ସଇତାନ ମୁହଁରୁ ସତ ଓଗାଳିବାକୁ ହେବ ନାର୍କୋ ଟେଷ୍ଟ୍ । ଜହ୍ଲାଦ ପେଟରୁ କଥା ବାହାର କରିବାକୁ ଟ୍ରୁଥ୍ ସେରମ୍ର ସାହାରା ନେବ ପୋଲିସ । ଦିଲ୍ଲୀ ଶ୍ରଦ୍ଧା ଓ୍ୱାକର୍ ମର୍ଡର୍ କେସ୍ରେ ଅଭିଯୁକ୍ତ ଅଫ୍ତାବ ପୁନାଓ୍ୱାଲାର ନାର୍କୋଟିକ୍ ଟେଷ୍ଟ୍ ପାଇଁ ଆଜି ଦିଲ୍ଲୀ ପୋଲିସକୁ ଅନୁମତି ଦେଇଛନ୍ତି ସାକେତ୍ କୋର୍ଟ ।
ପ୍ରଥମ ୭ ଦିନରେ ଶୂନ୍, ଆଉ ଶେଷ ଦିନରେ ୧୩ ପ୍ରାର୍ଥିପତ୍ର ଦାଖଲ ପାଇଁ ପୁରା ଛକାପଞ୍ଝା ସ୍ଥିତି । ଜଣେ ପ୍ରାର୍ଥୀ ନୋମିନେସନ୍ ରୁମ୍ରୁ ନବାହାରୁଣୁ ପଛରେ ଆଉ ଜଣେ ହାଜର ।
ଜରୁରୀକାଳୀନ ସେବାକୁ ଖେଳ ଭାବୁଛନ୍ତି ଅସାମାଜିକ । ଆମ୍ବୁଲାନ୍ସ ସେବା ଯୋଗାଉଥିବା ୧୦୮ର ଧଜ୍ଜିଆ ଉଡ଼ାଉଛନ୍ତି ଜଣଙ୍କ ପରେ ଜଣେ । ଗୋଟିଏ ପରେ ଗୋଟିଏ ଫେକ୍ କଲ୍ ଆସୁଛି ଦିନ ତମାମ୍ । ଅଭଦ୍ରାମୀର ସୀମା ଲଂଘିଚାଲିଛନ୍ତି କିଛି ବିଶୃଙ୍ଖଳିତ ବ୍ୟକ୍ତି ।
ପଦ୍ମପୁର ଭୋଟ୍ ପାଇଁ ସବୁ ଦଳର ଫୋକସରେ ଚାଷୀ । ସେମାନଙ୍କ ଭୋଟ୍ ନିର୍ଣ୍ଣାୟକ ହୋଇଥିବାରୁ ଶ୍ରେୟ ନେବାକୁ ବିଜେଡି-ବିଜେପି ମଧ୍ୟରେ ଚାଲିଛି ପ୍ରତିଯୋଗିତା ।
କୁକୁର କାମୁଡା କଳିରୁ ମହାଭାରତ ପରେ ପ୍ରଶୁପ୍ରେମୀଙ୍କ ପାଇଁ ବଢିଲା ଅଡୁଆ । ଏଣିକି ରାଜଧାନୀରେ କେହି ପଶୁପ୍ରେମୀ ଘରେ କୁକୁର କିମ୍ବା ଅନ୍ୟ ଗୃହପାଳିତ ପଶୁ ରଖିଲେ, ମାନିବେ ବିଏମସିର ଗାଇଡଲାଇନ୍ସ । ବିଏମସି ଖୁବଶୀଘ୍ର ଆଣିବାକୁ ଯାଉଛି ଏ ସମ୍ପର୍କୀତ ନିୟମାବଳି ।
ଦେଶୀ ସାମଗ୍ରୀରୁ କାଶ୍ମୀର ଶଲ୍ । ହାତ ତିଆରି ମାଣିଆବନ୍ଧ ଶାଢିରୁ ବନାରସୀ ପାଟ । ଜିରା ଠାରୁ ହୀରା, ଶୁଖୁଆ ଠାରୁ ସୁନା, ସବୁକିଛି ମିଳୁଛି ବାଲିଯାତ୍ରାରେ । ସେଥିପାଇଁ ତ ଏଥର ଜମିଛି ନାହିଁ ନଥିବା ଭିଡ । ବ୍ୟବସାୟ ହେଉ ଅବା ଗ୍ରାହକଙ୍କ ଗହଳି ।
ପ୍ରତିଶ୍ରୁତି ଦେଲା ବିଜେଡି। ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁର ପାଇବ ଜିଲ୍ଲାର ମାନ୍ୟତା...ହେଲେ...
ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ। ବରଂ ୩୦ ବର୍ଷ ହେଲାଣି ବିନା ପାରିଶ୍ରମିକରେ ସ୍କୁଲରେ ପାଠ ପଢାଉଛନ୍ତି ଏଇ ଦୁଇ ଶିକ୍ଷକ। ବାରମ୍ବାର ଗୁହାରି ପରେ ବି ଏମାନଙ୍କ ଦୁଃଖ ଶୁଣୁନି ପ୍ରଶାସନ
ମଣିଷର ମୁର୍ଖାମୀ ପାଇଁ ଷଣ୍ଢ ପାଟିରେ ପଶିଲା ଟିଣ ଡବା। ୪ ଦିନ ହେଲଣି କିଛି ଖାଉନି...ଏ ଗଳିରୁ ସେ ଗଳିକୁ ଦାଣ୍ଡିଆ ମାରୁଛି। ବହୁ କଷ୍ଟରେ ବନ୍ଧା ହେବା ପରେ ପାଟିରୁ ବାହାରିଲା ଡବା...କ୍ଷତ କଷ୍ଟକୁ ନେଇ ବୁଲୁଛି ଷଣ୍ଢ
ବୁଢୀ କାଳରେ ଘରୁ ବାହାର କରିଦେଲା ମାଲିକ। ଏ ବୟସରେ ସେ ଯିବ କୁଆଡେ? ବୟସ ଥିଲା ବେଳେ ଖୁବ ଖଟୁଥିଲା ଏବେ ବୟସ ହେବା ପରେ ପର ହୋଇଗଲା। ବଳ ସରିବାରୁ ରାସ୍ତା କଡରେ ବସି କଇଁ କଇଁ କାନ୍ଦୁଛି ଏଇ ବୁଢୀ ମାଉସୀ
ଚାଷୀଙ୍କ ଚିନ୍ତା ବଢାଇଲା ଏଲଇଡି ଲାଇଟ୍। ରାସ୍ତା କଡ ବିଲରେ ଧାନ ଗଛରେ ଆସୁଛି କେଣ୍ଡା...ଖୁଣ୍ଟରେ ଲାଗିଛି ଅଖା ଆଉ କପଡା...ଏଇ ଲାଇଟ୍ ପାଇଁ ଆମେ ବି ଦିନେ ଉପବାସରେ ରହିବା !!
ପୁରୀ ହବିଷ୍ୟାଳୀ ଶିବିରରେ ବି ହୋଇଥିଲା ନବୀନ ବନ୍ଦନା ।
କୋର୍ଟଙ୍କ ନିଷ୍ପତ୍ତି ନଆସିଲା ଯାଏଁ କୁକୁର ଆଉ ତପସ୍ୱିନୀ ସୋସାଇଟିକୁ ଫେରିପାରିବନି ।
ବ୍ୟାସନଗର ୮ ନମ୍ବର ଓ୍ୱାର୍ଡରେ ରହୁଥିବା ଜଣେ ବ୍ୟକ୍ତିଙ୍କ ନିଜସ୍ୱ ଜାଗାରେ ମୋବାଇଲ୍ ଟାଓ୍ୱାର୍ ବସାଇବା ପାଇଁ ଏନ୍ଓସି ଦେବାକୁ ନେଇ, ଉତକ୍ଷିପ୍ତ ପୌରାଧ୍ୟକ୍ଷା ।
ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଚାଲିଥିବା ଆନ୍ଦୋଳନ ଭିତରେ ଆଜି ସାମ୍ନାକୁ ଆସିଥିଲା ଏଭଳି ୩ଟି ଚିତ୍ର । ଆଗକୁ ପଦ୍ମପୁର ଭୋଟ୍ ଥିବାରୁ ବଡ଼ ପ୍ରସଙ୍ଗ ଭାବେ ମୁଣ୍ଡ ଟେକି ଠିଆ ହୋଇଛି ଜିଲ୍ଲା ଗଠନ ଦାବି ।
କେଉଁ ରିପୋର୍ଟ ଆଧାରରେ ରାଜ୍ୟ ସରକାର ଇନପୁଟ୍ ସବ୍ସିଡି ଘୋଷଣା କରିଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ।
ମହିଳାଙ୍କ ନେତୃତ୍ୱରେ ବିକାଶ ଭାରତ ପାଇଁ ଜି-୨୦ର ଏଜେଣ୍ଡା ହେବ ଓ ଡିଜିଟାଲ ବିଭେଦ ଦୂର ଲାଗି ଭାରତ ସେତୁ ଭଳି କାମ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ହୃଦୟର ସବୁତକ କୋହ, ଅଭିମାନକୁ ଧଳାକାଗଜରେ ଲେଖିଦେଇ ଚରମ ନିଷ୍ପତ୍ତି ନେଇଗଲେ.. ଅଫେରା ଦୁନିଆକୁ ଯିବା ପୂର୍ବରୁ ଏ ଥିଲା ଅଞ୍ଜଳିଙ୍କ ଶେଷ ଚିଠି..
ପାରମ୍ପରିକ ବାଜା, ନାଚରେ କମ୍ପୁଛି ପରିବେଶ.. ସାଙ୍ଗକୁ ରାମତାଳି, ପାଇକ ଆଖଡ଼ା, ଲଉଡ଼ି, ସଂକୀର୍ତ୍ତନ ଶ୍ରୀକ୍ଷତ୍ରରେ ସୃଷ୍ଟି କରିଛି ଉତ୍ସବର ପରିବେଶ.. ମାମୁଁ ଘରୁ ଭାର ଆସିଯାଇଛି.. ଆଜି ନୂଆ ବସ୍ତ୍ର ପିନ୍ଧି ପୋଢୁଁଆ ହେବେ ବଡ଼ଠାକୁର
କିଏ କିଏ ଭୋ ଭୋ ହୋଇ କାନ୍ଦୁଛନ୍ତି ତ କାହା ଆଖିରୁ ଲୁହ ଶୁଖୁନି.. ମଞ୍ଚ ଉପରେ କାନ୍ଦ.. ମଞ୍ଚ ତଳେ ବି କାନ୍ଦ.. ଅନେକ ଲୋକ ସରକାରୀ କର୍ମଚାରୀଙ୍କୁ ନାପସନ୍ଦ କରୁଥିବା ବେଳେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଏ କାନ୍ଦବୋବାଳି ଜଣେ ସରକାରୀ ବାବୁଙ୍କ ପାଇଁ..
ମାତ୍ର ୧୫ ମିନିଟ୍ ତଳେ ଫୋନ୍ କରିଥିଲା ମୁଁ ଅଷ୍ଟମୀ ଟଙ୍କା ପଠେଇବି ବୋଲି...ବାସ୍ ଫୋନ୍ ଆସିଲା ଝିଅ ଆଉ ନାହିଁ। ବର୍ଷେ ତଳେ ପୁଅ ଚାଲିଯାଇଥିଲା ଏବେ ପୁଣି ଝିଅ ଚାଲିଗଲା...ଦୁଆରେ ମୁହଁରେ ବାହୁନି ବାହୁନି କାନ୍ଦୁଛନ୍ତି ବାପା-ମାଆ
ହୋଟେଲ ମାଲିକ ହେବ ତ ଏମିତି। କୁନିକୁନି ଗରିବ ପିଲାଙ୍କୁ ଡାକିନେଲେ...ନିଜ ହୋଟେଲରେ ମନପସନ୍ଦର ଖାନା ଖୁଆଇଲେ। କିଏ ଚିକେନ ବିରିୟାନୀ ତ ଆଉ କିଏ ମଟନ୍ ଝୋଳ ପୁଣି ଆଉ କିଏ ସୁପ୍...ଶଙ୍ଖ ମଲମଲ ପ୍ଲେଟ୍ରେ କାଜୁ ଖାଇ ବେଶ୍ ଖୁସିହେଲେ କୁନି ପିଲା
ଆପଣଙ୍କ ଘରେ କୁକୁର ଅଛି କି !! ? ଯଦି ସେମାନେ କାହାକୁ କାମୁଡନ୍ତି ତେବେ ଆପଣ ଦେବେ ୧୦ ହଜାର ଫାଇନ୍
ହେ ସରକାର ମୋ ହାତ ଦୁଇଟା ଲଗାଇ ଦିଅ। ମୁଁ ପାଠ ପଢିବି, ସାଙ୍ଗଙ୍କ ସହ ଖେଳିବି। ହାତ ପାଇଁ ସରକାରଙ୍କ ପାଖରେ କାନ୍ଦି କାନ୍ଦି ଗୁହାରି କରୁଛି କୁନି ପୁଅ
ମୃଦଙ୍ଗ, ଘଣ୍ଟଘଣ୍ଟା ଶବ୍ଦରେ ଉଠୁଛି ପଡ଼ୁଛି ଗାଁ ଦାଣ୍ଡ..ନାଚି ନାଚି ପହଞ୍ଚିଲେ ବରଯାତ୍ରୀ..ବେଦପାଠ, ମନ୍ତ୍ର ଉଚ୍ଚାରଣ, ହରି ନାମ, ଜୟ ଶ୍ରୀରାମ ଧ୍ୱନୀରେ ପଡ଼ିଲା ହାତଗଣ୍ଠି.. ଏକାଠି ହୋଇଗଲେ ପ୍ରଭୁ ଶ୍ରୀରାମ ଓ ମାତା ସୀତା.. ସରିଲା ଦେବ ଦମ୍ପତ୍ତିଙ୍କ ବିହାଘର