ବୁଝିଲୁରେ ନାରଣ, ଆମ ଲୋକ ଅଳ୍ପରେ ସନ୍ତୁଷ୍ଟ। ପଖାଳ ଭାତକୁ ଆଳୁ ଚକଟା ଟିକେ ହେଇଗଲେ ହେଲା। ରାତିରେ ନାଲପାଣି ଆଉ... କିଏ ପଚାରୁଛି କହିଲୁ। ନିର୍ବାଚନ ଆସିଲେ ନାଲିପାଣି ଫ୍ରି... ଭାଇ ଆମର ଚଢ଼େଇ ଦେଇଛନ୍ତି
ମଡର୍ଣ୍ଣ ଦୁନିଆରେ ମରି ଯାଉଥିବା ମାନବିକତାର ଗଣ୍ଡା ଗଣ୍ଡା କାହାଣୀ ପ୍ରତ୍ୟେକ ଦିନ ଦେଖିବାକୁ ମିଳିଥାଏ। ଆଜି କିନ୍ତୁ ଏକ ଭଲ ଖବର ଆସିଛି ସୁନ୍ଦରଗୁଡ଼ରୁ। ଦେଖନ୍ତୁ, ମୃତକଙ୍କ ସମ୍ପର୍କୀୟମାନେ ସେମାନଙ୍କ ଦିବଂଗତ ଆତ୍ମୀୟଙ୍କ ଅସ୍ଥି ନେବାକୁ ନ ଆସିବାରୁ କେମିତି ମଶାଣି ବନ୍ଧୁମାନେ ସେହି ଅସ୍ଥିକୁ ସମ୍ମାନ ପୂର୍ବକ ପୂଜାବିଧି କରୁଛନ୍ତି। ଏହି ଅସ୍ଥି ସବୁ ପ୍ରୟାଗରାଜରେ ବିସର୍ଜନ ହେବ
ଦିନେ ମୁଢ଼ି ମୁଠେ ଖାଇବାକୁ ବି ମିଳୁ ନ ଥିଲା। ବାପା ମା ଚାଲିଗଲେ। ଅନାଥ ହୋଇଗଲେ। ମୂଲ ମଜୁରୀ ଲାଗି ବଞ୍ଚିଲେ। କିନ୍ତୁ, ପାଠପଢ଼ା ଛାଡ଼ି ନ ଥିଲେ। ଏବେ ଜୀବନ ବଦଳିଛି। 30 ଲକ୍ଷ ଟଙ୍କାର ଘର ତୋଳିଛନ୍ତି ଶେଷ କିସାନ। ଆଉ ଦିନ କେଇଟା ଗଲେ ହାତକୁ ଦି ହାତ ହେବେ
ଏ ଦୁହେଁ ଯାହା କଲେ ଚର୍ଚ୍ଚାରେ ରହିଥାନ୍ତି। ସେତେବେଳେ ବିବାହକୁ ନେଇ ଥିଲେ ଚର୍ଚ୍ଚାରେ। ଏବେ ସଂପତ୍ତିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ବିରାଟ କୋହଲି ଓ ଅନୁଷ୍କା ଶର୍ମା। ଉଭୟଙ୍କ ପାଖରେ ଏତେ ଟଙ୍କା ଅଛି ଯେ, ଯାହାକୁ ଜାଣିଲା ପରେ ତାଜୁବ୍ ହୋଇଯାଇଛନ୍ତି ଫ୍ୟାନ୍...
ବାଟ ଛାଡ ଆସୁଛି ଆମ ସାହି ମେଢ। ଆମ ସାହି ମେଢରେ ସୁର ଅଜାଙ୍କ ଭିଡ। ଆଗକୁ ଦେଖ, ପଛକୁ ଦେଖ। ଗାଡି ଉପରେ ଚାଲିଛି ହାଇଭୋଲଟେଜ୍ ପ୍ରଚାର। ଏବେ ବାଟ ଛାଡ଼.
ଢକ ଢକ କରି ମଦ ପିଉଛି ମାଙ୍କଡ। ଦୁଇ ହାତରେ ବୋତଲକୁ ଧରି ଆକଣ୍ଠ ପାନ କରି ଚାଲିଛି। ଏଇ ମାଙ୍କଡ ମଦ ଚୋରି କରୁଛି ବୋଲି ଥାନାରେ ଅଭିଯୋଗ ହୋଇଛି। ଭିଡିଓ ଭାଇରାଲ୍...
ଚନ୍ଦ୍ର ଗ୍ରହଣ ଲାଗୁଥିବାରୁ ଚିନ୍ତାରେ ଡଙ୍ଗା କାରିଗର। କାରଣ ରାତିରୁ ଉଠି ଡଙ୍ଗା ଭସାଇବାକୁ ନାପସନ୍ଦ କରୁଛନ୍ତି ଲୋକେ। ଫଳରେ କୌଳିକ ବୃତ୍ତିକୁ ବଞ୍ଚାଇବାକୁ ଶହେରୁ ୨ ଶହ ଡଙ୍ଗା ତିଆରି କରିଛନ୍ତି କାରିଗର...
ଏକା ସାଙ୍ଗରେ ଯାଦୁଖେଳ ଦେଖାଇଲେ ଦେଶର ୬୦ ମେଜିକସିଆନ୍। ପ୍ରଶିକ୍ଷଣ ପରେ ଚମତ୍କାର ଯାଦୁ ଦେଖାଇଲେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ।
ରେଳବାଇରେ ବଡ଼ ଅଫିସର ଅଛି ପୁଅ। ମାଆକୁ ପୋଷିବା ପାଇଁ କିନ୍ତୁ ଟଙ୍କା ନାହିଁ ତା’ ପାଖରେ...ପରିଣତ ବୟସରେ ମାଆଙ୍କୁ ଏମିତି ନିର୍ଯାତନା ଦେଲା ଯେ ଏବେ କାନ୍ଦିକାନ୍ଦି ଥାନାରେ ପହଞ୍ଚିଲା ମାଆ...
ଅଙ୍ଗଭଙ୍ଗୀ ସହ ମୁଖା ପିନ୍ଧି ସଲିଡ୍ ଡ୍ୟାନ୍ସ୍ କରୁଛନ୍ତି ବିଜେପି କର୍ମୀ। ବିଭିନ୍ନ ଅପରାଧିକ ମାମଲାକୁ ଢ଼ାଲ କରି ରାଜ୍ୟ ବିଜେପି ପକ୍ଷରୁ ନବୀନ ନିବାସ ଘେରାଉ ସମୟର ଦୃଶ୍ୟ
ଦୁର୍ନୀତି ମୁକ୍ତ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଥିବା କହିଛନ୍ତି ନିର୍ବାଚନ କମିଶନର ।
ଆଠଗଡ଼ ଉପ-ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ପଞ୍ଚୁକରେ ଝୁଲା ପୋଲ ପାଖରେ ନୁହେଁ ବରଂ ପୀଠର ମୁଖ୍ୟ ରାସ୍ତା ଗେଟ୍ ପାଖରେ ଏକ LED ଲାଗିବ ।
ଶାନ୍ତିପୂର୍ଣ୍ଣ ମତଦାନର କିଛି ସମୟ ପରେ ବିଭିନ୍ନ ସ୍ଥାନରୁ ଆସିଥିଲା ଗଣ୍ଡଗୋଳ ଓ ଉତ୍ତେଜନାର ଚିତ୍ର।
ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଖୋଦ୍ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଠାରେ ପହଞ୍ଚିଥିଲେ।
ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୪ ବର୍ଷ ହେଲାଣି ପଡିପାରୁନି ପୋଲ। ୪ କିଲୋମିଟର ରାସ୍ତାକୁ ୨୫ କିମି ବାଟ ବୁଲି ଯାଉଛନ୍ତି ଲୋକେ...ଗୁହାରି କରିବା ପରେ ବି ଶୁଣୁନି ପ୍ରଶାସନ
ବନ୍ଧତ୍ୱ ଆଗରେ ସବୁ ତୁଚ୍ଛ। ଅଭାବ ଅନଟନ ଦୁଃଖ ଦାରିଦ୍ରତା ସଦାବେଳେ ଲାଗି ରହିବ। ଆଜି ସୁଖ ଅଛି ତ କାଲି ଦୁଃଖ… ହେଲେ ବନ୍ଧୁତ୍ୱ ଏକ ସୀମାହୀନ ଅନ୍ତହୀନ ଆବେଗର ନାଁ… ବୌଦ୍ଧ ଜିଲ୍ଲାରୁ ଭେଟନ୍ତୁ ଏହି ଦୁଇ ବନ୍ଧୁଙ୍କୁ
ପୁଅ ଯାଇଛି ଦାଦନ ଖଟି, ସ୍ତ୍ରୀ ଯାଉଛି ମୂଲ ଲାଗି। ମୁଁ ଏଠି ଘର ପିଣ୍ଡାରେ ବସିଛି ମୋ ରୋଗକୁ ଧରି। ହେ ସରକାର ମତେ ଟିକେ ସାହାଯ୍ୟ କର। ନ ହେଲେ ମୋ ପରିବାର ଭାସିଯିବ…
ଭଲ ଚାକିରୀ ତ ଥିଲା କିନ୍ତୁ ଅଧିକ ଟେନସନ । ଦରମା ଯେତିକି ମିଳୁଥିଲା ସଞ୍ଚୟ କରିବା ମୁସକିଲ୍ ହୋଇପଡ଼ୁଥିଲା । କଣ କରିବେ ଭାବି ଶେଷରେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଚାକିରୀ ଛାଡ଼ି ଗାଁକୁ ଆସିଲେ । ଗାଁରେ ନିଜ ସ୍ୱପ୍ନର ବ୍ୟବସାୟ ଆରମ୍ଭ କଲେ । କୁକୁଡ଼ା ପାଳନ କରି ଭଲ ଦି ପଇସା ରୋଜଗାର ସହ ଅନ୍ୟ କିଛି ଯୁବକଙ୍କୁ ସ୍ୱାବଲମ୍ବୀ କରାଇ ପାରିଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରାଇପୁରର ଯୁବ ଇଞ୍ଜିନିୟର ସୁଶାନ୍ତ ଖଟୁଆ
ଓଃ… ଠିକ୍ ମୌସମ ବେଳକୁ ତମେ ବିଗାଡି ଦେଲ ଆଉ। ଦର୍ଶକ ଆମର ନୋଟ୍ ଉଡେଇଲା ବେଳକୁ ତମେ ଚପଲ ମାଡ କରିଦେଲ ! ବୁଝିଲ ନାନି, ତମେ ଟିକେ ନରମି ଯାଇଥାଆନ୍ତ ନା ଆଉ, ଆମର ପା ଗୀତ ବାଜୁଥିଲା ନରମ ନରମ ନିଆଳି ଛେନା, ଗରମ ଗରମ ଖାଇବା ମନା… ତମେ ଏତେ କାଇଁ ଗରମ ହଉଥିଲ ବା
ଯଦି ଆପଣ ରାତିରେ ଟ୍ରେନ୍ରେ ଯାତ୍ରା କରୁଛନ୍ତି ତେବେ ଆପଣ ମାନିନିଅନ୍ତୁ ଏହି ସବୁ ନିୟମ। ନହେଲେ ହଇରାଣରେ ପଡିବେ ଆପଣ
ଢେଙ୍କାନାଳ ଜିଲ୍ଲାର ଇଏ ଏମିତି ଏକ ଗାଁ, ଯେଉଁ ଗାଁରେ କେହି ଆମିଷ ଖାଆନ୍ତି ନାହିଁ। ଏମିତି କି ବାହାଘର ଭୋଜିରେ ବି ଆମିଷ ହୁଏ ନାହିଁ। ଏ ଗାଁକୁ ସେହି ଘରୁ ଝିଅ ବୋହୂ ହୋଇ ଆସନ୍ତି ଯେଉଁ ଘରେ କହେ ଆମିଷ ଖାଉ ନ ଥିବେ। ଆଉ ଏ ବିଶ୍ୱାସ ପଛର ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଦେଖନ୍ତୁ ଢେଙ୍କାନାଳ ଜିଲ୍ଲା ଭୁବନରୁ ଏ ରିପୋର୍ଟ।
ରାତି ପାହିଲେ ଧାମନଗର ଉପନିର୍ବାଚନ ଭୋଟ । କାଲି ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ହେବ ମତଦାନ । ସେଥିପାଇଁ ଚୂଡ଼ାନ୍ତ ହୋଇଛି ପ୍ରସ୍ତୁତି । ପୋଲିଂ ପାର୍ଟିଂ ବୁଥ୍ରେ ପହଞ୍ଚି ମତଦାନର ରିହର୍ସସଲ୍ କରିଛନ୍ତି । ମୁକ୍ତ ଓ ଅବାଧ ଭୋଟ୍ ଗ୍ରହଣ ପାଇଁ ନିର୍ବାଚନ କମିଶନ୍ଙ୍କ ପକ୍ଷରୁ ମଧ୍ୟ ସମସ୍ତ ତୟାରି କରାଯାଇଛି । ସମ୍ବେଦନଶୀଳ ଚିହ୍ନଟ ୧୧୦ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି ।
ରାତି ଅଧରେ ରାଜଧାନୀର ଜନବସତିକୁ ପଶି ଆସି ଦନ୍ତା ହାତୀ ଆକ୍ତାମାକ୍ତା । ହାତୀକୁ ଘଉଡ଼ାଇବାକୁ ନାକେଦମ୍ ବନ ବିଭାଗ । ଆଉ ହାତୀକୁ ଟ୍ରାଙ୍କୁଲାଇଜ୍ କରି କାବୁ ପରେ ଏବେ କେଉଁଠି ଛାଡ଼ିବ, ତାକୁ ନେଇ ହଟହଟା । ଗତକାଲି ବିଳମ୍ବିତ ରାତିରେ ରାଜଧାନୀରେ ଏକ ଦନ୍ତାହାତୀ ଠାବ ହେବା ପରେ ଏହାକୁ ଟ୍ରାଙ୍କୁଲାଇଜ୍ କରି କାବୁ କରିଥିଲା ବନ ବିଭାଗ
ଅର୍ଚ୍ଚନା ମାମଲାରେ କେନ୍ଦ୍ରୀୟ ଏଜେନ୍ସି ତଦନ୍ତ ନେଇ କାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇଶାରା ଆଉ ଆଜି ଇଡିରେ ମାମଲା ଘଟଣାକୁ ନେଇ ବଢିଛି ବଡବଡିଆଙ୍କ ହାର୍ଟବିଟ୍ । ED କେଉଁ ଦିଗରେ ତଦନ୍ତ କରିବ, ରାଡାର୍ରେ କେଉଁମାନେ ରହିଛନ୍ତି ? ତାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍ ଧରିଛି । ଇଡି ତଦନ୍ତ ଦ୍ୱାରା ଶାସକ ଦଳ ନେତାଙ୍କ ମୁଖା ଖୋଲିବ ବୋଲି ବିଜେପି କହିଥିବା ବେଳେ କଂଗ୍ରେସ କହିଛି ସତ୍ୟାସତ୍ୟ ପଦାକୁ ଆସିବା ଦରକାର । ଜବାବରେ ବିଜେଡି କହିଛି, ନିର୍ବାଚନ ସମୟରେ ଏଭଳି ଧମକ ନଦେଇ, ତଦନ୍ତ କରନ୍ତୁ
ଝୁଲାପୋଲ ବନ୍ଦ, ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି । ପ୍ରଶାସନର ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବଢୁଥିବା ବେଳେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଆଜି କରାଯାଇଛି ନୂଆ ବ୍ୟବସ୍ଥା । ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଝୁଲାପୋଲ ପାଖରେ ଲାଗିବ ଏଲଇଡି ସ୍କ୍ରିନ୍ । ଭର୍ଚୁଆଲରେ ଭକ୍ତ କରିବେ ବାବଙ୍କ ଦର୍ଶନ । ତେବେ ପ୍ରଶାସନର ଏହି ନିଷ୍ପତ୍ତିକୁ ବି ନାପସନ୍ଦ କରିଛନ୍ତି ପୂଜକ ଓ ଦୋକାନୀ । ଏପଟେ ଭକ୍ତ ବି ନିରାଶ ।