଢାଇଲା ଏଲଇଡି ଲାଇଟ୍‌। ରାସ୍ତା କଡ ବିଲରେ ଧାନ ଗଛରେ ଆସୁଛି କେଣ୍ଡା...ଖୁଣ୍ଟରେ ଲାଗିଛି ଅଖା ଆଉ କପଡା...ଏଇ ଲାଇଟ୍‌ ପାଇଁ ଆମେ ବି ଦିନେ ଉପବାସରେ ରହିବା !!

  • Thursday, 17 November 2022
Balijatra
କଟକ ବାଲିଯାତ୍ରା ମଞ୍ଚରେ ନବୀନ ବନ୍ଦନା

ପୁରୀ ହବିଷ୍ୟାଳୀ ଶିବିରରେ ବି ହୋଇଥିଲା ନବୀନ ବନ୍ଦନା ।

  • Wednesday, 16 November 2022
Dog Bite
ତୁଟିଲା କୁକୁର କାମୁଡା କଳି, ଡଗ୍ କେୟାର ସେଣ୍ଟର ଗଲା ସିଜର

କୋର୍ଟଙ୍କ ନିଷ୍ପତ୍ତି ନଆସିଲା ଯାଏଁ କୁକୁର ଆଉ ତପସ୍ୱିନୀ ସୋସାଇଟିକୁ ଫେରିପାରିବନି ।

  • Wednesday, 16 November 2022
misbehaving with executive officer
ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ପୌରାଧ୍ୟକ୍ଷାଙ୍କ ଉଦ୍ଧତ ଆଚରଣ, ଭାଇରାଲ ଭିଡିଓ

ବ୍ୟାସନଗର ୮ ନମ୍ବର ଓ୍ୱାର୍ଡରେ ରହୁଥିବା ଜଣେ ବ୍ୟକ୍ତିଙ୍କ ନିଜସ୍ୱ ଜାଗାରେ ମୋବାଇଲ୍ ଟାଓ୍ୱାର୍ ବସାଇବା ପାଇଁ ଏନ୍ଓସି ଦେବାକୁ ନେଇ, ଉତକ୍ଷିପ୍ତ ପୌରାଧ୍ୟକ୍ଷା ।

  • Wednesday, 16 November 2022
Padmapur
ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ନବୀନଙ୍କ ପ୍ରତିଶ୍ରୁତି, ୨୦୨୩ ଡିସେମ୍ବର ୩୧ ସୁଦ୍ଧା ଘୋଷଣା ପାଇଁ ନିଷ୍ପତ୍ତି ।

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଚାଲିଥିବା ଆନ୍ଦୋଳନ ଭିତରେ ଆଜି ସାମ୍ନାକୁ ଆସିଥିଲା ଏଭଳି ୩ଟି ଚିତ୍ର । ଆଗକୁ ପଦ୍ମପୁର ଭୋଟ୍ ଥିବାରୁ ବଡ଼ ପ୍ରସଙ୍ଗ ଭାବେ ମୁଣ୍ଡ ଟେକି ଠିଆ ହୋଇଛି ଜିଲ୍ଲା ଗଠନ ଦାବି ।

  • Wednesday, 16 November 2022
Padmapur Bypoll
ପଦ୍ମପୁର ଉପନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କୁ ମନେପଡିଛି ଚାଷୀଙ୍କ କଥା

କେଉଁ ରିପୋର୍ଟ ଆଧାରରେ ରାଜ୍ୟ ସରକାର ଇନପୁଟ୍ ସବ୍‌ସିଡି ଘୋଷଣା କରିଛନ୍ତି  ତାକୁ ନେଇ ଉଠିଛି ପ୍ରଶ୍ନ ।

  • Wednesday, 16 November 2022
Pm Modi G20
ଗର୍ବର ମୁହୂର୍ତ୍ତ, ଗୌରବର ମୁହୂର୍ତ୍ତ, ଜି-୨୦ ଗୋଷ୍ଠୀର ଅଧ୍ୟକ୍ଷତା ଗ୍ରହଣ କରିଛି ଭାରତ 

ମହିଳାଙ୍କ ନେତୃତ୍ୱରେ ବିକାଶ ଭାରତ ପାଇଁ ଜି-୨୦ର ଏଜେଣ୍ଡା ହେବ ଓ ଡିଜିଟାଲ ବିଭେଦ ଦୂର ଲାଗି ଭାରତ ସେତୁ ଭଳି କାମ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

  • Wednesday, 16 November 2022
Special Story
ଅଫେରା ଦୁନିଆକୁ ଯିବା ପୂର୍ବରୁ ଅଞ୍ଜଳିଙ୍କ ଶେଷ ଚିଠି. . . . .’I LOVE YOU ..’

ହୃଦୟର ସବୁତକ କୋହ, ଅଭିମାନକୁ ଧଳାକାଗଜରେ ଲେଖିଦେଇ ଚରମ ନିଷ୍ପତ୍ତି ନେଇଗଲେ.. ଅଫେରା ଦୁନିଆକୁ ଯିବା ପୂର୍ବରୁ ଏ ଥିଲା ଅଞ୍ଜଳିଙ୍କ ଶେଷ ଚିଠି..

  • Wednesday, 16 November 2022
Prathamashtami
ଜଗତର ଠାକୁରଙ୍କ ପାଇଁ ପଢ଼ୁଆଁ ଭାର

ପାରମ୍ପରିକ ବାଜା, ନାଚରେ କମ୍ପୁଛି ପରିବେଶ.. ସାଙ୍ଗକୁ ରାମତାଳି, ପାଇକ ଆଖଡ଼ା, ଲଉଡ଼ି, ସଂକୀର୍ତ୍ତନ ଶ୍ରୀକ୍ଷତ୍ରରେ ସୃଷ୍ଟି କରିଛି ଉତ୍ସବର ପରିବେଶ.. ମାମୁଁ ଘରୁ ଭାର ଆସିଯାଇଛି.. ଆଜି ନୂଆ ବସ୍ତ୍ର ପିନ୍ଧି ପୋଢୁଁଆ ହେବେ ବଡ଼ଠାକୁର

  • Wednesday, 16 November 2022
Special Story
ସାରଙ୍କ ପାଇଁ ଭୋ ଭୋ କାନ୍ଦିଲେ ଷ୍ଟାଫ୍

କିଏ କିଏ ଭୋ ଭୋ ହୋଇ କାନ୍ଦୁଛନ୍ତି ତ କାହା ଆଖିରୁ ଲୁହ ଶୁଖୁନି.. ମଞ୍ଚ ଉପରେ କାନ୍ଦ.. ମଞ୍ଚ ତଳେ ବି କାନ୍ଦ.. ଅନେକ ଲୋକ ସରକାରୀ କର୍ମଚାରୀଙ୍କୁ ନାପସନ୍ଦ କରୁଥିବା ବେଳେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଏ କାନ୍ଦବୋବାଳି ଜଣେ ସରକାରୀ ବାବୁଙ୍କ ପାଇଁ..

  • Wednesday, 16 November 2022
Special Story
କିଏ ଜାଣିଥିଲା ଏମିତି ହେବ ? ଫୋନ୍‌ କରିଥିଲା ଅଷ୍ଟମୀ ଟଙ୍କା ଦେବ ବୋଲି...

ମାତ୍ର ୧୫ ମିନିଟ୍‌ ତଳେ ଫୋନ୍‌ କରିଥିଲା ମୁଁ ଅଷ୍ଟମୀ ଟଙ୍କା ପଠେଇବି ବୋଲି...ବାସ୍‌ ଫୋନ୍‌ ଆସିଲା ଝିଅ ଆଉ ନାହିଁ। ବର୍ଷେ ତଳେ ପୁଅ ଚାଲିଯାଇଥିଲା ଏବେ ପୁଣି ଝିଅ ଚାଲିଗଲା...ଦୁଆରେ ମୁହଁରେ ବାହୁନି ବାହୁନି କାନ୍ଦୁଛନ୍ତି ବାପା-ମାଆ

  • Wednesday, 16 November 2022
special report
ହୋଟେଲ ମାଲିକଙ୍କ ମହାନତା...କୁନି ପିଲାଙ୍କୁ ଦେଲେ ରାଜକୀୟ ଖାନା

ହୋଟେଲ ମାଲିକ ହେବ ତ ଏମିତି। କୁନିକୁନି ଗରିବ ପିଲାଙ୍କୁ ଡାକିନେଲେ...ନିଜ ହୋଟେଲରେ ମନପସନ୍ଦର ଖାନା ଖୁଆଇଲେ। କିଏ ଚିକେନ ବିରିୟାନୀ ତ ଆଉ କିଏ ମଟନ୍‌ ଝୋଳ ପୁଣି ଆଉ କିଏ ସୁପ୍‌...ଶଙ୍ଖ ମଲମଲ ପ୍ଲେଟ୍‌ରେ କାଜୁ ଖାଇ ବେଶ୍‌ ଖୁସିହେଲେ କୁନି ପିଲା

  • Wednesday, 16 November 2022
Special Story
କୁକୁର କାମୁଡିଲେ ମାଲିକ ଦେବେ ୧୦ ହଜାର ଫାଇନ୍‌ !!

ଆପଣଙ୍କ ଘରେ କୁକୁର ଅଛି କି !! ? ଯଦି ସେମାନେ କାହାକୁ କାମୁଡନ୍ତି ତେବେ ଆପଣ ଦେବେ ୧୦ ହଜାର ଫାଇନ୍‌

  • Wednesday, 16 November 2022
Boy seeks aid for prosthetic hand
ମୋ ହାତ ମତେ ଫେରେଇ ଦିଅ ସରକାର

ହେ ସରକାର ମୋ ହାତ ଦୁଇଟା ଲଗାଇ ଦିଅ। ମୁଁ ପାଠ ପଢିବି, ସାଙ୍ଗଙ୍କ ସହ ଖେଳିବି। ହାତ ପାଇଁ ସରକାରଙ୍କ ପାଖରେ କାନ୍ଦି କାନ୍ଦି ଗୁହାରି କରୁଛି କୁନି ପୁଅ

  • Tuesday, 15 November 2022
 Sitaram Vivah
ପଡ଼ିଲା ରାମ-ସୀତାଙ୍କ ହାତଗଣ୍ଠି

ମୃଦଙ୍ଗ, ଘଣ୍ଟଘଣ୍ଟା ଶବ୍ଦରେ ଉଠୁଛି ପଡ଼ୁଛି ଗାଁ ଦାଣ୍ଡ..ନାଚି ନାଚି ପହଞ୍ଚିଲେ ବରଯାତ୍ରୀ..ବେଦପାଠ, ମନ୍ତ୍ର ଉଚ୍ଚାରଣ, ହରି ନାମ, ଜୟ ଶ୍ରୀରାମ ଧ୍ୱନୀରେ ପଡ଼ିଲା ହାତଗଣ୍ଠି.. ଏକାଠି ହୋଇଗଲେ ପ୍ରଭୁ ଶ୍ରୀରାମ ଓ ମାତା ସୀତା.. ସରିଲା ଦେବ ଦମ୍ପତ୍ତିଙ୍କ ବିହାଘର

  • Tuesday, 15 November 2022
successfull farmer
ୟୁଟ୍ୟୁବ୍ ଦେଖି ଲକ୍ଷ ଲକ୍ଷ ରୋଜଗାର

ଶହ ଶହ କାନ୍ଧି କଦଳୀ ବିକ୍ରି ସରିଲାଣି.. ଡିସେମ୍ବର ସୁଦ୍ଧା ଥାଇଲାଣ୍ଡ କୋଳି ବିକ୍ରି ପାଇଁ ବାହାରିବ.. ଭଳିକି ଭଳି ଚାରା ଲାଗିଛି ଆଗକୁ ଫଳ, ଫୁଲ ଧରିବ.. ସବୁଠୁ ବଡ଼ କଥା ଏ ସବୁ ସୁନାର ଫସଲ ପଛରେ କେହି ଅଭିଜ୍ଞ ଚାଷୀ ନୁହେଁ.. ବରଂ ଅଛି ୟୁଟ୍ୟୁବ୍ ମାଷ୍ଟର..

  • Tuesday, 15 November 2022
Woman stages sit-in protest
ଅଜାତି ବୋଲି ଶାଶୂଘର ମନା, ସ୍ୱାମୀ ଘର ସାମ୍ନାରେ ସ୍ତ୍ରୀଙ୍କ ଧାରଣା

ପ୍ରେମ କରି ବିବାହ କଲେ, ଘରେ ଏବେ କିନ୍ତୁ ପଶିପାରୁନି ବୋହୂ। ଶାଶୂଘର ଲୋକ କହୁଛନ୍ତି ବାପଘରୁ ୩ ଲକ୍ଷ ଟଙ୍କା ଆଣିବା ପରେ ଜାତି ହେବୁ, ପରେ ଆମ ଘରେ ପଶିବୁ...ସେପଟେ ସ୍ୱାମୀର ଦ୍ୱିତୀୟ ବିବାହ ଖବର ପାଇବା ପରେ ଧାରଣାରେ ବସିଲାଣି ସ୍ତ୍ରୀ

  • Tuesday, 15 November 2022
News Fuse
ମହମବତୀ ଟା ଯଦି ମନ୍ତ୍ରୀପଦ ହେଇଥାନ୍ତା, କଣ ଯାଚିଥାନ୍ତ ?

ଇଲୋ ହେଇ..ବୋଇତରୁ ଓହ୍ଲାଇ ନେତାଗଣ କଣ ଅଟୋରେ ବସିଲେଣି.. ଆଗରେ ପଛରେ ଓଟୋ ଘୋଡ଼ା ଚାଲୁଛନ୍ତି..ସତରେ ନାରଣ ମୋ ଦିଲ୍ ପୂରା ଗାର୍ଡେନ୍ ଗାର୍ଡେନ୍ ହେଇଗଲା..

  • Tuesday, 15 November 2022
BJD
ପଦ୍ମପୁର ଉପନିର୍ବାଚନ: ଅନୁକଂପା ସହ ମହିଳା କାର୍ଡ ଖେଳିଲା BJD, ନାମାଙ୍କନ ଭରିଲେନି ପ୍ରଦୀପ

ବହୁ ଚର୍ଚ୍ଚା, ଆଲୋଚନା, ବିଚାର ବିମର୍ଷ ପରେ ଶେଷରେ ବିଜେଡି ଘୋଷଣା କରିଛି ଏହାର ପଦ୍ମପୁର ଉପନିର୍ବାଚନ ପ୍ରାର୍ଥୀ । ଭରସା କରିଛି ବରିହା ପରିବାର ଉପରେ । କୌଣସି ରିସ୍କ ନନେଇ ଦିବଙ୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ବଡ଼ ଝିଅ ବର୍ଷା ସିଂ ବରିହାଙ୍କୁ ଟିକଟ୍ ଦେଇଛି ଦଳ । ଜଣେ ଉଚ୍ଚ ଶିକ୍ଷିତା ତଥା ଯୁବ ଚେହେରାଙ୍କୁ ସାମ୍ନାକୁ ଆଣିଛି ବିଜେଡି ।

  • Monday, 14 November 2022
Vigilance raid
ଭିଜିଲାନ୍ସ ପଞ୍ଝାରେ କୋଟିପତି ଯନ୍ତ୍ରୀ: ଇଂଜିନିୟରଙ୍କ ଆଲିସାନ କୋଠା, ଗହଣାଗାଣ୍ଠି ସହ ଅମାପ ସଂପତ୍ତି . . .

ଭିଜିଲାନ୍ସ ଜାଲରେ RWSSର ପୁଣି ଜଣେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ୍ ଇଂଜିନିୟର । ମୟୂରଭଂଜ ଉଦଳାରେ କାର୍ଯ୍ୟରତ ଇଂଜିନିୟର ରବି ନାରାୟଣ ପଣ୍ଡାଙ୍କ ଘରୁ ତ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠାବ ହୋଇଛି । ତେବେ ଚର୍ଚ୍ଚା ରହିଛି ତାଙ୍କ ଘରୁ ମିଳିଛି ଅନେକ ନାମୀ ବ୍ରାଣ୍ଡର ରିଷ୍ଟ ଓ୍ୱାଚ୍ । ତାଛଡ଼ା ରବିନାରାୟଣଙ୍କ ସମୁଦିଙ୍କ ଘରୁ ନଗଦ ୨୫ ଲକ୍ଷ ଟଙ୍କା ମିଳିବା ନାନା ସନ୍ଦେହ ସୃଷ୍ଟି କରିଛି ।

  • Monday, 14 November 2022
Murder
ଜହ୍ଲାଦ ପ୍ରେମିକର ଜଘନ୍ୟ କାଣ୍ଡ, ବିବାହ ପାଇଁ ଜିଦ୍ ଧରିବାରୁ ପ୍ରେମିକାକୁ କଲା ୩୫ ଖଣ୍ଡ !

ଭୟଙ୍କର.. ବୀଭତ୍ସ.. ବର୍ବର । ଯେଉଁ ପ୍ରେମିକାଟି ଜୀବନ ଦେଇ ଭଲ ପାଉଥିଲା, ସେହି ପ୍ରେମିକା ଯେ ପ୍ରେମିକ ହାତରେ ଖଣ୍ଡ ଖଣ୍ଡ ହୋଇଯିବ, କେହି କେବେ କଳନା ହିଁ କରିନଥିବେ । କିନ୍ତୁ ଦୁର୍ଭାଗ୍ୟ, ରାଜଧାନୀ ଦିଲ୍ଲୀର ଛାତି ଉପରେ ପ୍ରେମିକା ହୋଇଛି ୩୫ ଖଣ୍ଡ । ଯାହା ଆପଣଙ୍କୁ ହୁଏତ ବିଚଳିତ କରୁଥାଇପାରେ । କିନ୍ତୁ ଏହା ସତ ।

  • Monday, 14 November 2022
Padmapur Bypoll
ପଦ୍ମପୁର ଭୋଟ୍ ବେଳେ ନେତାଙ୍କ ତଣ୍ଟିରେ ଧାରଣା କଣ୍ଟା !

ଭୋଟ୍‌ବେଳରେ ଧାରଣା ଟେନସନ୍ । ଗୋଟେପଟେ ଚାଷୀ ତ ଅନ୍ୟପଟେ କ୍ରିୟାନୁଷ୍ଠାନ କମିଟି । ଚାଷୀଙ୍କ ଦାବି ପଦ୍ମପୁରକୁ ସ୍ୱତନ୍ତ୍ର ପ୍ୟାକେଜ୍ । ବୁଦ୍ଧିଜୀବୀଙ୍କ ଡିମାଣ୍ଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା । ପଦ୍ମପୁର ଉପନିର୍ବାଚନର ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜନୈତିକ ଦଳଙ୍କ ତଣ୍ଟିରେ କଣ୍ଟା ସାଜିଛି ଚାଷୀ ଆନ୍ଦୋଳନ ଓ ଜିଲ୍ଲା ମାନ୍ୟତା ଦାବି । ଦୁଇଟି ଯାକ ନ୍ୟାର୍ଯ୍ୟ ଦାବିକୁ ନେଇ ଛାନିଆ ରାଜନୈତିକ ଦଳ । ଆଶଙ୍କା-ଆନ୍ଦୋଳନ ପ୍ରଶମିତ ନହେଲେ ଓଲଟ ପାଲଟ ହୋଇଯିବ କି ଫଳାଫଳ ? ଅନ୍ୟ ଦଳ ଆଡ଼କୁ ଆଉଜି ଯିବନି ତ ଜନମତ ?

  • Monday, 14 November 2022
Humanity
ଏବେ କ’ଣ କରିବେ ଏଇ ତିନି ଅନାଥ ଛୁଆ ! ୨ ଭଉଣୀ ଜଣେ ଭାଇ ରହିବେ କାହା ଭରସାରେ ?

ଆଗେ ଆଗେ ମାଆ, ପରେ ବାପା ଆଉ ଶେଷରେ ଶେଷ ଆଶ୍ରା ପାଲଟି ଥିବା ଆଇମା । ଜଣକ ପରେ ଜଣେ ତିନିହେଁ ଚାଲିଯିବା ପରେ ଏବେ ସମ୍ପୂର୍ଣ୍ଣ ଅସହାୟ ଆଉ ବେସାହାରା ତିନି ଛୁଆ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଖସାପଡ଼ିଆ ଗାଁର ବାପା-ମାଆ ଛେଉଣ୍ଡ ତିନି ଭାଇ-ଭଉଣୀଙ୍କ ଜୀବନରେ ଦୁଃଖ ଏତେ ଯେ, ତାକୁ ଶବ୍ଦରେ ବର୍ଣ୍ଣନା ବି ଅସମ୍ଭବ ।

  • Monday, 14 November 2022
cab driver
ଗାଡି ଡ୍ରାଇଭ୍ ବେଳେ ଅନର୍ଗଳ ସଂସ୍କୃତ କହୁଛନ୍ତି ଡ୍ରାଇଭର

ଗାଡି ଚଳାଉଛନ୍ତି …ଅନର୍ଗଳ ସଂସ୍କୃତ କହୁଛନ୍ତି କାର୍ ଡ୍ରାଇଭର। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ…

  • Monday, 14 November 2022